• Likes
  • Followers
  • Followers
  • Subscribers
  • Subscribe
  • Saturday, July 12, 2025

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ଟେକ୍
  • ଏଣିକି କର୍ମଚାରୀଙ୍କୁ ମିଳିବ ଅଧିକ ପେନସନ୍‌, EPFO ଜାରି କଲା ନୂଆ ନିୟମ ତୁରନ୍ତ କରନ୍ତୁ ଆପ୍ଲାଏ

ଏଣିକି କର୍ମଚାରୀଙ୍କୁ ମିଳିବ ଅଧିକ ପେନସନ୍‌, EPFO ଜାରି କଲା ନୂଆ ନିୟମ ତୁରନ୍ତ କରନ୍ତୁ ଆପ୍ଲାଏ

By Pritiparna Last updated Dec 31, 2022
epfo
WhatsApp Banner

ଇପିଏଫଓ ସବସ୍କ୍ରାଇବର୍ସଙ୍କ ପାଇଁ ବଡ଼ ଖୁସି ଖବର । ବର୍ତ୍ତମାନ ଆପଣଙ୍କ ଆକାଉଣ୍ଟକୁ ଆସିବ ଅଧିକ ଟଙ୍କା । କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (EPFO) ଯୋଗ୍ୟ କର୍ମଚାରୀଙ୍କ ପାଇଁ ଅଧିକ ପେନସନ୍ ସମ୍ବନ୍ଧରେ ଏକ ସର୍କୁଲାର ଜାରି କରିଛି ଏବଂ ଏହାକୁ କାର୍ଯ୍ୟକାରୀ କରିବାକୁ ସ୍ଥାନୀୟ କାର୍ଯ୍ୟାଳୟକୁ ମଧ୍ୟ ନିର୍ଦ୍ଦେଶ ଦେଇଛି । ଏହି ସର୍କୁଲାରରେ କର୍ମଚାରୀଙ୍କୁ ଏକ ବଡ଼ ଫାଇଦା ଦିଆଯାଇଛି । ଏହାଦ୍ୱାରା କର୍ମଚାରୀମାନଙ୍କୁ ହାଇୟର ପେନସନ୍ ଦିଆଯିବ । କିନ୍ତୁ ଏଥିପାଇଁ କର୍ମଚାରୀମାନଙ୍କୁ ଅନଲାଇନ୍ ଆବେଦନ କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ଅଧିକ କିଛି।

ଏବେ ଜାଣନ୍ତୁ କାହାକୁ ମିଳିବ ଉଚ୍ଚ ପେନସନ୍‌?

ଇପିଏଫଓ ଡିସେମ୍ବର ୨୯ ରେ ସୁପ୍ରିମକୋର୍ଟଙ୍କୁ ଏକ ସର୍କୁଲାର ଜାରି କରିଛି ଯେଉଁଥିରେ କୁହାଯାଇଛି, ‘ଯେଉଁ କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ) ଯୋଜନା ଅଧୀନରେ ବାଧ୍ୟତାମୂଳକ ଭାବରେ ଅଧିକ ବେତନରେ ଯୋଗଦାନ ଦେଇଛନ୍ତି ଏବଂ ଅବସର ପୂର୍ବରୁ ହାଇ ପେନସନ ଚୟନ କରିଛନ୍ତି, କିନ୍ତୁ ଇପିଏଫଓ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା, ସେମାନେ ଏବେ ହାଇ ପେନସନ୍ ପାଇବେ ।’

ଏହା ବ୍ୟତୀତ କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (EPFO)ର କହିବାକଥା ଯେ, ଯେଉଁ ସଦସ୍ୟ ୫ ହଜାର ଟଙ୍କା କିମ୍ବା ୬ ହଜାର ୫୦୦ ଟଙ୍କାରୁ ଅଧିକ ବେତନ ସୀମାରୁ ଅଧିକ ବେତନ ଉପରେ ପେନସନ୍ ପାଇଁ ଯୋଗଦାନ ଦେଇଥିଲେ ଏବଂ ହାଇ ପେନସନର ବିକଳ୍ପ ଚୟନ କରିଥିଲେ ସେମାନଙ୍କୁ ଏହି ସୁବିଧା ମିଳିବ । ଇପିଏଫଓ ସର୍କୁଲାର ଅନୁଯାୟୀ, ଏହି ନିର୍ଦ୍ଦେଶ ପରେ କର୍ମଚାରୀମାନେ ହାଇ ପେନସନ୍ ଯୋଜନା ଅଧୀନରେ ଯୋଗ୍ୟ ହେବେ ନାହିଁ ।

କେଉଁମାନେ ଏଥିପାଇଁ ଯୋଗ୍ୟ ଜାଣନ୍ତୁ

  • ଇପିଏଫ ଯୋଜନା ଧାରା ୨୬ (୬) ଦ୍ୱାରା ବିକଳ୍ପ ପ୍ରମାଣ
  • ନିଯୁକ୍ତଙ୍କ ତରଫରୁ ଭେରିଫାଏ କରାଯାଇଥିବା ଧାରା ୧୧(୩)ର ପ୍ରମାଣ
  • ଜମା ରାଶି ପ୍ରମାଣ
  • ୫,୦୦୦-୬,୫୦୦ ଟଙ୍କା ସିମାରୁ ଅଧିକ ବେତନରେ ପେନସନ୍‌ ଫଣ୍ଡରେ ଜମା ରାଶିର ପ୍ରମାଣ
  • ଏପିଏଫସି ପ୍ରମାଣ

ଏପରି ଆବେଦନ କରନ୍ତୁ 

  • ଏଥିପାଇଁ ଆପଣ ସ୍ଥାନୀୟ କାର୍ଯ୍ୟାଳୟକୁ ଯାଇ ପେନସନ ପାଇଁ ଆବେଦନ କରନ୍ତି ।
  • ଆବେଦନ ଫର୍ମ ପୂରଣ କରିବା ପରେ, ସମ୍ପୃକ୍ତ ଡକ୍ୟୁମେଣ୍ଟକୁ ଆପଣ ନେଇଯାଆନ୍ତୁ ।
  • କମିଶନର୍ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଆବେଦନ ଫର୍ମ ପୂରଣ କରନ୍ତୁ ।
  • ଯଦି ଯାଞ୍ଚରେ କୌଣସି ତ୍ରୁଟି ମିଳେ, ତେବେ ଆବେଦନ ବାତିଲ ହୋଇପାରିବ ।
EPFO accountEPFO subscribers
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
Recent Posts
  • ପିପିଲି: ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ

    Jul 12, 2025 0
  • ମାଲକାନଗିରି : ଆତ୍ମସମର୍ପଣ କଲେ ୨୨ ମାଓବାଦୀ

    Jul 12, 2025 0
  • ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ,…

    Jul 12, 2025 0
  • ଆସିଲା ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ

    Jul 12, 2025 0
  • ରାଜ୍ୟରେ ଆଉ ୪ ଦିନ ବର୍ଷିବ, ୧୩ରେ ପ୍ରବଳ ବର୍ଷା ପାଇଁ ୬…

    Jul 12, 2025 0
  • ଭୁବନେଶ୍ୱର : ରାଜ୍ୟରେ ଆଉ ୪ ଦିନ ବର୍ଷା

    Jul 12, 2025 0
  • Founder’s Message
  • Contact us
  • Advertise
  • Privacy Policy
  • Terms Of Service
  • Disclaimer
© 2025 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ