ଶେଷ ହୋଇଛି ରଥଯାତ୍ରା ସୁରକ୍ଷା ବୈଠକ, ଏହିସବୁ ଦିଗକୁ ଦିଆଯାଇଛି ଗୁରୁତ୍ବ

ପୁରୀ: ରଥଯାତ୍ରାର ସୁରକ୍ଷା ନେଇ ରଥଯାତ୍ରା ସୁରକ୍ଷା ବୈଠକ ଶେଷ ହୋଇଛି। ରଥଯାତ୍ରା ବେଳେ ମୁତୟନ ହେବେ ୧୫୦ ପ୍ଲାଟୁନ ପୋଲିସ। ସମସ୍ତ ବିଭାଗ ସମନ୍ଵୟ ରକ୍ଷା କରି ରଥାଯାତ୍ରା ସମୟରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ପୋଲିସ ଡିଜି ଆର.ପି.ଶର୍ମା । କେନ୍ଦ୍ରକୁ ମଗାଯାଇଛି NSG କମାଣ୍ଡୋ,୨ କମ୍ପାନୀ CRPF, ୨ କମ୍ପାନୀ RAF । ପୁରୀ ରଥଯାତ୍ରା ସମୟରେ ପୁରୀର ୧୧୦୦ ଫିଟ୍‌ ଉପରେ ବିମାନ ଚଳାଚଳ ନକରିବାକୁ ପରାମର୍ଶ ଦିଆଯାଇଛି। ଫନି ପାଇଁ ସିସିଟିଭି ଗୁଡିକ ନଷ୍ଟ ହୋଇଯାଇଛି। ସେଗୁଡିକର କାମ ଚାଲିଥିବା ବେଳେ ଅସ୍ଥାୟୀ ଭାବେ କିଛି ସ୍ଥାନରେ ସିସିଟିଭି ଲଗାଯିବ। ଟ୍ରାଫିକ୍‌ ଓ ପାର୍କିଂ ପାଇଂ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଭକ୍ତମାନେ ଶାନ୍ତିଶୃଙ୍ଖଳାରେ କିପରି ଦର୍ଶନ କରିବେ ସେ ଉପରେ ଗୁରୁତ୍ୱ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.