Below header

ଘର ଭାଙ୍ଗୁଛନ୍ତି ଓ ଫସଲ ନଷ୍ଟ କରୁଛନ୍ତି ୪୨ଟି ବଣୁଆ ହାତୀ, ଭୟରେ ସୁବର୍ଣ୍ଣପୁର ବିନିକା ଅଞ୍ଚଳ ବାସିନ୍ଦା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ହାତୀ ଉପଦ୍ରବ । ୪୨ ଟିକିଆ ହାତୀପଲ ଆତଙ୍କ ଖେଳାଇଛନ୍ତି । ଏକର ଏକର ଚାଷ ନଷ୍ଟ କରୁଛନ୍ତି ହାତୀ । ଅମଳ ସମୟରେ ହାତୀ ଚାଷ ନଷ୍ଟ କରୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ ।

ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି ରହିଛି । କିଛିଦିନ ତଳେ ଚାଷୀ ପନିପରିବା ନଷ୍ଟ କରିଥିଲେ ହାତୀପଲ । ଗତ ୨ ମାସ ଭିତରେ ବିଭିନ୍ନ ଗାଁରେ ୫ ଜଣ ଘର ଭାଙ୍ଗିବା ସହ ବ୍ୟାପକ ଧାନ ଚାଉଳ ନଷ୍ଟ କଲେଣି ହାତୀପଲ । କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବାକୁ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.