BSNLର ସବୁଠୁ ଶସ୍ତା ପ୍ଳାନ, ମାତ୍ର ୮୭ ଟଙ୍କାରେ ମିଳୁଛି ଦମଦାର ବେନିଫିଟ୍ସ

ଲୋକପ୍ରିୟ ଟେଲିକମ କମ୍ପାନୀ ସହ ପ୍ରତିଦ୍ୱନ୍ଦିତା କରିବା ପାଇଁ ସରକାରୀ ଟେଲିକମ କମ୍ପାନୀ ସବୁବେଳେ ନିଜ ଗ୍ରାହକଙ୍କୁ ଖୁସି କରିବା ପାଇଁ ଚେଷ୍ଟାରେ ଲାଗିଥାଏ । ବର୍ଷରେ ସେ ଏମିତି ଅଫର ଆଣିଦିଏ ଯେଉଁଥିରେ ଶସ୍ତାରେ ୟୁଜର୍ସ ମାନେ ମନ ଭରି ନିଜର ମନୋରଞ୍ଜନ କରିପାରିବେ । ସରକାରୀ ଟେଲିକମ୍ କମ୍ପାନୀ BSNL ନିକଟରେ ଅନେକ ନୂତନ ଅଫର ପ୍ରକାଶ କରିଛି। ତେବେ ଆଜି ଆମେ ବିଏସନାଲର ଏହି ପ୍ୟାକ ସମ୍ପର୍କରେ କହିବୁ। ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଚାହିଁବେ ଏଥିରୁ ଫାଇଦା ଉଠାଇବାକୁ....

Reliance Jio, Airtel ଏବଂ Vodafone-Idea ନିଜ ୟୁଜରମାନଙ୍କ ପାଇଁ ଅନେକ ସୁଲଭ ପ୍ଲାନ୍‌ ଆଣିଛନ୍ତି। ଏହି ପ୍ଲାନ୍‌ଗୁଡ଼ିକ କମ୍‌ ଦାମ୍‌ରେ ଅଧିକ ବେନିଫିଟ୍ସ ଦେବା ପାଇଁ ଲୋକପ୍ରିୟ। ଗତବର୍ଷ ୩ କମ୍ପାନୀ ନିଜ ପ୍ଲାନ୍‌ଗୁଡ଼ିକର ଦାମ୍‌ ବୃଦ୍ଧି କରିଛନ୍ତି। ଏମିତିରେ ୟୁଜରମାନଙ୍କ ପାଇଁ ଶସ୍ତା ପ୍ଲାନ୍‌ଗୁଡ଼ିକ ବି ମହଙ୍ଗା ହୋଇ ଯାଇଛି।

ଏପରି ସ୍ଥିତିରେ BSNLକୁ ଫାଇଦା ହୋଇଛି। କମ୍ପାନୀ କେତେକ ଶସ୍ତା ପ୍ଲାନ୍‌ ଆଣିଛି। କିଛି ୟୁଜର ଅଛନ୍ତି, ଯେଉଁମାନେ ନିଜ ସିମ୍‌କୁ କେବଳ ଆକ୍ଟିଭ୍‌ ରଖିବା ପାଇଁ କମ୍‌ ଦାମ୍‌ ପ୍ଲାନ୍‌ ଖୋଜି ଥାଆନ୍ତି। ଏହାକୁ ଧ୍ୟାନରେ ରଖି BSNL କମ୍‌ ଦାମ୍‌ ଯୁକ୍ତ ପ୍ରିପେଡ୍‌ ପ୍ଲାନ୍‌ ଆଣିଛି। ଆସନ୍ତୁ ଜାଣିବା ଏହି ପ୍ଲାନ୍‌ ବିଷୟରେ…

ଟେଲିକମ କମ୍ପାନି ଭାରତ ସଂଚାର ନିଗମ ଲିମିଟେଡ ନିଜର ୟୁଜର୍ସଙ୍କ ପାଇଁ ୮୭ ଟଙ୍କାର ପ୍ରିପେଡ ରିଚାର୍ଜ ପ୍ଲାନ ଆରମ୍ଭ କରିଛି । ଯେଉଁଥିରେ ହାଇ ସ୍ପିଡ ୧ ଜିବି ଡେଲି ଡାଟା ସହିତ ୧୪ ଦିନ ପାଇଁ ଅନଲିମିଟେଡ ଭଏସ କଲର ସୁବିଧା ଦିଆଯାଇଛି । ବିଏସଏନଏଲ ର ଏହି ନୂଆ ପ୍ରିପେଡ ପ୍ଲାନ ସରକାରୀ ଟେଲିକମ ଅପରେଟରର ସବୁ ପ୍ରିପେଡ ୟୁଜର୍ସଙ୍କ ପାଇଁ ଉପଲବ୍ଧ ଅଟେ । ଡାଟା ଓ କଲିଂ ଲାଭ ସହ ଏହି ପ୍ରିପେଡ ପ୍ଲାନରେ ସବୁ ଦିନ ୧୦୦ ଏସଏମ୍‌ଏସ ସୁବିଧା ଦିଆଯାଇଛି ।

ବିଏସଏନଏଲ ସାଇଟରେ ଏହି ୮୭ ଟଙ୍କାର ପ୍ରିପେଡ ପ୍ଲାନ ଲିଷ୍ଟ ଦିଆଯାଇଛି । ଏହା ୟୁଜର୍ସଙ୍କୁ ୧ ଜିବି ହାଇସ୍ପିଡ ଡାଟା ଉପରେ ଏକ୍ସେସ ମଧ୍ୟ ଦେଉଛି । ଡାଟା ପୁରା ହେବା ପରେ ଅଧିକ ୪୦ କେବିପିଏସ ଡାଟାକୁ ଖସିଯାଏ । ଏହି ଯୋଜନା ମୁମ୍ବାଇ ଓ ଦିଲ୍ଲୀରେ ଏମଟିଏନଏଲ୍‌ ନେଟଓ୍ଵର୍କ ସହିତ ଘର, ଲୋକାଲ ସର୍ଭିସ କ୍ଷେତ୍ର ଓ ନେସନାଲ ରୋମିଂରେ ମଧ୍ୟ ଅସିମୀତ ଭଏସ କଲିଂ ଓ ଏସଟିଡି ଭଏସ କଲିଂର ସୁବିଧା ମଧ୍ୟ ଦେଇଛି ।

ଏହି ସବୁ ବେନିଫିଟ ୧୪ ଦିନ ଭାଲିଡିଟି ସହ ଆସିଥାଏ । ବିଏସଏନଏଲ ର ୮୭ ଟଙ୍କାର ପ୍ଲାନରେ ୧୯୭ କମ୍ୟୁନିକେସନ ହାଇ ମୋବାଇଲ ଗେମ୍ସ ସେବା ମଧ୍ୟ ଅଧିକ ଦେଉଛି । ଯାହାଦ୍ୱାର ୟୁଜର୍ସ ଗେମ୍ସ ଖେଳିପାରିବେ । ପ୍ରକାଶଯୋଗ୍ୟ ଯେ ଏହି ବର୍ଷ ବିଏସଏନଏଲ ୟୁଜର୍ସଙ୍କ ପାଇଁ ୭୯୭ ଟଙ୍କାର ପ୍ରିପେଡ ପ୍ଲାନ ଲଞ୍ଚ କରିଥିଲା ଯେଉଁଥିରେ ୩୯୫ ଦିନର ଭାଲିଡିଟି ଦିଆଯାଇଛି । ଏଥିସହିତ ଏହି ପ୍ଳାନ ରିଚାର୍ଜର ପ୍ରଥମ ଦୁଇ ମାସ ୨ ଜିବି ହାଇ ସ୍ପିଡ ଡାଟା ସହ ଅନଲିମିଟେଡ ଭଏସ କଲ ଓ ୧୦୦ ଏସ୍‌ଏମ୍‌ଏସ ଡେଲି ଲାଭ ମିଳିବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.