ଏହି କମ୍ପାନି ଆରମ୍ଭ କଲା ସୁନ୍ଦର ଅଫର, ୨୧ ଟଙ୍କାରେ ଗୋଟିଏ ମାସ ଚାଲିବ ସିମ,ଜାଣନ୍ତୁ ପୁରା ପ୍ଲାନ

ବିଏସଏନଏଲ ଯଦିଓ ୪ଜି ସର୍ଭିସ ଲଞ୍ଚ କରିବାରେ ପଛେଇ ଯାଇଛି,ହେଲେ କମ୍ପାନି ବହୁତ ସୁବିଧା ପ୍ଲାନ ଅଫର ଦେଇଛି । ଯେଉଁଠି ମାତ୍ର ୨୧ ଟଙ୍କାରେ ପୁରା ମାସ ଯାଏ ଆପଣଙ୍କ ସିମ୍‌ ଚାଲୁ ରହିବ । ଏହି ପ୍ଲାନ ଏକ ରେଟ କଟର ପ୍ଲାନ । ଯେଉଁମାନେ ବହୁତ ଅଳ୍ପ ମୋବାଇଲ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଏହି ପ୍ଲାନ ବହୁତ ଭଲ । ୨୦୧୬ ପୂର୍ବରୁ ଏହି ସ୍କିମର ବହୁତ ମହତ୍ୱ ଥିଲା । ଏହି ସ୍କିମ ଏବେ ବି ମହଜୁଦ ରହିଛି ।

କମ୍ପାନି ଏହି ପ୍ଲାନକୁ ‘ଭଏସ ରେଟ୍‌ କଟର ୨୧’ ନାମରେ ଘୋଷଣା କରିଛି । ଏଥିରେ ଆପଣଙ୍କୁ ଅଫ ନେଟ ଓ ଅନ ନେଟରେ ପ୍ରତି ମିନିଟ କଲ୍‌ ପାଇଁ ୨୦ ପଇସା ଭାବରେ ଦେବାକୁ ପଡ଼ିବ । ଏହି ରେଟ କଟର ପ୍ଲାନର ଭାଲିଡିଟି ୩୦ ଦିନ ଅଟେ ।

ତେବେ ଏଥିପାଇଁ ଆପଣଙ୍କୁ ଏକକାଳୀନ ୧୨ ଟି ରିଚାର୍ଜ କରିବାକୁ ହେବ । ଅର୍ଥାତ ପୁରା ବର୍ଷକ ପାଇଁ ସିମ କାର୍ଡ ଆକ୍ଟିଭ ବା ଚାଲୁ ରଖିବା ପାଇଁ ୨୫୨ ଟଙ୍କା ଏକକାଳୀନ ରିଚାର୍ଜ କରିବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.