Whatsapp ଏବଂ Telegram ବ୍ଯବହାର କରି ନେଇପାରିବେ ଭ୍ଯାକସିନ୍, ଜାଣନ୍ତୁ ଉପାୟ

ଦେଶରେ କରୋନା ମାମଲା ଲଗାତାର ବଢିବାରେ ଲାଗିଛି। କରୋନାକୁ ମାତ୍ ଦେବା ପାଇଁ ସାରା ଦେଶରେ ବର୍ତ୍ତମାନ ଟିକାକରଣ ଅଭିଯାନ ଜାରି ରହିଛି। ତେବେ କେତେକ ରାଜ୍ୟରେ ଭ୍ୟାକ୍ସିନ୍ ସଂକଟ ଦେଖାଦେଇଥିବାରୁ ସ୍ଲଟ ବୁକିଂ କରିବାରେ ସମସ୍ୟା ହେଉଛି। ସ୍ଲଟ ମିଳୁନଥିବାରୁ ଲୋକମାନେ ଅନେକ ବ୍ୟସ୍ତମଧ୍ୟ ହେଉଛନ୍ତି। ଟିକାକରଣ କେନ୍ଦ୍ର ଓ ଭ୍ୟାକ୍ସିନର ଉପଲବ୍ଧତା ସମ୍ପର୍କରେ ମଧ୍ୟ ହ୍ୱାଟ୍ସଆପ୍ ଓ ଟେଲିଗ୍ରାମରେ ସୂଚନା ପାଇପାରିବେ। ତେବେ କେମିତି ହ୍ୱାଟ୍ସଆପ୍ ଓ ଟେଲିଗ୍ରାମ୍ ମାଧ୍ୟମରେ ଆପଣ ଭ୍ୟାକ୍ସିନ ବୁକ୍ କରିପାରିବେ ଆସନ୍ତୁ ସେହି ଟ୍ରିକ୍ସ ଜାଣିବା ।

ହ୍ୱାଟ୍ସଆପରେ ଏମିତି ପାଇବେ ସ୍ଲଟର ସୂଚନା

ଇଣ୍ଟରନେଟରେ ଅନେକ ୱେବ୍ସାଇଟ୍ ରହିଛି ଯେଉଁଠି ସ୍ଲଟ୍ କେବେ ଖାଲି ରହିଛି ତାହା ସମ୍ପର୍କରେ ସୂଚନା ପାଇପାରବେ। ସେଗୁଡ଼ିକ ମଧ୍ୟରୁ ଆପଣ ଚାହିଁଲେ https://www.vaccinateme.in/ ସାଇଟ୍ ଦେଖିପାରିବେ। ଏଥିପାଇଁ ଏହି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ। ସାଇଟ୍ ଖୋଲିବା ପରେ ଆପଣଙ୍କର ନିକଟସ୍ଥ ଅଞ୍ଚଳ ସମ୍ପର୍କରେ ସୂଚନା ସବ୍ମିଟ କରନ୍ତୁ। ଏହାପରେ ଏହି ସାଇଟ୍ ହିଁ ଆପଣଙ୍କୁ ସ୍ଲଟ୍ ଖାଲି ଅଛି ନାହିଁ ଜଣାଇବ। ଏଥିପାଇଁ ଆପଣ ନୋଟିଫାଏର ବ୍ୟାନ୍ ଏ ସ୍ଲଟ୍ ଓପନ କ୍ଲିକ୍ କରି ହ୍ୱାଟ୍ଆପ୍ ନୋଟିଫିକସେନ୍ ବଟନ ଉପରେ କ୍ଲିକ କରନ୍ତୁ। ଏହାପରେ ହ୍ୱାଟ୍ସଆପ୍ ନମ୍ବର ଦେଇ ସବମିଟ୍ କରିଦେଲେ ଆପଣଙ୍କ ହ୍ୱାଟ୍ସଆପ୍କୁ ସ୍ଲଟ ସମ୍ପର୍କିତ ସମସ୍ତ ସୂଚନା ମିଳିଯିବ।

ଟେଲିଗ୍ରାମରେ ସ୍ଲଟ ସୂଚନା :

ଟେଲିଗ୍ରାମ ବ୍ୟବହାରକାରୀଙ୍କ ପାଇଁ ଭ୍ୟାକ୍ସିନ ସ୍ଲଟ୍ ଖୋଜିବା ଆହୁରି ସହଜ। ଏଥିପାଇଁ ଆପଣଙ୍କୁ https://under45.in/telegram.php ଲିଙ୍କ୍ ଉପରେ କ୍ଲିକ୍ କରି ସାଇଟ୍କୁ ଖୋଲନ୍ତୁ। ଏହାପରେ ସେଠାରେ ଦିଆଯାଇଥିବା ନିଜ ରାଜ୍ୟ ଓ ଜିଲ୍ଲା ବିକଳ୍ପକୁ ବାଛି ଜଏନିଂ ଲିଙ୍କ ଉପରେ କ୍ଲିକ୍ କରିଦିଅନ୍ତୁ। ଏହାପରେ ମୋବାଇଲ୍ ପପ୍ ଅପ ୱିଣ୍ଡୋ ଖୋଲିଯିବ। ଏଠାରେ ଜଏନ୍ ଚ୍ୟାନେଲ ବଟନ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଥରେ ଚ୍ୟାନେଲ ଜଏନ କରିବା ପରେ ସ୍ଲଟ୍ ଖାଲି ହେବା ମାତ୍ରେ ଆପଣଙ୍କ ଟେଲିଗ୍ରାମକୁ ନୋଟିଫିକେସନ ଆସିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.