iPhone 11 ରେ ମିଳୁଛି ବମ୍ଫର ଅଫର, ୨୧ ହଜାରରୁ ବି କମ ଟଙ୍କାରେ କିଣିବାର ମଉକ୍‌ାକୁ କରନ୍ତୁନି ହାତଛଡା

ନୂଆଦିଲ୍ଲୀ : ଦୀପାବଳି ସମୟରେ iPhone ରେ ବଡ଼ ଅଫର ଥିଲା । ହେଲେ ଦୀପାବଳି ପରେ ଏହି ଅଫର ସବୁ ବନ୍ଧ ହୋଇ ଯାଇଥିଲା । ଏବେ ପୁଣି ଥରେ iPhone ଉପରେ ଭଲ ରିହାତି ମିଳୁଛି । iPhone 11 ଉପରେ ବମ୍ଫର ଡିସ୍‌କାଉଣ୍ଟ ଅଫର ଦେଇଛି କମ୍ପାନୀ । ଫଳରେ ଗ୍ରାହକମାନେ ଖୁବ୍‌ କମ ଦାମରେ iPhone 11 କିଣିପାରିବେ ।

iPhone 11 ଏବେ କେତେରେ ମିଳୁଛି : 

iPhone 11 ର ୬୪ ଜିବି ମଡେଲର ଦାମ୍‌ ଫିଲ୍ପକାର୍ଟରେ ୪୩,୯୦୦ ଟଙ୍କା । ହେଲେ ୧୩ ପ୍ରତିଶତ ଡିସକାଉଣ୍ଟ ପରେ ଏହାର ଦାମ ୩୭,୯୯୯ ରହିଛି । ଫ୍ଲିପକାର୍ଟର ଏହି ସେଲରେ ବ୍ୟାଙ୍କ ଅଫର ବି ଚାଲୁଛି ।

ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ ଜରିଆରେ ନନ୍‌ ଇଏମଆଇ ଟ୍ରାନଜାକସନ ଉପରେ ୧୦୦୦ ଟଙ୍କା ଡିସକାଉଣ୍ଟ ପାଇ ପାରିବେ । ଫ୍ଲିପକାର୍ଟ ଆକ୍ସିସ କାର୍ଡ ଜରିଆରେ ୫ ପ୍ରତିଶତ ଡିସକାଉଣ୍ଟ ପାଇପାରିବେ ।

iPhone 11 ଫିଚର୍ସ

୬.୧ ଇଞ୍ଚର ସ୍କ୍ରିନ୍‌,ଲିକୁଇଡ ରେଟିନା ଏଚଡି ଡିସପ୍ଲେ, ୧୭୯୨ X ୮୨୮ ଡିସପ୍ଲେ ର ରେଜୁଲେସନ ।

ପ୍ରୋସେସର ଏପଲ ର iPhone 11 ରେ A13 Bionic ଚିପସେଟ ଲାଗିଛି ।

ମେମୋରୀ- iPhone 11 ରେ ୬୪ ଜିବି ଓ ୧୨୮ ଜିବି ର ୨ ଟି ମଡେଲ ଆସିଛି ।

ଏଥିରେ ଡୁଆଲ ରିୟର କ୍ୟାମେରା ସେଟଅପ୍‌ ମିଳୁଛି । ୧୨ ଏମପି ର ମେନ୍‌ କ୍ୟାମେରା ଓ ୧୨ ଏମପି ର ଅନ୍ୟ ଓ୍ଵାଇଡ ଏଙ୍ଗେଲ କ୍ୟାମେରା ମିଳୁଛି । ଏଥିରେ ୧୨ ଏମପିର ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିଛି । ଏହାର ସବୁ କ୍ୟାମେରାରେ 4K କ୍ୱାଲିଟି ଭିଡିଓ ରେକଡିଂ କରାଯାଇ ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.