କାମକୁ ସହଜ କରିଦେବ ଏସବୁ AI ଆପ୍ସ

ଘଣ୍ଟାଏ ଲାଗୁଥିବା କାମକୁ ମିନିଟ୍‌ ରେ ସାରିଦେବ ଏସବୁ ବେଷ୍ଟ AI ଆପ୍ସ, କରନ୍ତୁ ଶୀଘ୍ର ଡାଉନଲୋଡ଼

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ୍ସ ଏବେ ସମସ୍ତ ସ୍ମାର୍ଟଫୋନ ପାଇଁ ଜରୁରୀ ହୋଇଗଲାଣି। କିଛି ବଛା ବଛା ସ୍ମାର୍ଟଫୋନ ରହିଛି ଯେଉଁଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ ରହିନାହିଁ। ତେବେ ଏହାର ବ୍ୟବହାରର ମାନେ ହେଲା ଫୋନରେ ହେଉଥିବା କାମ ଆହୁରି ସହଜ ହୋଇଯିବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଫୋନରେ ଏକ ଟୁଲ ଆକାରରେ ବ୍ୟବହାର ହୋଇଥାଏ। ଯାହା କାମ କୁ ପରଫେକ୍ଟ େଓ୍ଵରେ କରିଥାଏ।ଏହାଦ୍ୱାରା କାମ ଅତି ସହଜରେ ଓ କମ ସମୟ ମଧ୍ୟରେ ହୋଇଥାଏ। ସବୁଠୁ ବଡ଼ କଥା ହେଉଛି ଏଥିରେ କାମ ନିର୍ଭୁଲ ହୋଇଥାଏ।

ଏହି କାରଣରୁ ଆଜି କାଲି ସମସ୍ତେ କିଛି ନା କିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ୍ସ ର ବ୍ୟବହାର କରୁଛନ୍ତି। ଏମିତିରେ କାମ ଅତିସହଜରେ ହୋଇପାରୁଛି। ତେବେ ମାର୍କେଟରେ ଅନେକ ଆର୍ଟିଫିସିଆଲ ଇଣ୍ଟେଲିଜେନସ ଟୁଲ୍ସ ରହିଛି। ଯାହାକୁ ଆପଣ ଫୋନରେ ରଖି ବ୍ୟବହାର କରିପାରିବେ। କିଛି ଆପ୍ସ ରହିଛି ଯାହା ସାହାଯ୍ୟରେ ଆପଣ କାମ କୁ ସଠିକ ଭାବେ କରିପାରିବେ।
Socratic:
ଏହା ଏକ ପ୍ରକାରର ଏଆଇ ଆପ୍‌। ଯାହା ଗଣିତ ତଥା ଅନ୍ୟ ବିଷୟରେ ହୋମଓ୍ଵାର୍କ କୁ ପୁରା କରିବା ପାଇଁ ଛାତ୍ରଙ୍କୁ ସାହାଯ୍ୟ କରିବ। ମାନେ ପିଲାମାନେ ଏଥିରେ ନିଜ କୋର୍ସକୁ ଭଲ ଭାବେ ଶେଷ କରିପାରିବେ। ଏହା ଏକ ଏଆଇ ସଞ୍ଚାଳିତ ଆପ୍‌ ଯାହା ବିଷୟରେ ଗୁଗଲ ନିକଟରେ କହିଥିଲା। ପିଲାମାନେ ନିଜ ଫୋନରେ କ୍ୟାମେରା ର ବ୍ୟବହାର କରି ଫଟୋ କ୍ଲିକ କରିପାରିବେ। ପରେ ଏହି ଆପ୍‌ ସାହାଯ୍ୟରେ ନିଜ ପ୍ରଶ୍ନର ଉତ୍ତର ପାଇ ପାରିବେ। ଏହା ବିଜ୍ଞାନ, ସାହିତ୍ୟ, ସାମାଜିକ ଅଧ୍ୟୟନ ଆଦି ବିଷୟକୁ ପଢ଼ିବାରେ ମଧ୍ୟ ପିଲାଙ୍କୁ ସାହାଯ୍ୟ କରିବ।

Fyle:
ଏହାମଧ୍ୟ ଏଆଇ ସଞ୍ଚାଳିତ ଏକ୍ସପେନ୍ସ ମ୍ୟାନେଜମେଣ୍ଟ ଆପ୍‌ । ଏହା ଡେସ୍କଟପ୍‌ , ଆଣ୍ଡ୍ରଏଡ ଓ ଆଇଓଏସ୍‌ ରେ ମିଳୁଛି। ଏହା ଏକ ସ୍ମାର୍ଟ ଆକ୍ସେସ ମ୍ୟାନେଜମେଣ୍ଟ ଆପ୍‌। ଯାହା ବହୁତ ଲୋକପ୍ରିୟ ମଧ୍ୟ। ଏହାକୁ ଅନେକ ୟୁଜର୍ସ ବ୍ୟବହାର କରୁଛନ୍ତି।

DataBot:
ଏହା ଏକ ଏଆଇ ପାଓ୍ଵାର୍ଡ ଭର୍ଚୁଆଲ ଆସିଷ୍ଟାଣ୍ଟ । ଏହା ଓ୍ଵିଣ୍ଡୋଜ ୧୦ , ଆଣ୍ଡ୍ରଏଡ ଓ ଆଇଓଏସ୍‌ ରେ ଉପଲବ୍ଧ। ଏହା Xbox One , iPad, Android ଟାବେଲଟ ଓ ଓ୍ଵିଣ୍ଡୋଜ ଫୋନରେ ମିଳୁଛି। ଏହା ଆପଣଙ୍କ ଭଏସ୍‌ ରେ ଆପଣଙ୍କୁ ଉତ୍ତର ଦେବ। ଏଥିରେ ଏମିତି ଫିଚର୍ସ ଅଛି ଯାହା ଇଣ୍ଟିଗ୍ରେଟେଡ। ଏହା ଆପଣଙ୍କ ମନ ପସନ୍ଦ ବିଷୟର ିସମସ୍ତ ଡିଟେଲ ଦେବ। ଏହାକୁ ନେଇ ଫଟୋଜ, ଇନଫର୍ମେସନ ଓ ମଲ୍ଟିମିଡ଼ିଆ ପ୍ରେଜେଣ୍ଟେସନ ପ୍ରଦାନ କରିବ। ଏହା ତଥ୍ୟ ପ୍ରଦାନ ପାଇଁ ଗୁଗଲ ସର୍ଚ୍ଚ, ଓ୍ଵିକିପଡ଼ିଆ , ଆରଏସଏସ୍‌ ଚ୍ୟାନଲେ ଆଦିର ବ୍ୟବହାର କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.