ଆଜିଠୁ ପୁଣି ରଥଖଳାରେ ଆରମ୍ଭ ହୋଇଛି ରଥ କାମ

ପୁରୀ: ଆଜି ସକାଳୁ ଆରମ୍ଭ ହୋଇଛି ରଥ କାମ। ବାତ୍ୟା ଅମ୍ଫନ ଯୋଗୁ ଗତକାଲି ରଥ ନିର୍ମାଣ କାମ ବନ୍ଦ କରାଯାଇଥିଲା । ଲଗାଣ ବର୍ଷା ଓ ପବନ ଲାଗି ରହିଥିଲା ପୁରୀରେ। ତେବେ ପ୍ରବଳ ବର୍ଷା ଫଳରେ ଜଳମଗ୍ନ ହୋଇ ଯାଇଥିଲା ରଥଖଳା । ଯାହାଫଳରେ ରଥ ନିର୍ମାଣ କାମ ବନ୍ଦ ରଖାଯାଇଥିଲା ।

meetingଅପରପଟେ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣମୀ ନେଇ ଆଜି ବସିବ ଦ୍ୱିତୀୟ ପର୍ଯ୍ୟାୟ ବୈଠକ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ । ବୈଠକରେ ସ୍ନାନପୂର୍ଣ୍ଣିମା ନୀତି ସହ ସଂପୃକ୍ତ ୧୦ ନିଯୋଗ ସହ ଆଲୋଚନା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.