ମଝି ଆକାଶରେ ବିମାନ ବାଥରୁମରେ ପଡ଼ି ଚାଲିଗଲା ପାଇଲଟଙ୍କ ଜୀବନ, ଜରୁରୀ ଅବତରଣ କରାଇଲେ ସହ-ପାଇଲଟ୍

ମଝି ଆକାଶରେ ବିମାନ ବାଥରୁମରେ ପଡି ଚାଲିଗଲା ପାଇଲଟଙ୍କ ଜୀବନ । ଆଉ ୨୭୧ ଯାତ୍ରୀ ଥିବା ବିମାନର ଜରୁରୀ ଅବତରଣ କରାଇଲେ ସହ ପାଇଲଟ । ମିଆମିରୁ ଚିଲ୍ଲି ଯାଉଥିବା ଲାଟାମ୍‌ ଏୟାରଲାଇନ୍ସରେ ଘଟିଥିଲା ଏମିତି ଘଟଣା ।

ବିମାନ ବାଥରୁମରେ ପଡି ଚାଲିଗଲା ପାଇଲଟଙ୍କ ଜୀବନ । ୨୭୧ ଜଣ ଯାତ୍ରୀଙ୍କୁ ନେଇ ମିଆମିରୁ ଚିଲ୍ଲ ଯାଉଥିବା ଲାଟାମ୍ ଏୟାରଲାଇନ୍ସ ଏକ ବିମାନର ପାଇଲଟ୍ ବାଥରୁମରେ ପଡିଯିବାରୁ ଜୀବନ ଚାଲିଯାଇଥିଲା । ଆଉ ବିମାନର ସହକାରୀ ପାଇଲଟଙ୍କୁ ବିମାନର ଜରୁରୀ ଅବତରଣ କରିବାକୁ ପଡିଥିଲା ।

୫୬ ବର୍ଷୀୟ ଇଭାନ୍ ଆନ୍ଦୌର୍ ସାଣ୍ଟିଆଗୋ ଅଭିମୁଖେ ଉଡ଼ିଯାଉଥିବା ଲାଟାମ୍ ଏୟାରଲାଇନ୍ ବିମାନରେ କ୍ୟାପଟେନ୍ ଥିଲେ । ରାତି ପ୍ରାୟ ୧୧ଟା ବେଳେ ବିମାନ ବାଥରୁମକୁ ଯାଇଥିବା ବେଳେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ଫଳରେ ତାଙ୍କର ୨ଜଣ ସହକାରୀ ପାଇଲଟ୍ ପାନାମା ସହର ସ୍ଥିତ ଆନ୍ତର୍ଜାତିକ ବିମାନ ବନ୍ଦରରେ ବୋଇଂ ୭୮୭-୯ ଡ୍ରିମଲାଇନର ବିମାନର ଜରୁରୀ ଅବତରଣ କରାଇଥିଲେ ।

ତେବେ ପାଇଲଟଙ୍କ ଜୀବନ ରକ୍ଷା କରିବାକୁ ବିମାନରେ ଥିବା ୨ଜଣ ଡାକ୍ତରବହୁତ ଚେଷ୍ଟା କରିଥିଲେ । କିନ୍ତୁ ସେମାନଙ୍କ ପାଖରେ ଆବଶ୍ୟକ ଡାକ୍ତରୀ ସରଞ୍ଜାମ ନଥିବାରୁ ସେମାନେ କିଛି କରିପାରିନଥିଲେ ।

ଜଣେ ଯାତ୍ରୀ କହିଛନ୍ତି, ବିମାନଟି ଉଡ଼ାଣ ଆରମ୍ଭ କରିବାର ପ୍ରାୟ ୪୦ ମିନିଟ୍ ପରେ ଜଣେ ସହକାରୀ ପାଇଲଟ୍ ଯାତ୍ରୀମାନଙ୍କ ମଧ୍ୟରେ କେହି ଡାକ୍ତର ଅଛନ୍ତି କି ବୋଲି ପଚାରିଥିଲେ। ଆନ୍ଦୌରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିବାରୁ ବିମାନର ଜରୁରୀ ଅବତରଣ କରାଇବାକୁ ସହ ପାଇଲଟ ନିଷ୍ପତ୍ତି ନେଇଥିଲେ । ପାନାମା ସହର ବିମାନ ବନ୍ଦରରେ ବିମାନ ଅବତରଣ କରିବା ପରେ ପାଇଲଟଙ୍କର ମୃତ୍ୟୁ ହୋଇଯାଇଥିବା କଥା ଘୋଷଣା କରାଯାଇଥିଲା।
ପାଇଲଟଙ୍କ ମୃତ୍ୟୁ ପରେ ଲାଟାମ ଏୟାରଲାଇନ୍ସ ପକ୍ଷରୁ ତାଙ୍କ ପରିବାରକୁ ସମବେଦନା ଜଣାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.