Apple ଆଣୁଛି କ୍ରେଡିଟ କାର୍ଡ଼, PhonePay ଏବଂ GooglePay ଭଳି ମିଳିବ Apple Pay

କମ୍ପାନୀ ଖୁବଶୀଘ୍ର ଭାରତରେ Apple Card ଲଞ୍ଚ କରିବ ବୋଲି ଆଶା କରାଯାଉଛି । ତେବେ Apple ଆମେରିକାରେ Goldman Sachs ସହ ମିଶି ଏକ କ୍ରେଡିଟ କାର୍ଡ଼ ଲଞ୍ଚ କରିଛି । ନିକଟରେ Apple ର CEO ଟିମ କୁକ ଭାରତ ଗସ୍ତରେ ଆସିଥିବା ସମୟରେ HDFC ବ୍ୟାଙ୍କର CEO ଏବଂ MD ଶଶିଧର ଜଗଦୀଶନଙ୍କୁ ଭେଟିଥିଲେ ।

Apple ଭାରତରେ କ୍ରେଡିଟ କାର୍ଟ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି । ଏଥିପାଇଁ ଭାରତୀୟ ବ୍ୟାଙ୍କ ଏବଂ ରେଗୁଲେଟର୍ସଙ୍କ ସହ ଏହା ଆଲୋଚନା କରୁଛି । କମ୍ପାନୀ ଖୁବଶୀଘ୍ର ଭାରତରେ Apple Card ଲଞ୍ଚ କରିବ ବୋଲି ଆଶା କରାଯାଉଛି । ତେବେ Apple ଆମେରିକାରେ Goldman Sachs ସହ ମିଶି ଏକ କ୍ରେଡିଟ କାର୍ଡ଼ ଲଞ୍ଚ କରିଛି । ନିକଟରେ Apple ର CEO ଟିମ କୁକ ଭାରତ ଗସ୍ତରେ ଆସିଥିବା ସମୟରେ HDFC ବ୍ୟାଙ୍କର CEO ଏବଂ MD ଶଶିଧର ଜଗଦୀଶନଙ୍କୁ ଭେଟିଥିଲେ ।

ରିପୋର୍ଟରେ ପ୍ରକାଶ ପାଇଛି ଯେ, Apple ଭାରତରେ ନେସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI) ସହ ମଧ୍ୟ ଆଲୋଚନା କରୁଛି । ଏହା ସମ୍ଭବ ଯେ, କମ୍ପାନୀ ଭାରତରେ Apple Pay ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି । କିନ୍ତୁ NPCI ସହ ହୋଇଥିବା ଆଲୋଚନାରେ ଏହା Rupay ପ୍ଲାଟଫର୍ମ କିମ୍ବା UPI ପ୍ଲାଟଫର୍ମ ପାଇଁ ପ୍ରସ୍ତୁତ ହେଉଛି ତାହା ସ୍ପଷ୍ଟ ହୋଇନାହିଁ । Rupay Credit Card କୁ UPI ସହ ଯୋଡ଼ା ଯାଇପାରିବ । କିନ୍ତୁ ଭାରତରେ କେବଳ ବ୍ୟାଙ୍କମାନଙ୍କରେ ହିଁ କ୍ରେଡିଟ କାର୍ଡ଼ ଲଞ୍ଚ କରିବା ପାଇଁ ଅନୁମତି ରହିଛି ।

କେବଳ Apple ନୁହେଁ , Google, Amazon ଏବଂ Samsung ମଧ୍ୟ ପେମେଣ୍ଟ ସେକ୍ଟରରେ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି । କମ୍ପାନୀ ପେମେଣ୍ଟ ଆପ ଡେଭଲପ କରିଛି ଏବଂ ଏହି ସେକ୍ଟରରେ ଏହା ଦ୍ରୁତଗତିରେ ବଢିବାକୁ ଚାହୁଁଛି । Apple, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) ସହ ମଧ୍ୟ କାର୍ଡ଼ ବିଷୟରେ ଆଲୋଚନା କରିଛି । ମିଳିଥିବା ସୂଚନା ଅନୁସାରେ ଆରବିଆଇ Apple କୁ କୋ- ବ୍ରାଣ୍ଡେଡ କ୍ରେଡିଟ କାର୍ଡ଼ ପାଇଁ ନିୟମିତ ପଦ୍ଧତି ଗ୍ରହଣ କରିବାକୁ କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.