BSNL ଆଣିଲା ମଜାଦାର ଅଫର! କେବଳ ଏହି ୟୁଜରଙ୍କୁ ମିଳିବ ୩୦ ଦିନ ପାଇଁ ମାଗଣା 5GB ହାଇ ସ୍ପିଡ୍ ଡାଟା; ଜାଣନ୍ତୁ କେମିତି କରିବେ ପ୍ରାପ୍ତ

ସରକାରୀ ଟେଲିକମ୍ କମ୍ପାନୀ BSNL ନିଜର ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀଗୁଡିକୁ ଟକ୍କର ଦେବା ପାଇଁ ପୂରା ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଯେଉଁଠି ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ନିଜର ଶୁଳ୍କ ଯୋଜନାର ମୂଲ୍ୟ ଅତୀତରେ ବଢ଼ାଇ ଦେଇଥିଲେ। ସେଠି BSNL ନିଜର ଯୋଜନାଗୁଡ଼ିକର ମୂଲ୍ୟରେ କୌଣସି ବି ପରିବର୍ତ୍ତନ କରି ନାହିଁ, ଯାହା ଫଳରେ ଉପଭୋକ୍ତାମାନଙ୍କର ଆଗ୍ରହ BSNL ଆଡକୁ ବଢ଼ିବାରେ ଲାଗିଛି। ଏହି କାରଣରୁ କମ୍ପାନୀ ଉପଭୋକ୍ତାମାନଙ୍କୁ ଆକୃଷ୍ଟ କରିବା ପାଇଁ ମଧ୍ୟ କୌଣସି ବି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ ଏବଂ ନୂଆ ବର୍ଷରେ ଏକ ବଢ଼ିଆ ଅଫର ଆଣିଛି। ଏହି ଅଫର ଅଧୀନରେ BSNL କିଛି ବଛା ବଛା ଉପଭୋକ୍ତାଙ୍କୁ ୩୦ ଦିନ ପର୍ଯ୍ୟନ୍ତ 5GB ହାଇ ସ୍ପୀଡ୍ ଡାଟା ସଂପୂର୍ଣ୍ଣ ମାଗଣାରେ ଉପଲବ୍ଧ କରାଇବ। ଆସନ୍ତୁ ଜାଣିବା କମ୍ପାନୀର ଏହି ଅଫର ବିଷୟରେ।
BSNL ୩୦ ଦିନ ପାଇଁ ଦେଉଛି ମାଗଣା ଡାଟା
BSNL ଘୋଷଣା କରିଛି କି, ଏହା ନିଜର କିଛି ଖାସ୍ ଉପଭୋକ୍ତାଙ୍କୁ ୩୦ ଦିନ ପାଇଁ ମାଗଣା ଡାଟା ଉପଲବ୍ଧ କରାଇବ। ଏହି ଅଫର ଅଧୀନରେ ଉପଭୋକ୍ତାମାନେ ପୂରା ଏକ ମାସ ପାଇଁ 5GB ମାଗଣା ହାଇ ସ୍ପୀଡ୍ ଡାଟା ସୁବିଧାର ଲାଭ ଉଠାଇ ପାରିବେ। କିନ୍ତୁ ଏଥିପାଇଁ ଉପଭୋକ୍ତାମାନଙ୍କୁ କମ୍ପାନୀର କିଛି ସର୍ତ୍ତ ମାନିବାକୁ ପଡିବ। ଏହାପରେ ହିଁ ଆପଣ ମାଗଣା ଡାଟା ଅଫରର ଲାଭ ଉଠାଇ ପାରିବେ।
ମନୋନୀତ ଉପଭୋକ୍ତାଙ୍କୁ ମିଳିବ ମାଗଣା ଡାଟା
BSNL ନିଜର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ ଜରିଆରେ ନୂଆ ବର୍ଷରେ ଉପଭୋକ୍ତାମାନଙ୍କୁ ଉପହାର ଦେବାକୁ ଯାଇ ଏକ ଅଭିଯାନ ଘୋଷଣା କରିଛି। ଏହି ଅଭିଯାନରେ ଅଂଶଗ୍ରହଣ କରୁଥିବା ଉପଭୋକ୍ତାମାନଙ୍କୁ କମ୍ପାନୀ ତରଫରୁ ମାଗଣା ଡାଟା ସୁବିଧା ମିଳିବ। କମ୍ପାନୀ #SwitchToBSNL ନାମକ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଅଧୀନରେ ଅନ୍ୟ ଟେଲିକମ୍ କମ୍ପାନୀଗୁଡିକର ଉପଭୋକ୍ତାମାନେ ଯଦି BSNLକୁ ସ୍ୱିଚ୍ କରନ୍ତି, ତା’ ହେଲେ ସେମାନଙ୍କୁ ଏକ ମାସ ପାଇଁ 5GB ମାଗଣା ଡାଟା ପ୍ରାପ୍ତ ହେବ। ଅର୍ଥାତ୍ ଯଦି ଆପଣ ଭୋଡାଫୋନ୍, ଏୟାରଟେଲ୍ କିମ୍ବା ଜିଓ ୟୁଜର୍ ଏବଂ ନିଜର ନମ୍ବରକୁ BSNLକୁ ପୋର୍ଟ କରିବାକୁ ଚାହୁଁଛନ୍ତି, ସେତେବେଳେ ଆପଣ କମ୍ପାନୀର ଏହି ଅଫରକୁ ପ୍ରାପ୍ତ କରି ପାରିବେ।
A great reason to #SwitchToBSNL!#BSNL #NewYear #Offers
T&C: https://t.co/4YNfqFRgLU pic.twitter.com/voDknZFvI2— BSNL India (@BSNLCorporate) January 4, 2022