ଆରମ୍ଭ ହେଲା Amazon ଓ Flipkart ଜବରଦସ୍ତ ସେଲ୍‌: ୮୦ ରୁ ୫୦ ପ୍ରତିଶତ ରିହାତିରେ କିଣନ୍ତୁ ନିଜ ମନ ପସନ୍ଦର ଇଲେକ୍ଟ୍ରୋନିକ୍ସ ଓ ଡ୍ରେସ୍

ଗ୍ରାହକଙ୍କ ପାଇଁ ରହିଛି ଖୁସି ଖବର । କାରଣ ଆଜିଠୁ ଆମାଜନ୍ ଓ ଫ୍ଲିପକାର୍ଟରେ ଆରମ୍ଭ ହୋଇଛି ବିଗ୍ ବିଲିଅନ୍ ଡେ। Amazon ଓ Flipkart ବିଗ୍ ସେଲରେ ଆପଣ ନିଜ ମନ ପସନ୍ଦର ଇଲେକ୍ଟ୍ରୋନିକ୍ସ କିଣିପାରିବେ। କେବଳ ଇଲେକ୍ଟ୍ରୋନିକ୍ସ ନୁହେଁ ଘର ପାଇଁ ଓ ନିଜ ପାଇଁ ମଧ୍ୟ ଅନେକ ଉପହାର ଆପଣ ଏହି ବିଗ୍ ଡେ ସେଲରେ କିଣିପାରିବେ ପୁଣି ଖୁବ୍ କମ୍ ଟଙ୍କାରେ।

ଏହି ସେଲ୍‌ରେ ମୋବାଇଲ ଫୋନ, ଲାପ୍‌ଟପ, ସ୍ମାର୍ଟ ଟିଭି ଏବଂ ଅନ୍ୟାନ୍ୟ ଆଇଟମ୍‌ଗୁଡ଼ିକୁ ବମ୍ପର ରିହାତି ସହିତ ବିକ୍ରି କରାଯିବ। ବର୍ଷକୁ ଏମିତି ସେଲ୍‌ ଗୋଟିଏ ଥର ହିଁ ଆସିଥାଏ। ସେ ପୁଣି ପୂଜା ସମୟରେ। ଏହି କାରଣରୁ ଅଧିକାଂଶ ଲୋକେ ଏହାକୁ ଅପେକ୍ଷା କରି ରହି ଥାଆନ୍ତି। ଏଥିରେ ଆପଣ ଅଧା ଦାମ୍‌ରେ ନୂଆ ମୋବାଇଲ ଫୋନ୍‌ ଠାରୁ ଆରମ୍ଭ କରି ସବୁ ପ୍ରକାର ଜିନିଷ କିଣି ପାରିବେ।

Amazon Great Indian Festival Sale ଏବଂ Flipkart Big Billion Days Sale ସେପ୍ଟେମ୍ବର ୨୩ରୁ ଅର୍ଥାତ୍ ଆଜି ଆରମ୍ଭ ହୋଇଛି। ଏହି ସେଲ୍‌ରେ ଅଧିକାଂଶ ପ୍ରଡକ୍ଟକୁ ଏ ପର୍ଯ୍ୟନ୍ତର ସବୁଠାରୁ କମ୍‌ ଦାମ୍‌ରେ ବିକ୍ରି କରାଯିବ। ସେଲ୍‌ ସମୟରେ ମୋବାଇଲ ଫୋନ ଉପରେ ଜବରଦସ୍ତ ରିହାତି ଦିଆଯିବ। ଏମିତିକି ସ୍ମାର୍ଟ ୱାଚ ମଧ୍ୟ ଖୁବ୍ କମ୍ ଟଙ୍କାରେ କିଣି ପାରିବେ। Amazon Great Indian Festival Sale ଏବଂ Flipkart Big Billion Days Saleରେ ଅନେକ ଫୋନକୁ ୫୦ ପ୍ରତିଶତରୁ ଅଧିକ ଡିସ୍‌କାଉଣ୍ଟ ସହିତ ବିକ୍ରି କରାଯିବ। ଏଠି ଆମେ ଆପଣଙ୍କୁ ସେହି ସ୍ମାର୍ଟଫୋନର ତାଲିକା ବିଷୟରେ କହିବୁ, ଯାହାକୁ ଆପଣ ଅଧା ଦାମ୍‌ରେ ସେଲ୍‌ ସମୟରେ କିଣି ପାରିବେ।

Amazon Great Indian Festival Sale ଏବଂ Flipkart Big Billion Days Saleରେ ଏହି ଫୋନ୍‌ଗୁଡ଼ିକୁ ବ୍ୟାଙ୍କ୍‌ ଅଫର ଏବଂ ଅପ୍‌ଫ୍ରଣ୍ଟ ଡିସ୍‌କାଉଣ୍ଟ ସହିତ କମ୍‌ ଦାମ୍‌ରେ କିଣାଯାଇ ପାରିବ। ଏହି ତାଲିକାରେ Samsungରୁ ନେଇ Oppo ପର୍ଯ୍ୟନ୍ତ ସ୍ମାର୍ଟଫୋନ ସାମିଲ ଅଛି।

Samsung F23 5G:
Samsung F23 5Gକୁ Flipkart Big Billion Days Sale ସମୟରେ ବହୁତ ଶସ୍ତା ଦାମ୍‌ରେ ବିକ୍ରି କରାଯିବ। ଏହି ଫୋନ ଉପରେ ୫୦ ପ୍ରତିଶତରୁ ଅଧିକ ଡିସ୍‌କାଉଣ୍ଟ ଦିଆଯିବ। ଏହାର ଲିଷ୍ଟିଙ୍ଗ୍‌ ପ୍ରାଇଜ୍‌ ୨୨,୯୯୯ ଟଙ୍କା ରହିଛି। ଯେତେବେଳେ କି, ସେଲ୍‌ ସମୟରେ ଆପଣ ଏହାକୁ ୧୦,୯୯୯ ଟଙ୍କାରେ କିଣି ପାରିବେ।

Amazon Great Indian Festival Saleରେ iQOOର ଫୋନ୍‌ଗୁଡ଼ିକୁ ମଧ୍ୟ ବମ୍ପର ରିହାତି ସହିତ ବିକ୍ରି କରାଯିବ। ଏହାକୁ ନେଇ କମ୍ପାନୀ ପୋଷ୍ଟର ମଧ୍ୟ ସେୟାର କରିଛି। ପୋଷ୍ଟର ଅନୁସାରେ, iQOO Z6 Pro 5Gକୁ ଲିଷ୍ଟିଙ୍ଗ୍‌ ପ୍ରାଇଜ୍‌ ୨୭,୯୯୦ ଟଙ୍କା ଜାଗାରେ ମାତ୍ର ୧୭,୯୯୦ ଟଙ୍କାରେ ବିକ୍ରି କରାଯିବ। ସେଲ୍‌ ସମୟରେ ଆପଣ POCO X4 5Gକୁ ବି ଶସ୍ତା ଦାମ୍‌ରେ କିଣି ପାରିବେ। ତେବେ ପ୍ରତ୍ୟେକ ଘରକରଣା ଜିନିଷ ଉପରେ ମଧ୍ୟ ଆପଣ ୮୦ ରୁ ୫୦ ପ୍ରତିଶତ ରିହାତିରେ କିଣି ପାରିବେ। ଏହି ବିଗ୍ ବିଲିଅନ୍ ଡେ ୨୬ ପର୍ଯ୍ୟନ୍ତ ଚାଲିବ। ତେବେ ଆପଣ ଆଜିଠାରୁ ଏହି ବିଗ୍ ଡେ ସେଲରେ ସବୁ ଜିନିଷ କିଣି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.