Below header

ମାଇକ୍ରୋସଫ୍ଟ ୱିଣ୍ଡୋଜ ୧୦ର ବ୍ୟବହାରକାରୀ ହୋଇପାରନ୍ତି ହ୍ୟାକିଂର ଶିକାର, କମ୍ପାନୀ ଦେଲା ଚେତାବନୀ

ଯଦି ଆପଣଙ୍କ ପାଖରେ କୌଣସି କମ୍ପ୍ୟୁଟର କିମ୍ବା ଲାପଟପ ରହିଛି ତେବେ ଆପଣଙ୍କ ପାଇଁ ଜରୁରୀ ସୂଚନା ରହିଛି। ମାଇକ୍ରୋସଫ୍ଟ ୱିଣ୍ଡୋଜ ୧୦ ବ୍ୟବହାର କରୁଥିବା ୮୦ କୋଟି ସିଷ୍ଟମ ହ୍ୟାକିଂ ହୋଇପାରେ ବୋଲି କମ୍ପାନୀ ଚେତାବନୀ ଜାରି କରିଛି। ମାଇକ୍ରୋସଫ୍ଟ ପକ୍ଷରୁ ୱିଣ୍ଡୋଜ ୧୦ ବ୍ୟବହାରକାରୀଙ୍କୁ ସିଷ୍ଟମରେ ରିମୋଟ କାର୍ଡ ଏକ୍ଜ୍ୟକୁସନ (ଆରସିଇ) ନାମରେ ଦୁଇଟି ବଗ୍‌ ରହିଛି। ଏହା ବିଷୟରେ ମାଇକ୍ରୋସଫ୍ଟ ସିକ୍ୟୁରିଟି ରେସପନ୍ସ ସେଣ୍ଟର ଜାରି କରିଛି।

ଏହି ବଗ୍‌ କାରଣରୁ ଗୋଟେ କମ୍ପ୍ୟୁଟରରୁ ଅନ୍ୟ ଏକ କମ୍ପ୍ୟୁଟରରୁ ଏହି ଭାଇରସ ଆପେ ଆପେ ଚାଲିଯାଏ। ଏପର୍ଯ୍ୟନ୍ତ କମ୍ପାନୀ ଏହି ବଗ୍‌କୁ ସମାଧାନ କରିବା ପାଇଁ କୌଣସି ଅପଟେଡ ଜାରି କରିନାହିଁ। ଏପରି ସ୍ଥଳେ ଓ୍ଵିଣେ୍ଡାଜ ୧୦ ବ୍ୟବହାର କରୁଥିବା ସମଗ୍ର ବିଶ୍ୱର କୋଟି କୋଟି ବ୍ୟବହାରକାରୀଙ୍କ କମ୍ପ୍ୟୁଟର ଏବଂ ଲାପଟପକୁ ବିପଦ ରହିଛି।

windows hack

ଓ୍ଵିଣେ୍ଡାଜ ୧୦ ବ୍ୟତୀତ ୱିଣ୍ଡୋଜ ୭,୮ ମଧ୍ୟ ପ୍ରଭାବିତ ହେବ

ମାଇକ୍ରୋସଫ୍ଟ ରେସପନ୍ସ ଟିମ୍‌ର ନିର୍ଦ୍ଦେଶକ ସିମୋନ ପୋପ କହିଛନ୍ତି, ଏହି ବଗ୍‌ କାରଣରୁ ସବୁ କମ୍ପ୍ୟୁଟର ପ୍ରଭାବିତ ହୋଇପାରେ। କେବଳ ୱିଣ୍ଡୋଜ ନୁହେଁ ବରଂ ୱିଣ୍ଡୋଜ ୭ ଏସ୍‌ପି୧, ୱିଣ୍ଡୋଜ ଭର୍ସନ 2008 R2 SP1, ୱିଣ୍ଡୋଜ ସର୍ଭର ୨୦୧୨, ୱିଣ୍ଡୋଜ ୮.୧, ୱିଣ୍ଡୋଜ ସର୍ଭର ୨୦୧୨ R2 ଏହି ବଗ୍‌ ଦ୍ୱାରା ପ୍ରଭାବିତ ହେବ। ଏହି ବଗ୍‌କୁ ଦୂର କରିବା ପାଇଁ ଖୁବଶୀଘ୍ର ଅପଡେଟ ଜାରି କରାଯିବ ବୋଲି ସେ କହିଛନ୍ତି। କମ୍ପାନୀ ପକ୍ଷରୁ ବ୍ୟବହାରକାରୀଙ୍କୁ ସତର୍କ ସୂଚନା ଦିଆଯାଇଛି। ହ୍ୟାକର ଏହି ବଗର ଫାଇଦା ଉଠାଇ ଆପଣଙ୍କ ସିଷ୍ଟମକୁ ହ୍ୟାକ କରିପାରନ୍ତି କିମ୍ବା ଡାଟା ଡିଲିଟ କରିପାରିନ୍ତି, ନୂଆ ଆକାଉଣ୍ଟ ମଧ୍ୟ ବନାଇପାରନ୍ତି। ଏଥିପାଇଁ ଆପଣ ସମସ୍ତେ ଏଥିପ୍ରତି ଧ୍ୟାନ ରଖିବା ପାଇଁ କମ୍ପାନୀ ପକ୍ଷରୁ ଚେତାବନୀ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.