Browsing Tag

fani

କଟକରେ ଆଜି ଓ ଭୁବନେଶ୍ୱରରେ କାଲି ସୁଦ୍ଧା ବିଦ୍ୟୁତ ସେବା, ପୁରୀ ବଡ଼ଦାଣ୍ଡରେ ଜଳିଲାଣି ଷ୍ଟ୍ରିଟଲାଇଟ

କେ ନ୍ୟୁଜ୍‌: କଟକରେ ଆଜି ଓ ଭୁବନେଶ୍ୱରରେ ଆସନ୍ତାକାଲି ସୁଦ୍ଧା ବିଦ୍ୟୁତ ସେବା ସ୍ୱାଭାବିକ ହେବ । ପୁରୀ ବଡ଼ଦାଣ୍ଡରେ ଷ୍ଟ୍ରିଟଲାଇଟ ଜଳିଲାଣି । ପ୍ରଳୟଙ୍କାରୀ ବାତ୍ୟା ଫନିର ୭ ଦିନ ପରେ ଗତକାଲି ପ୍ରଥମ ଆଲୁଅ ଦେଖିଲେ ପୁରୀ ବାସିନ୍ଦା । ଆଂଶିକ ଭାବେ ପୁରୀ ବଡ଼ ଦାଣ୍ଡରେ ବିଦ୍ୟୁତ୍‌ ସଂଯୋଗ…

ଫନିରେ ଭାଙ୍ଗି ଯାଇଛିି ଶାନ୍ତିସ୍ତୁପ ଧଉଳିର ଅଣ୍ଟା, ଉଜୁଡି ଯାଇଛି ବର୍ଷ ବର୍ଷର ପୁରୁଣା ଗଛ

ଫନିର ପ୍ରଭାବରେ ସୌନ୍ଦର୍ଯ୍ୟ ହରାଇଛି ଶାନ୍ତି ସ୍ତୁପ । ନବବଧୂ ପରି ସଜେଇ ହୋଇ ପଯ୍ୟର୍ଟକଙ୍କୁ ଆକର୍ଷିତ କରୁଥିବା ଧଉଳି ଫନିରେ ଉଜୁଡି ଯାଇଛି । ଫନି ଯିବାର ବିତିଯାଇଛି ୮ଦିନ । ଏବେ ସଜାଡିବାର ବେଳ । ଅଗ୍ନିଶମ ବିଭାଗ ପକ୍ଷରୁ ବଡବଡ ଗଛ ଗୁଡିକୁ କଟା ଯାଉଛି । ରାସ୍ତା ଉପରେ ପଡି ରହିଥିବା ଗଛ…

ଫନି ପରେ ଖାଁ ଖାଁ ଶ୍ରୀକ୍ଷେତ୍ରର ପରିବେଶ : ସମୁଦ୍ର ନିକଟ ଅଞ୍ଚଳ ପାଲଟିଛି ମରୁଭୂମି, ହଜିଯାଇଛି ଝାଉଁ ବଣ

ଫନି ଫଁରେ ଛାରଖାର ପୁରୀ । ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ପାଲଟିଛି ମରୁଭୂମି। ଯୁଆଡ଼େ ଚାହିଁଲେ ବାଲିଚର। ଠିଆ ହୋଇଛନ୍ତି ଥୁଣ୍ଟା ଗଛ। ବଖାଣୁଛନ୍ତି ବାତ୍ୟା ବିଭୀଷିକାର କଥା। ଅସ୍ତିତ୍ୱ ହରାଇଛି ପୁରୀ-ମେରାଇନ୍‌ ଡ୍ରାଇଭରେ ଥିବା ବିସ୍ତୀର୍ଣ୍ଣ ଝାଉଁବଣ। ଶୁଖିଲା ବାଲିରେ ମୁଣ୍ ଡପିଟୁଛନ୍ତି…

ରାଜଧାନୀରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବିଦ୍ୟୁତ ମରାମତି କାମ, ଝାଳ ବୁହାଇ ବିଜୁଳି ଖୁଣ୍ଟ ମରାମତିରେ ଲାଗିଛନ୍ତି…

ଦିନ ଦ୍ୱିପହର। ତାତି ଓ ଗୁଳୁଗୁଳି। ଝାଳ ବୁହାଇ ବିଜୁଳି ଖୁଣ୍ଟ ମରାମତିରେ ଲାଗିଛନ୍ତି, ବାହାର ରାଜ୍ୟରୁ ଆସିଥିବା ଶ୍ରମିକ। ରାଜଧାନୀର ଅନେକ ସ୍ଥାନରେ ଏପରି ଦୃଶ୍ୟ। ସରକାର ପ୍ରତିଶ୍ରୁତି ଦେଇଥିଲେ ଆଜି ସୁଦ୍ଧା ୮୦ ପ୍ରତିଶତ ଗ୍ରାହକଙ୍କୁ ମିଳିବ ବିଦ୍ୟୁତ ସେବା। ସେହି ଲକ୍ଷ୍ୟ ପୁରଣ କରିବାକୁ…

ଫନି : କାହାର ସର୍ବନାଶ, କାହାର ପୁଷ ମାସ

ପ୍ରଳୟଙ୍କରୀ ବାତ୍ୟା ଫନି ଉଜାଡ଼ି ଦେଇଛି ଅନେକ କିଛି । ସ୍ୱାଭାବିକ ସ୍ଥିତି ଆସିବାକୁ ମାସ ମାସ ଲାଗିଯିବ । ସେ ରାଜଧାନୀ ଭୁବନେଶ୍ୱର ହେଉ କି ପର୍ଯ୍ୟଟନ କ୍ଷେତ୍ର ପୁରୀ, ସବୁଠି ତାଣ୍ଡବ ରଚିଛି ଫନି । ଏହି ବାତ୍ୟା ଯୋଗୁଁ ଅନେକ ବ୍ୟବସାୟ ମଧ୍ୟ ଠପ୍‌ ହୋଇଯାଇଛି । ବ୍ୟାଙ୍କ ସେବା ଠାରୁ ଆରମ୍ଭ…

ଭୁବନେଶ୍ୱର : ବିଜୁଳି ଓ ପାଣି ପାଇଁ ରାଜରାସ୍ତା ବନ୍ଦ

ଭୁବନେଶ୍ୱର : ବିଜୁଳି ଓ ପାଣି ପାଇଁ ରାଜରାସ୍ତା ବନ୍ଦ । ଭୁବନେଶ୍ୱରର ଗ୍ୟାରେଜ ଛକରେ ରାସ୍ତାରୋକ କରାଯାଇଛି । ବାତ୍ୟାର ଆଠ ଦିନ ପରେ ପାଣି ଓ ବିଜୁଳି ମିଳିନଥିବାରୁ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି । ଫଳରେ ଭୁବନେଶ୍ୱର-ପୁରୀ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

‘ଫନି’ବିପନ୍ନଙ୍କୁ ସାହାଯ୍ୟ ପାଇଁ ଅଭିନବ ପ୍ରୟାସ, ପୋଲିସ ଅଧିକାରୀଙ୍କ ସହ ଥାଳ ଧରି ସହର ପରିକ୍ରମା କଲେ…

ଗଜପତି : ଗଜପତି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଫନି ପୀଡ଼ିତଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଗତକାଲି ସଂଧ୍ୟାରେ ପାରଳାଖେମୁଣ୍ଡି ଥାନା ପରିସରରୁ ଗଜପତି ଏସପି ସାରା ଶର୍ମା ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀଙ୍କ ସହ ଥାଳ ଧରି ସହର ପରିକ୍ରମା କରିଥିଲେ…

‘ଫନି’ରେ କେତେ ହୋଇଛି କ୍ଷୟକ୍ଷତି ? ଆକଳନ ପାଇଁ ଆସିବ କେନ୍ଦ୍ରୀୟ ଟିମ୍‌

ସବୁକିଛି ଉଜାଡିଦେଲା ବାତ୍ୟା ଫନି । ଭାଙ୍ଗିଯାଇଛି ଘରଦ୍ୱାର । ଉଜୁଡିଯାଇଛି ଲୋକଙ୍କ ଜୀବନ ଜୀବୀକା । ପ୍ରଭାବିତ ହୋଇଛି ୧୪ ଜିଲ୍ଲାର ୮୮ ବ୍ଲକ । ବିଶେଷ ପ୍ରଭାବିତ ହୋଇଛି ପୁରୀ, କଟକ, ଭୁବନେଶ୍ୱର ଓ ଜଗତସିଂହପୁର । ସପ୍ତାହେ ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସୁଛି । ତେବେ ‘ଫନି’ରେ କେତେ…

ଫନିରେ ଧ୍ୱସ୍ତ ବିଧ୍ୱସ୍ତ ବିଶ୍ୱର ସର୍ବବୃହତ ଜନଜାତି ଅନୁଷ୍ଠାନ କିସ୍‌ ବିଶ୍ୱବିଦ୍ୟାଳୟ, ପ୍ରାୟ ୫୦ କୋଟିର କ୍ଷତି

ରାଜ୍ୟରେ ଜନଜାତି ପିଲାଙ୍କ ଶିକ୍ଷାର ପ୍ରାଣକେନ୍ଦ୍ର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନସେସ୍‌ ‘କିସ୍‌’। ବାତ୍ୟା ଫନିରେ ଖୁବ୍‌ ପ୍ରଭାବିତ ହୋଇଛି ବିଶ୍ୱର ଏହି ସର୍ବବୃହତ୍‌ ଜନଜାତି ଆବାସିକ ଶିକ୍ଷାକେନ୍ଦ୍ର। ବହୁ ମୂଲ୍ୟବାନ୍‌ ପୁସ୍ତକ ଥିବା ଅତି ସୁନ୍ଦର ପାଠାଗାର,…

କେବେ ଆସିବ ବିଜୁଳି-ପାଣି ? ବଢୁଛି ଅପେକ୍ଷା, ବଢୁଛି ଦୁର୍ଦ୍ଦଶା

ଭୁବନେଶ୍ୱର : ପାଣି, ବିଜୁଳି। ଲୋକଙ୍କୁ ଏହା ଯୋଗାଇବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ। ଭୁବନେଶ୍ୱରରେ କାଲି ସୁଦ୍ଧା ୮୦ ପ୍ରତିଶତ ବିଦ୍ୟୁତ ଯୋଗାଣ ପାଇଁ ଦିଆଯାଇଥିଲା ପ୍ରତିଶ୍ରୁତି। ଏହା ପୁରଣ ହେବ ତ? ଭୁବନେଶ୍ୱରରୁ ତିନିଟି ଡିଭିଜନ ରହିଛି। BCDD-1, BCDD-2 ଓ BED। BCDD-1 ରେ ୪୬ଟି…

ଫନି ପାଇଁ ସପ୍ତାହେ ବିଳମ୍ବରେ ବାହାରିବା ମାଟ୍ରିକ ପରୀକ୍ଷାଫଳ

ଫନି ଯୋଗୁଁ ମାଟ୍ରିକ ପରୀକ୍ଷାଫଳ ମେ ପ୍ରଥମ ସପ୍ତାହ ବଦଳରେ ଦ୍ୱିତୀୟ ସପ୍ତାହରେ ପ୍ରକାଶିତ ହେବ ବୋଲି ସୂଚନା ମିଳିଛି । ଏପ୍ରିଲ ୫ ତାରିଖରୁ ମାଟ୍ରିକ ଖାତାର ମୂଲ୍ୟାୟନ ଶେଷ ହୋଇଛି । ଦୀର୍ଘ ଉତ୍ତର ସହ ଓଏମ୍‌ଆର୍‌ ଉତ୍ତର ଖାତା ମୂଲ୍ୟାୟନ ଶେଷ ହୋଇଛି । ମାତ୍ର ଫନି ଯୋଗୁଁ ବିଦ୍ୟୁତ ଯୋଗାଣ ଓ…

ବ୍ୟାଙ୍କରେ କାରବାର ନାହିଁ, ଏଟିଏମ୍‌ରେ ଶୁଷ୍କ: ବାତ୍ୟା ପରେ ଟଙ୍କା ପାଇଁ କଲବଲ ଗ୍ରାହକ

ଫନି ମାଡରେ ଟେଲି ଯୋଗାଯୋଗ ବାଧାପ୍ରାପ୍ତ । ଫଳରେ ନେଟ ସେବା ମଧ୍ୟ ପ୍ରଭାବିତ ହୋଇଛି । ଯାହାକି କଟକ ଜିଲ୍ଲା ନିଆଳି ଓ କଣ୍ଟାପଡା ବ୍ଳକ ଅଞ୍ଚଳରେ ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କରେ କାର୍ଯ୍ୟ ଏକ ରକମ ବନ୍ଦ ହୋଇଯାଇଛି । ବିଶେଷ କରି ଉପଭୋକ୍ତ ମାନେ ବ୍ୟାଙ୍କଗୁଡିକରେ ଟଙ୍କା ଉଠାଣ ଓ ଜମା…