ବିଳମ୍ବରେ ଆସି ଶୀଘ୍ର ଯାଉଥିବା କର୍ମଚାରୀଙ୍କ କଟିବ ଦରମା

ବିଳମ୍ବରେ ଆସି ଶୀଘ୍ର ଯାଉଥିବା କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଭାରତୀୟ ରେଳବାଇ, ଦରମା କଟିବା ସହ ମିଳିବ ଏସବୁ ଦଣ୍ଡ

ଭାରତୀୟ ରେଳବିଭାଗରେ ଚାକିରି କରୁଛନ୍ତି କି ? ଏବେ ଆପଣ ମାନଙ୍କ ପାଇଁ ଆସିଲା ଏକ ଜରୁରୀ ଖବର। ଏବେ ଅଫିସକୁ ବିଳମ୍ବରେ ଆସୁଥିବା ଏବଂ ଶୀଘ୍ର ଚାଲିଯାଉଥିବା କର୍ମଚାରୀଙ୍କ ଉପରେ କଟକଣା ଲଗାଇବା ପାଇଁ ଭାରତୀୟ ରେଳବାଇ । ଏଭଳି କର୍ମଚାରୀଙ୍କ ପାଇଁ ରେଳବାଇ କଡା ଚେତାବନୀ ଦେଇଛି। ରେଳବାଇ ନିର୍ଦ୍ଦେଶରେ କହିଛି ଯେ କର୍ମଚାରୀମାନେ ସକାଳ ୯ ଟାରେ ଅଫିସରେ ପହଞ୍ଚିବା ଉଚିତ୍ ନଚେତ୍ ସେମାନଙ୍କୁ ଅଧା ଦିନର କାଜୁଆଲ୍ ଛୁଟି ଦିଆଯିବ । କେବଳ ଏତିକି ନୁହେଁ, ସେମାନଙ୍କର ଦରମା ମଧ୍ୟ କଟାଯିବ। ରେଳ ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ବିଳମ୍ବରେ ଆସିବା ପାଇଁ ପ୍ରତିଦିନ ହାରାହାରି ଦରମା ଦିଆଯିବ। ଯେଉଁମାନେ ଏସବୁ ନିୟମ ଭାଙ୍ଗିବାରେ ଅଭ୍ୟାସ ହୋଇସାରିଛନ୍ତି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରିପୋର୍ଟ ଅନୁଯାୟୀ, ଯେଉଁ କର୍ମଚାରୀମାନେ ଶୀଘ୍ର ଅଫିସ ଛାଡନ୍ତି ସେମାନଙ୍କୁ ମଧ୍ୟ ଚେତାବନୀ ଦିଆଯାଇଛି। ଏହାପୂର୍ବରୁ ଚଳିତ ମାସରେ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା ଯେଉଁଥିରେ ରେଳବାଇ ବୋର୍ଡ କହିଛି ଯେ ଠିକ ସମୟରେ ଅଫିସକୁ ଆସୁଥିବା ଉଭୟ ଅଧିକାରୀ ଏବଂ କର୍ମଚାରୀ ଏବେ ନିୟମକୁ ଉଲଂଘନ କରୁଛନ୍ତି , ଯାହାକୁ ଗୁରୁତର ସହ ନିଆଯାଇଛି।

ସୂଚନା ଅନୁସାରେ ୨୦୧୪ ମସିହାରେ ବୋର୍ଡ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀଙ୍କ ଉପସ୍ଥିତି ରେକର୍ଡ କରିବା ପାଇଁ ଆଧାର କାର୍ଡ ଆଧାରିତ ବାୟୋମେଟ୍ରିକ୍ ସିଷ୍ଟମ ଆରମ୍ଭ କରାଯାଇଥିଲା । ଏହା ପରେ ୨୦୧୬ ଏବଂ ୨୦୧୭ ମସିହାରେ ସୁପରଭାଇଜରଙ୍କୁ କାର୍ଯ୍ୟାଳୟକୁ ଠିକ୍ ସମୟରେ ଆସି ବାୟୋମେଟ୍ରିକ୍ ବ୍ୟବସ୍ଥା ଉପରେ ସଠିକ୍ ନଜର ରଖିବାକୁ କୁହାଯାଇଥିଲା। କେବଳ ଏତିକି ନୁହେଁ ସେମାନଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଅଧିକାରୀ ଏବଂ କର୍ମଚାରୀଙ୍କ ଠିକ ସମୟରେ ଉପସ୍ଥିତି କୁ ନିଶ୍ଚିତ କରିବାକୁ ଡିଭିଜନ୍ ଅଫିସର ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନଙ୍କୁ କୁହାଯାଇଥିଲା।

ଏହି କ୍ରମରେ ରେଳବାଇ କହିଛି ଯେ ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟ ଦିବସରେ ସକାଳ ୯ ଟାରୁ ରାତି ୫.୩୦ ପର୍ଯ୍ୟନ୍ତ ଅଫିସରେ ରହିବାକୁ ପଡିବ। ସେହିପରି ଅପରାହ୍ନ ୧ ରୁ ୧.୩୦  ପର୍ଯ୍ୟନ୍ତ ଅଧ ଘଣ୍ଟାର ମଧ୍ୟାହ୍ନ ଭୋଜନ ର ସମୟ ରହିବ। ସମସ୍ତ କର୍ମଚାରୀ ସକାଳ ୯ ଟାରେ ନିଜ ସିଟ କୁ ଆସିବେ। ଏହା ବ୍ୟତୀତ ଅଧିକାରୀମାନେ ମଧ୍ୟ ନଜର ରଖିବେ ଯେ ସେମାନଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଠିକ୍ ସମୟରେ କାର୍ଯ୍ୟାଳୟକୁ ଆସୁଛନ୍ତି ।

ନିର୍ଦ୍ଦେଶ ଅନୁଯାୟୀ ଯଦି ପ୍ରତ୍ୟେକ କର୍ମଚାରୀ ପ୍ରତିଦିନ ବିଳମ୍ବରେ ଆସନ୍ତି, ତା’ହେଲେ ତାଙ୍କୁ ଅଧା ଦିନର କାଜୁଆଲ୍ ଛୁଟି ଦିଆଯିବ । ପ୍ରତି ମାସରେ କେବଳ ଦୁଇ ଘଣ୍ଟା ବିଳମ୍ବରେ ଆସିଲେ ଚଳିବ । କାଜୁଆଲ୍ ଛୁଟି କାଟିବା ବ୍ୟତୀତ ବିଳମ୍ବରେ ଆସୁଥିବା ରେଳ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ବ୍ୟତୀତ ଯେଉଁମାନେ ସମୟ ଆଗରୁ ଶୀଘ୍ର ଅଫିସ୍ ଛାଡ଼ୁଛନ୍ତି ସେମାନେ ମଧ୍ୟ ବିଳମ୍ବରେ ଆସୁଥିବା ଲୋକମାନଙ୍କ ପରି ଦଣ୍ଡ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.