Below header

ଫେସବୁକ୍ ଲଞ୍ଚ କରିବ “Libra” କରେନ୍ସି , ମେସେଞ୍ଜର ଏବଂ ହ୍ବାଟ୍ସଆପ ଜରିଆରେ ମଧ୍ୟ ପଠା ଯାଇପାରିବ ଟଙ୍କା

ସୋସିଆଲ ମିଡିଆ ଫେସବୁକ୍ ଆରମ୍ଭ କରିଛି ଏକ ନୂଆ କ୍ରିପ୍ଟୋକରେନ୍ସି ବ୍ୟବସ୍ଥା। କମ୍ପାନୀ ଏହି କରେନ୍ସିର ନାମ ଲିବରା ରଖିଛି। ଏହି ଆପ ଦ୍ବାରା ଟଙ୍କା ନେଣଦେଣ କରିବା ଦ୍ବାରା କୌଣସି ଅତିରିକ୍ତ ମୂଲ୍ୟ ଦେବାକୁ ପଡିବ ନାହିଁ । ଏହା ଏକ ପ୍ରକାରର ପେମେଣ୍ଟ ସିଷ୍ଟମ ଯାହାକୁ ଆସନ୍ତା ବର୍ଷ ମଧ୍ୟରେ ଗ୍ରାହକ ବ୍ୟବହାର କରିପାରିବେ ବୋଲି କମ୍ପାନୀ କହିଛି । ଫେସବୁକ୍ ୨୦୨୦ ମସିହାରେ ଲିବ୍ରା କ୍ରିପ୍ଟୋକରେନ୍ସି ସହ “Calibra” ଡିଜିଟାଲ ୱାଲେଟ ଭାବେ ଲଞ୍ଚ କରିବ। ଫେସବକୁ ଦ୍ବାରା ମଙ୍ଗଳବାର ଦିନ ଜାରି କରାଯାଇଥିବା ସୂଚନା ମୁତାବକ, “Calibra” ଗ୍ଳୋବାଲ କ୍ରିପ୍ଟୋକରେନ୍ସି ଅଟେ ଯାହାକୁ ବ୍ଳାକଚେନ୍ ଟେକ୍ନୋଲୋଜିରେ ପ୍ରସ୍ତୁତ କରାଯାଇଛି । ଏହି ଆପର ବ୍ୟବହାର ମେସେଞ୍ଜର ଏବଂ ହ୍ବାଟ୍ସଆପରେ ମଧ୍ୟ ବ୍ୟବହାର ହୋଇପାରିବ।

libra

କହିବାକୁ ଚହିଁବୁ Libraରେ କେବଳ ଫେସବୁକର ନିୟନ୍ତ୍ରଣ ରହିବ ନାହିଁ । ବରଂ ଏହି କ୍ରିପ୍ଟୋକରେନ୍ସି ବେସ୍ ପ୍ରୋଜେକ୍ଟ ପାଇଁ ମାଷ୍ଟର କାର୍ଡ, ପେପଲ, ବିଜା, ସ୍ପାଟିଫାଏ ଏବଂ ଷ୍ଟାଇପ୍ ଭଳି କମ୍ପାନୀ ଫେସବୁକକୁ ୧୦ ମିଲିୟନ ଡଲାର ଦେଇସାରିଛନ୍ତି। ଯାହାଫଳରେ କମ୍ପାନୀ ତାଙ୍କ ନେଟୱର୍କକୁ ଏହି ପ୍ରୋଜେକ୍ଟରେ ସାମିଲ କରିବ। ଏହି କମ୍ପାନୀ ଗୁଡିକର ସମସ୍ତ ପ୍ଳାଟଫର୍ମରେ କ୍ରିପ୍ଟୋକରେନ୍ସି ମାନ୍ୟ ହେବ । ଯାହା ଦ୍ବାରା ଗ୍ରାହକ ସହଜରେ ମୋବାଇଲ ରିଚାର୍ଜ, ଟ୍ୟାକ୍ସି ପେମେଣ୍ଟ ଏବଂ ବିଲ ପେମେଣ୍ଟ ଆଦି କରିପାରିବେ।

facebook libra

ଏହି ଆପ ଦ୍ବାରା ଗ୍ରାହକ ବିଭିନ୍ନ ଦେଶକୁ ମଧ୍ୟ ନିଶୁଳ୍କରେ ଟଙ୍କା ନେଣଦେଣ କରିପାରିବେ। ସବୁଠାରୁ ଭଲ କଥା ହେଉଛି ଏଥିପାଇଁ କେସଣସି ଅତିରିକ୍ତ ଟଙ୍କା ଦେବାକୁ ପଡିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.