Amazon ସେଲ ଅଫର: iPhone 12ରେ ୯ହଜାର ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ, ଲିଷ୍ଟରେ ରହିଛି ଅନ୍ୟ ଦମଦାର ଫୋନ

Amazon India ସ୍ମାର୍ଟଫୋନ ଅପଗ୍ରେଡକୁ ସେଲ କରିବାର ନିଷ୍ପତ୍ତି ନେଇଛି । ଏହି ସେଲରେ ଗ୍ରାହକଙ୍କ ପାଇଁ ଦମଦାର ଫୋନ ଅଫର ରଖାଯାଇଛି । ଇ-କମର୍ସ କମ୍ପାନୀ OnePlus, Xiaomi, Samsung, Apple, Vivo  ଓ Oppo ଭଳି ସ୍ମାର୍ଟଫୋନ ବ୍ରାଣ୍ଡରେ ଅଫର ଦିଆଯାଉଛି। ଏହା ଉପରେ ବ୍ୟାଙ୍କର ଅଫର ମଧ୍ୟ ଲାଗୁ କରାଯାଇଛି । ଏହା ୮ ଜୁଲାଇ ପର୍ଯ୍ୟନ୍ତ ଚାଲିବ । ତେଣୁ ବେଶି ଡେରି ନ କରି ଜାଣି ନିଅନ୍ତୁ ଏହାର ସମସ୍ତ ତଥ୍ୟ ।

SBI ବ୍ୟାଙ୍କର କଷ୍ଟମର୍ସ କ୍ରେଡିଟ କାର୍ଡ ଉପରେ EMI ପେମେଣ୍ଟ ରେ ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିବ । ଏହି ଅଫରରେ  iPhone 12 ଭଳି ଜବରଦସ୍ତ ପ୍ରିମିୟମ ଫୋନ ମଧ୍ୟ ରହିଛି । ଯାହାର ଲାଭ ଆପଣ ଉଠାଇପାରିବେ ।  iPhone 12 ଫୋନର ଏହି ସେଲରେ ୯ହଜାର ପର୍ଯ୍ୟନ୍ତ ଡିସକାଉଣ୍ଟ ରହିଛି । ଯଦ୍ୱାରା ଆପଣଙ୍କୁ ମୋଟ ୭୦,୯୦୦ ଟଙ୍କା ଦେବାକୁ ପଡିବ । ଏହାବ୍ୟତିତ କ୍ରେଡିଟ କାର୍ଡରେ ୭୫୦ ଟଙ୍କାର ଆଡିସନାଲ ଡିସକାଉଣ୍ଟ ଅଫର ମଧ୍ୟ ରହିଛି ।

ଅନ୍ୟ ପକ୍ଷରେ OnePlus 9 ସିରିଜରେ ବ୍ୟାଙ୍କ ଅଫର୍ସ ଅନୁଯାୟୀ ୪ହଜାର ଟଙ୍କା ପର୍ଯ୍ୟନ୍ତ ଅଫ ରହିଛି । ଏହାସହ ୯ ମାସ ପର୍ଯ୍ୟନ୍ତ ନୋ-କାଷ୍ଟ EMI ଅଫର ମଧ୍ୟ ରହିଛି । ଏହି ଲିଷ୍ଟରେ Redmi 9 ଓ iQOO Z3 5G ଫୋନ ମଧ୍ୟ ରହିଛି । ତେବେ ଗ୍ରାହକଙ୍କୁ କରୋନା ସମୟରେ ଆକୃଷ୍ଟ କରିବାର ଏହା ଭଲ ଉପାୟ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.