ଖୁବଶୀଘ୍ର ହ୍ୱାଟସଆପରେ ଲାଗୁ ହେବାକୁ ଯାଉଛି ନୂଆ ଫିଚର, ଜାଣନ୍ତୁ

ହ୍ୱାଟସଆପ ପକ୍ଷରୁ ଲାଗୁ ହେବାକୁ ଯାଉଛି ନୂଆ ଫିଚର । ଏହା ବର୍ଷର ସବୁଠୁ ବଡ଼ ଫିଚର ଯାହା ହ୍ୱାଟସଆପରେ ଲାଗୁ ହେବ । ଏହାଦ୍ୱାରା ଆପଣ ନିଜ ହ୍ୱାଟସଆପ ଆକାଉଣ୍ଟକୁ ଏକାସାଙ୍ଗରେ ବିଭିନ୍ନ ଡିଭାଇସରେ ବ୍ୟବହାର କରିପାରିବେ । ଏହା ପୂର୍ବରୁ ମଧ୍ୟ ହ୍ୱାଟସଆପରେ ମଲ୍ଟି ଡିଭାଇସ ସପୋର୍ଟ ସିଷ୍ଟମ ଜାରି କରାଯାଇଥିଲା । ଏହାକୁ ନେଇ ଫେସବୁକ ସିଇଓ ମାର୍କ ଜୁକରବର୍ଗ ସୂଚନା ଦେଇଛନ୍ତି ।

ମାର୍କ ଜୁକରବର୍ଗ କହିଛନ୍ତି ଯେ, ଏହା ବହୁତ ଶୀଘ୍ର ଲାଗୁ ହେବାକୁ ଯାଉଛି । ଏହାର ସୂଚନା ସେ Will Cathcart ଓ WABetaInfoରେ ଦେଇଛନ୍ତି। ଏହାଦ୍ୱାରା ଆପଣ ନିଜ ଆକାଉଣ୍ଟକୁ ୪ଟି ଡିଭାଇସରେ ଏକା ସାଙ୍ଗରେ କନେକ୍ଟ କରିପାରିବେ ।

ରିପୋର୍ଟ ଅନୁଯାୟୀ, ହ୍ୱାଟସଆପର ଏହି ଫିଚର ୨ ମାସ ମଧ୍ୟରେ ଲାଗୁ କରାଯିବ । ଏହା WhatsApp iPad  ପାଇଁ ମଧ୍ୟ କାମ କରିବ । ଏହାସହ disappearing mode ଓ view once  ଫିଚର୍ସକୁ ମଧ୍ୟ ରୋଲ ଆଉଟ କରାଯିବ । ଯେଉଁଥିରେ ୟୁଜର୍ସଙ୍କ ଡାଟା end-to-end encrypted ବା ସୁରକ୍ଷିତ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.