Below header
Browsing Tag

puri news

ପୁରୀ ଜିଲ୍ଲାର ୩ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, କରୋନା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ଜିଲ୍ଲାପାଳ

ପୁରୀ: ପୁରୀ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଗତକାଲି ସଂଧ୍ୟା ସୁଦ୍ଧା ଜିଲ୍ଲାର ୩ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ସେଥିମଧ୍ୟରୁ ପୁରୀ ସହରର ୪ ନମ୍ବର ଓ୍ଵାର୍ଡ ମଣିକର୍ଣ୍ଣିକା ସାହି ଥିବା ବେଳେ ପିପିଲି ବ୍ଲକର ପପରଙ୍ଗା ଗାଁ ଓ ବ୍ରହ୍ମଗିରି…

ନଷ୍ଟ ହୋଇଗଲାଣି ପୁରୀ ସହରକୁ ସୁନ୍ଦର କରିବାକୁ କାନ୍ଥରେ ହୋଇଥିବା କଳାକୃତି, ଯେଉଁଠି ରଥଯାତ୍ରାର ସମ୍ପୂର୍ଣ୍ଣ…

ପୁରୀ: ପୁରୀ ସହରର କାନ୍ଥ ବାଡରେ ଅଙ୍କାଯାଇଥିବା ୱାଲ ପେଣ୍ଟିଂ ନଷ୍ଟ ହୋଇଗଲାଣି । ନବକଳେବର ପରେ ପୁରୀକୁ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ଆରମ୍ଭ ହୋଇଥିବା ପ୍ରଚେଷ୍ଟାରେ ପୌରପାଳିକାର ଭିଆଇପି ରୋଡ, ସର୍କିଟ ହାଉସ, ଜିଲ୍ଲା ଟ୍ରେଜେରୀ ଅଫିସ କାନ୍ଥରେ କଳାକୃତି ଅଙ୍କନ କରାଯାଇଥିଲା।…

ଆଜି ମହାପ୍ରଭୁଙ୍କ ସୁନାବେଶ: ମହଣ ମହଣ ଅଳଙ୍କାରରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଜନ୍ମ ବେଦୀରେ ଲୀଳା ଖେଳା ସାରି ବାହୁଡିଲେ ଚତୁର୍ଦ୍ଧାମୂର୍ତ୍ତି। ଆଜି ମହାପ୍ରଭୁଙ୍କ ସୁନାବେଶ । ଆଷାଢ ଶୁକ୍ଳ ଏକାଦଶୀରେ ରଥରେ ମହାପ୍ରଭୁଙ୍କ ହେଉଥିବା ବେଶକୁ ହରିଶୟନ ଏକାଦଶୀ ଦର୍ଶନ ଭାବେ ମଧ୍ୟ ବର୍ଣ୍ଣନା କରାଯାଏ । ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ଲକ୍ଷାଧିକ…

ଶ୍ରୀଗୁଣ୍ଡିଚା ମନ୍ଦିରରେ ମଙ୍ଗଳ ଆଳତୀ ସମୟରେ ୨ ଛଦ୍ମବେଶୀ ସେବାୟତ ଅଟକ

ପୁରୀ: ଦୁଇ ଛଦ୍ମବେଶୀ ସେବାୟତ ଅଟକ। ଶ୍ରୀଗୁଣ୍ଡିଚା ମନ୍ଦିରରେ ମଙ୍ଗଳ ଆଳତୀ ସମୟରେ ଭକ୍ତ ପ୍ରବେଶ କରିବା ସମୟରେ ଅଟକ। ସେବାୟତଙ୍କ ବିରୋଧ ପରେ ଦୁଇ ଜଣ ଭକ୍ତଙ୍କୁ ଅଟକ ରଖାଯାଇଛି। ଭକ୍ତ ଦୁଇ ଜଣ ସେବାୟତଙ୍କ ଛଦ୍ମବେଶରେ ମନ୍ଦିରରେ ପ୍ରବେଶ କରିଥିଲେ। ତେବେ ବିରୋଧ ପରେ ଦୁଇ ଜଣଙ୍କୁ ଅଟକ…

ଆଜି ଶ୍ରୀମନ୍ଦିରରେ ନବଯୌବନ ଦର୍ଶନ: ୧୫ ଦିନ ଧରି ଅନବସରରେ ରହିବା ପରେ ରତ୍ନସିଂହାସନରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ଶ୍ରୀମନ୍ଦିରରେ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ । ଦୀର୍ଘ ୧୫ ଦିନ ଧରି ଅନବସରରେ ରହିବା ପରେ ଆଜି ମହାପ୍ରଭୁ ରତ୍ନସିଂହାସନରେ ଦର୍ଶନ ଦେବେ । ତେବେ କେଳବ ସେବାୟତମାନେ ଏହି ଦର୍ଶନ କରିପାରିବେ । ଆଜି ମହାପ୍ରଭୁଙ୍କ ବନକଲାଗି ତଥା ମୃଖଶିଂଖାର ନୀତି ଦତ୍ତମହାପାତ୍ର ମାନେ କରିବା ପରେ…

ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଳମ୍ବିତ ରାତିରେ ହେବ ପହଣ୍ଡି

ପୁରୀ: ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା । ଏହି ସ୍ନାନଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିଥାଏ । କିନ୍ତୁ କରୋନା କଟକଣା ପାଇଁ  ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିବାକୁ ବଞ୍ଚିତ ହେବେ ଭକ୍ତ ଓ ଶ୍ରଦ୍ଧାଳୁ। ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଳମ୍ବିତ ରାତିରେ ପହଣ୍ଡି ହେବ ।…

ପୁରୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ନିୟୋଜିତ ରହିବେ ୧୫୦ ଦଇତା ସେବାୟତ, ଚୂଡ଼ାନ୍ତ ହେଲା ତାଲିକା

ପୁରୀ: ପୁରୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ନିୟୋଜିତ ରହିବେ ୧୫୦ ଦଇତା ସେବାୟତ । ଶ୍ରୀଜଗନ୍ନାଥଙ୍କ ସେବାରେ ୬୦, ଶ୍ରୀବଳଭଦ୍ରଙ୍କ ସେବାରେ ୫୦, ଦେବୀ ସୁଭଦ୍ରାଙ୍କ ନୀତିରେ ୩୦ ଜଣ ଓ ଶ୍ରୀସୁଦର୍ଶନଙ୍କ ନୀତିରେ ୧୦ ଜଣ ଦଇତାପତି ରହିବେ । ଏନେଇ ଦଇତାପତି ନିଯୋଗର ତାଲିକା ଚୂଡ଼ାନ୍ତ…

ଆଜିଠୁ ପୁଣି ରଥଖଳାରେ ଆରମ୍ଭ ହୋଇଛି ରଥ କାମ

ପୁରୀ: ଆଜି ସକାଳୁ ଆରମ୍ଭ ହୋଇଛି ରଥ କାମ। ବାତ୍ୟା ଅମ୍ଫନ ଯୋଗୁ ଗତକାଲି ରଥ ନିର୍ମାଣ କାମ ବନ୍ଦ କରାଯାଇଥିଲା । ଲଗାଣ ବର୍ଷା ଓ ପବନ ଲାଗି ରହିଥିଲା ପୁରୀରେ। ତେବେ ପ୍ରବଳ ବର୍ଷା ଫଳରେ ଜଳମଗ୍ନ ହୋଇ ଯାଇଥିଲା ରଥଖଳା । ଯାହାଫଳରେ ରଥ ନିର୍ମାଣ କାମ ବନ୍ଦ ରଖାଯାଇଥିଲା । ଅପରପଟେ…

ଶ୍ରୀମନ୍ଦିର ଚୂଡ଼ାରୁ ଦୃଶ୍ୟମାନ ହେଉଛି କୋଣାର୍କରୁ ଭୁବନେଶ୍ବର, ଅନୁଭୂତି ବଖାଣିଲେ ବରିଷ୍ଠ ଚୁନରା ସେବାୟତ

ପୁରୀ: କୋଭିଡ୍ କଟକଣା ମଧ୍ଯରେ ପ୍ରତ୍ଯକ ଦିନ ମହାପ୍ରଭୁଙ୍କର ଚାଲିଛି ନୀତିକାନ୍ତି। ନୀଳଚକ୍ରରେ ବାନା ବନ୍ଧା ନୀତି ଅନ୍ଯତମ। ଚୁନରା ସେବାୟତମାନେ ପ୍ରତ୍ଯକ ଦିନ ଶ୍ରୀମନ୍ଦିର ଚୁଡାରେ ଚଢି ପତିତପାବନ ବାନା ଲଗାଉଛନ୍ତି । କିନ୍ତୁ ଲକ୍ ଡାଉନ୍ ଯୋଗୁଁ ମନ୍ଦିର ଭକ୍ତ ଶୂନ୍ଯ ହୋଇପଡିଛି । ସହର…

ଦିଲ୍ଲୀ ଫେରନ୍ତା ଅଭିଯୁକ୍ତ କରୋନା ପଜିଟିଭ୍, ପୁରୀ କୁମ୍ଭାରପଡ଼ା ଥାନାର ସମସ୍ତ କର୍ମଚାରୀ କ୍ୱାରେଣ୍ଟାଇନରେ

ପୁରୀ: କ୍ୱାରେଣ୍ଟାଇନରେ ଥାନାର ସମସ୍ତ କର୍ମଚାରୀ । ପୁରୀ କୁମ୍ଭାରପଡ଼ା ଥାନାର ସମସ୍ତ କର୍ମଚାରୀ କ୍ୱାରେଣ୍ଟାଇନରେ । ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେ କରୋନା ପଜିଟିଭ ହୋଇଥିବାରୁ ସମସ୍ତ କର୍ମଚାରୀ କ୍ୱାରେଣ୍ଟାଇନରେ ରହିଛନ୍ତି । ଏହାସହ ଥାନାକୁ ମଧ୍ୟ ସାନିଟାଇଜ କରାଯାଇଛି ।…

ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା, ୨୧ଦିନ ଧରି ଚାଲିଥିବା ଚନ୍ଦନ ଯାତ୍ରାର ଅନ୍ତିମ ଦିନ

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା। ୨୧ଦିନ ଧରି ଚାଲିଥିବା ମହାପ୍ରଭୂଙ୍କ ଚନ୍ଦନ ଯାତ୍ରା ଆଜି ଅନ୍ତିମ ଦିନ। ଏହି ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଘେରା ଚନ୍ଦନ ପୁଷ୍କରଣୀକୁ ପ୍ରରିକ୍ରମା କରିବା ପରମ୍ପରା ରହିଛି। ଏହି ଯାତ୍ରା ଆଜି ମଧ୍ୟ…

ଖାଁ ଖାଁ ସ୍ୱର୍ଗଦ୍ୱାର: ଲକଡାଉନ ଭିତରେ ବଦଳିଯାଇଛି ଚିତ୍ର, କମିଛି ଶବ ସତ୍କାର ହାର

ପୁରୀ: କରୋନା ଲକଡାଉନ ଭିତରେ ବଦଳିଯାଇଛି ସ୍ୱର୍ଗଦ୍ୱାରର ଚିତ୍ର । ଗତ ଦେଢ଼ମାସ ହେବ କମିଛି ଶବ ସତ୍କାରର ହାର । ଯେଉଁଠି ଦିନରାତି ଜୁଇ ଜଳୁଥିଲା ଆଜି ସେହି ସ୍ୱର୍ଗଦ୍ୱାର ଖାଁ ଖାଁ । ପୁରୀ ଗ୍ରୀନ ଜୋନରେ ଥିବା ସତ୍ୱେ କେବଳ ଅଳ୍ପ କେତେକଙ୍କୁ ଛାଡ଼ିଦେଲେ କେହି ବି ଶବ ସତ୍କାର ପାଇଁ ଆସିବାକୁ…