ଏୟାରଟେଲ ଆଣିଲା ଦୁଇଟି ନୂଆ ରିଚାର୍ଜ ପ୍ଲାନ୍, ମଜା ଉଠାଇବେ ୟୁଜର୍ସ
ଏୟାରଟେଲର ଏହି ରିଚାର୍ଜ ପ୍ଲାନ୍ ଦୁଇଟି ୧୦୦ ଟଙ୍କାରୁ ବି ଶସ୍ତା ରହିଛି । ଏୟାରଟେଲ୍ ଏହାର ସମସ୍ତ ୟୁଜରଙ୍କୁ ଅନଲିମିଟେଡ୍ 5G ଡାଟା ଦେଇଥାଏ କିନ୍ତୁ ଏଥିପାଇଁ ୟୁଜରଙ୍କର ମୋବାଇଲ୍ 5G ନେଟୱାର୍କ ସହିତ କନେକ୍ଟେଡ୍ ହେବା ଜରୁରୀ ।
ଏୟାରଟେଲ ନିଜର କୋଟି କୋଟି ପ୍ରିପେଡ୍ ୟୁଜର୍ସଙ୍କ ପାଇଁ ଦୁଇଟି ନୂଆ ରିଚାର୍ଜ ପ୍ଲାନ୍ ଲଞ୍ଚ କରିଛି, ଯେଉଁଥିରେ ୟୁଜରମାନେ ଅନଲିମିଟେଡ୍ ଡାଟାର ଲାଭ ପାଇବେ । ଏୟାରଟେଲର ଏହି ରିଚାର୍ଜ ପ୍ଲାନ୍ ଦୁଇଟି ୧୦୦ ଟଙ୍କାରୁ ବି ଶସ୍ତା ରହିଛି । ଏୟାରଟେଲ୍ ଏହାର ସମସ୍ତ ୟୁଜରଙ୍କୁ ଅନଲିମିଟେଡ୍ 5G ଡାଟା ଦେଇଥାଏ କିନ୍ତୁ ଏଥିପାଇଁ ୟୁଜରଙ୍କର ମୋବାଇଲ୍ 5G ନେଟୱାର୍କ ସହିତ କନେକ୍ଟେଡ୍ ହେବା ଜରୁରୀ । ଯେଉଁ ଅଞ୍ଚଳରେ 5G ନେଟୱାର୍କ ନାହିଁ ୟୁଜରମାନେ ଏହି ଅଫରର ଲାଭ ଉଠାଇ ପାରିବେ ନାହିଁ ।
ଏୟାରଟେଲର ଏହି ରିଚାର୍ଜ ପ୍ଲାନ୍ ୪୯ ଏବଂ ୯୯ ଟଙ୍କା ମୂଲ୍ୟରେ ଆସିଥାଏ । ଏୟାରଟେଲର ଏହି ଦୁଇଟି ରିଚାର୍ଜ ପ୍ଲାନ୍ ଡାଟା ପ୍ୟାକ୍ ଭାବରେ ଲଞ୍ଚ କରାଯାଇଛି । ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ଗୁଡିକରେ ୟୁଜରମାନେ ଭଏସ୍ କଲିଂର ଲାଭ ପାଆନ୍ତି ନାହିଁ । ଏହା ବ୍ୟତୀତ ଏହି ପ୍ରିପେଡ୍ ପ୍ଲାନ୍ ଗୁଡିକ ଅନ୍ୟ କୌଣସି ଚାଲୁଥିବା ପ୍ଲାନ୍ ସହିତ କ୍ଲବ୍ ହୋଇପାରିବ ।
ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ରେ ୟୁଜରମାନେ ଗୋଟିଏ ଦିନର ଭାଲିଡିଟି ପାଇବେ । ୟୁଜରମାନେ ଏହାକୁ ଏକ ଡାଟା ଆଡ୍-ଅନ୍ ଭାବରେ ବ୍ୟବହାର କରିପାରିବେ । ମନେକର ଆପଣ ଆପଣଙ୍କ ସ୍ମାର୍ଟଫୋନରେ ଏକ ପ୍ରିୟ ୱେବ୍ ସିରିଜ୍ କିମ୍ବା ଫିଲ୍ମ ଦେଖୁଛନ୍ତି ଏବଂ ହଠାତ୍ ଡାଟା ସରିଯିବ , ତେବେ ଆପଣ ଏହି ପ୍ରିପେଡ୍ ପ୍ଲାନ୍ ଦ୍ୱାରା ଅନଲିମିଟେଡ୍ ଡାଟାର ଲାଭ ପାଇପାରିବେ । ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ରେ ଅନଲିମିଟେଡ୍ ଡାଟା ବ୍ୟବହାର ପାଇଁ କମ୍ପାନୀ କିଛି ସର୍ତ୍ତ ମଧ୍ୟ ରଖିଛି । ଏହି ପ୍ରିପେଡ୍ ରିଚାର୍ଜ ପ୍ଲାନ୍ କେବଳ ପୂର୍ବରୁ ଚାଲୁଥିବା ପ୍ଲାନ୍ ସହିତ କାମ କରିବ । ଏଠାରେ ଅନଲିମିଟେଡ୍ ଡାଟାର ଅର୍ଥ ହେଉଛି ଆପଣ ପ୍ରତିଦିନ ୨୦ ଜିବି ଡାଟାର ଲାଭ ପାଇବେ । ଡାଟା ଲିମିଟ୍ ଶେଷ ହେବା ପରେ ଇଣ୍ଟରନେଟ୍ ସ୍ପିଡ୍ ୬୪kbps କୁ ହ୍ରାସ ପାଇବ ।
୯୯ ଟଙ୍କାର ରିଚାର୍ଜ ପ୍ଲାନ୍ ଦୁଇ ଦିନର ଭାଲିଡିଟି ସହିତ ଆସିଥାଏ । ଏହି ପ୍ଲାନ୍ ରେ ୟୁଜରମାନେ ଦୁଇ ଦିନ ପାଇଁ ଅନଲିମିଟେଡ ଡାଟାର ଲାଭ ପାଇବେ । ଏହି ପ୍ଲାନରେ ୟୁଜରମାନେ ପ୍ରତିଦିନ ୨୦ ଜିବି ଡାଟା ପାଇବେ । ଏହା ପରେ ଇଣ୍ଟରନେଟ୍ ସ୍ପିଡ୍ ୬୪kbps କୁ ହ୍ରାସ ପାଇବ । ଏହି ଦୁଇଟି ପ୍ରିପେଡ୍ ପ୍ଲାନ୍ ବିଶେଷକରି ସେହି ୟୁଜରମାନଙ୍କ ପାଇଁ ଯେଉଁମାନେ ଘରୁ କାମ କରନ୍ତି କିମ୍ବା ଘରେ ବସି କୌଣସି ଇଣ୍ଟରନେଟ୍ ସମ୍ବନ୍ଧୀୟ କାମ କରନ୍ତି ।