ଫୋନ ଚାର୍ଜରେ ଲଗାଇ ଶୋଉଥିଲେ ସାବଧାନ, Apple ଦେଲା ବଡ଼ ଚେତାବନୀ

ଆପଲ୍ କମ୍ପାନୀ କହିଛି ଯେ ରାତିରେ ଶୋଇବା ସମୟରେ ଫୋନ୍ ଚାର୍ଜରେ ଲଗାଇ ଶୋଇବା ଉଚିତ୍ ନୁହେଁ । କମ୍ପାନୀ ଲୋକଙ୍କୁ ଫୋନ୍ ଚାର୍ଜ କରିବାର ସଠିକ୍ ଉପାୟ କହିଛି ଏବଂ ଫୋନ୍ ଚାର୍ଜ କରୁଥିବାବେଳେ ସେହି ସ୍ଥାନରେ ଶୋଇବା କେତେ କ୍ଷତିକାରକ ତାହା ମଧ୍ୟ ଜଣାଇଛି । ଏହା ନିଆଁ, ଇଲେକ୍ଟ୍ରିକ ସକ୍, ବିଭିନ୍ନ ପ୍ରକାର କ୍ଷତି କରିବାର ଆଶଙ୍କାକୁ ବଢ଼ାଇଥାଏ ।

କଣ ଆପଣ ଶୋଇଲା ବେଳେ ନିଜ ଫୋନ ଚାର୍ଜରେ ଲଗାଇ ଶୋଉଛନ୍ତି କି ? ଏଭଳି ଅଭ୍ୟାସ ଥିଲେ ସାବଧାନ ହୋଇଯାଆନ୍ତୁ । ଖାସ କରି Apple ନିଜର ୟୁଜର୍ସଙ୍କୁ ଏନେଇ ଏକ ବଡ଼ ଚେତାବନୀ ଦେଇଛି । ଆପଣ ନିଜ ଫୋନକୁ ଯେଉଁଠାରେ ଚାର୍ଜ କରୁଛନ୍ତି ସେହି ସ୍ଥାନରେ ଶୋଇବା ବହୁତ ବିପଜ୍ଜନକ ବୋଲି କମ୍ପାନୀ କହିଛି । କମ୍ପାନୀ ଲୋକଙ୍କୁ ଫୋନ୍ ଚାର୍ଜ କରିବାର ସଠିକ୍ ଉପାୟ କହିଛି ଏବଂ ଫୋନ୍ ଚାର୍ଜ କରୁଥିବାବେଳେ ସେହି ସ୍ଥାନରେ ଶୋଇବା କେତେ କ୍ଷତିକାରକ ତାହା ମଧ୍ୟ ଜଣାଇଛି । ତେବେ ଆସନ୍ତୁ ଜାଣିବା ଆପଲ୍ ଏହି ଫୋନ ଚାର୍ଜକୁ ନେଇ କଣ ଚେତାବନୀ ଦେଇଛି ।

ଆପଲ୍ କମ୍ପାନୀ କହିଛି ଯେ ରାତିରେ ଶୋଇବା ସମୟରେ ଫୋନ୍ ଚାର୍ଜରେ ଲଗାଇ ଶୋଇବା ଉଚିତ୍ ନୁହେଁ । ଏହା ନିଆଁ, ଇଲେକ୍ଟ୍ରିକ ସକ୍, ବିଭିନ୍ନ ପ୍ରକାର କ୍ଷତି କରିବାର ଆଶଙ୍କାକୁ ବଢ଼ାଇଥାଏ । ଏପରି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଲୋକମାନେ ଫୋନକୁ ଏପରି ସ୍ଥାନରେ ଚାର୍ଜିଂ କରିବା ଉଚିତ୍ ଯେଉଁଠାରେ ଭଲ ଭେଣ୍ଟିଲେସନ୍ ରହିଥିବ ।

ଯଦି ଆପଣ ନିଜ ଫୋନକୁ କମ୍ବଳ କିମ୍ବା ତକିଆ ତଳେ ରଖି ଚାର୍ଜ କରିବାର ଅଭ୍ୟାସ ରଖିଛନ୍ତି ତେବେ ଆପଣ ଏହି ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ଏହା ଦ୍ବାରା ଡିଭାଇସ ଅତ୍ୟଧିକ ଗରମ ହେବାର ଆଶଙ୍କା ବଢ଼ିଥାଏ । ଡିଭାଇସ୍, ପାୱାର୍ ଆଡାପ୍ଟର କିମ୍ବା ୱେୟରଲେସ ଚାର୍ଜରକୁ ନିକଟରେ ରଖି ଶୋଇବା ଠିକ୍ ନୁହେଁ ବୋଲି ଆପଲ୍ ସ୍ପଷ୍ଟ କରିଛି । କମ୍ପାନୀ କହିଛି ଯେ ଆଇଫୋନ୍, ପାୱାର୍ ଆଡାପ୍ଟର ଏବଂ ୱେୟରଲେସ ଚାର୍ଜର ସବୁବେଳେ ଭଲ ଭେଣ୍ଟିଲେସନ୍ ଥିବା ସ୍ଥାନରେ ରଖିବା ଉଚିତ୍ । କମ୍ପାନୀ ଏହା ମଧ୍ୟ ପ୍ରକାଶ କରିଛି ଯେ ଆପଲ୍ ପ୍ରଡକ୍ଟ ପାଇଁ ଶସ୍ତା ଜିନିଷ ବ୍ୟବହାର କରନ୍ତୁ ନାହିଁ କାରଣ ସେଗୁଡ଼ିକ ଫୋନକୁ ନଷ୍ଟ କରିପାରିବେ । ଏହା ସହିତ ୟୁଜରମାନଙ୍କୁ ମେଡ୍ ଫର ଆଇଫୋନ୍ କେବୁଲ ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି ।

କମ୍ପାନୀ କହିଛି ଯେ ଆଇଫୋନ ପ୍ରଡକ୍ଟ ଗୁଡ଼ିକ USB 2.0 କିମ୍ବା ଅନ୍ୟ ଷ୍ଟାଣ୍ଡାର୍ଡ ପୂରଣ କରିବା ସମୟରେ ଥାର୍ଡ ପାର୍ଟି କେବୁଲ ଏବଂ ପାୱାର ଆଡାପ୍ଟର ଦ୍ବାରା ଚାର୍ଜ କରିହେବ । ଆପଲ ଦେଇଥିବା ଚେତାବନୀ ଅନୁସାରେ ଶୋଇବା ପର୍ଯ୍ୟନ୍ତ ଆପଣଙ୍କ ଚାର୍ଜିଂ ସମୟକୁ ସୀମିତ ରଖନ୍ତୁ । ଏହା ବ୍ୟତୀତ ଫୋନକୁ କୌଣସି ତରଳ ଜିନିଷ କିମ୍ବା ପାଣି ନିକଟରେ ଚାର୍ଜିଂରେ ରଖିବା ଉଚିତ ନୁହେଁ । ଏହା ଦ୍ବାରା ଫୋନ ନଷ୍ଟ ହୋଇପାରେ । ଖରାପ କେବୁଲ୍ କିମ୍ବା ଚାର୍ଜର କିମ୍ବା ଆର୍ଦ୍ରତା ପାଇଁ ଚାର୍ଜରରେ ନିଆଁ ଲାଗିପାରେ । କେବଳ ଏତିକି ନୁହେଁ, ସକ୍ ମଧ୍ୟ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ଦ୍ୱାରା ଅନେକ କ୍ଷତି ହେବା ମଧ୍ୟ ସମ୍ଭବ । ଶେଷରେ ଆପଲ୍ ଗାଇଡ ଲାଇନ୍ସକୁ ଫୋଲୋ କରିବା ସହ ସିକ୍ୟୁରିଟିକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଛି । ତେବେ ଆପଣ ଯଦି ଏଭଳି ଅଭ୍ୟାସ ରଖିଛନ୍ତି ତେବେ ଏଭଳି ଅଭ୍ୟାସକୁ ତୁରନ୍ତ ବଦଳାନ୍ତୁ । ନଚେତ ଆପଣଙ୍କୁ ବି ଅନେକ କ୍ଷତିର ସାମ୍ନା କରିବାକୁ ପଡ଼ିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.