Below header

Google ଲଞ୍ଚ୍‌ କଲା ‘ହୋଲ୍ଡ ଫର ମି’ ଫିଚର, ଏବେ କଲ ହୋଲ୍ଡରେ ରହିଲେ ଆଉ କରିବାକୁ ପଡ଼ିବନି ଅପେକ୍ଷା

ଯେକୌଣସି ଟୋଲ ଫ୍ରି ନମ୍ବରକୁ କଲ କଲେ ଆମକୁ ଘଣ୍ଟା ଘଣ୍ଟା ଧରି କଲ ଆସିଷ୍ଟାଣ୍ଟଙ୍କୁ ଅପେକ୍ଷା କରିବାକୁ ପଡ଼ିଥାଏ। ଖାସ୍‌ କରି କଷ୍ଟମର କେୟାରକୁ କଲ କରିବା ବେଳେ ଏହି ସମସ୍ୟା ଟିକେ ଅଧିକ ଦେଖାଯାଏ। କଲ ହୋଲ୍ଡରେ ରଖାଯାଇଥିବାରୁ ଆମର ଅନେକ ସମୟ ନଷ୍ଟ ହୋଇଥାଏ। କିନ୍ତୁ ଗୁଗଲର ନୂଆ ଫିଚର ଆସିବା ପରେ ଆପଣଙ୍କୁ ଏହି ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ମିଳିଯିବ।

ନିକଟରେ ଗୁଗଲ ନିଜ ‘ଲଞ୍ଚ୍‌ ନାଇଟ୍‌ ଇନ୍‌’ ଇଭେଣ୍ଟରେ ନୂଆ ଫିଚର ‘ହୋଲ୍ଡ ଫର ମି’ ଲଞ୍ଚ୍‌ କରିଛି। ବର୍ତ୍ତମାନ ଏହି ଫିଚରର ଡେବ୍ୟୁ ଗୁଗଲ ଆସିଷ୍ଟାଣ୍ଟ ମାଧ୍ୟମରେ Pixel 5 ଓ Pixel 4A 5G ସ୍ମାର୍ଟଫୋନ୍‌ରେ କରାଯାଇଛି। କିନ୍ତୁ କମ୍ପାନୀ ଖୁବ୍‌ଶୀଘ୍ର ଅନ୍ୟ ମୋବାଇଲରେ ମଧ୍ୟ ଏହି ସର୍ଭିସ ଯୋଗାଇବ।

google

କେମିତି କାମ କରିବ ଏହି ଫିଚର:

ହୋଲ୍ଡ ଫର ମି ଫିଚରକୁ Pixel 5 ଡିଭାଇସ୍‌ରେ ଲଞ୍ଚ୍‌ କରାଯାଇଛି। ଏହି ନୂଆ ଫିଚରକୁ ଏକ ନୂଆ ବଟନ୍‌ ଜରିଆରେ ଆକ୍ଟିଭ୍‌ କରିହେବ। ଏହାକୁ କଲ ମ୍ୟୁଟ୍‌, ସ୍ପିକର ବଟନ୍‌ ଓ ଅନ୍ୟ ଇନ୍‌ କମିଂ କଲ କଣ୍ଟ୍ରୋଲ ଅପସନ୍‌ ଉପରେ ଫୋନ୍‌ ସ୍କି୍ରନ୍‌ରେ ନଜର ଆସିବ। କୌଣସି ଟ୍ରୋଲ ଫ୍ରି ନମ୍ବର କିମ୍ବା କଷ୍ଟମର କେୟାରକୁ କଲ କରିବା ବେଳେ ଆପଣ ଏହି ବଟନ୍‌ ବ୍ୟବହାର କରିପାରିବେ। ଏହି ଫିଚର ଗୁଗଲ ଆସିଷ୍ଟାଣ୍ଟ ସାହାଯ୍ୟରେ ଆପଣଙ୍କ କଲକୁ ମନିଟର କରିବ ଓ ସେତେବେଳେ ଯାଏଁ ଆପଣ ଅନ୍ୟ କାମ କରିପାରିବେ। କେହି ଫୋନ୍‌ ଉଠାଇବା ମାତ୍ରେ ଗୁଗଲ ଆସିଷ୍ଟାଣ୍ଟ ଆପଣଙ୍କୁ ନୋଟିଫିକେସନ୍‌ ପଠାଇବ। ଏଥିସହ ସେ ଅନ୍ୟପଟେ ଥିବା ରିପ୍ରେଜେଣ୍ଟେଟିଭ୍‌ଙ୍କୁ ମଧ୍ୟ କିଛି ସେକେଣ୍ଡ ହୋଲ୍ଡରେ ରହିବା ପାଇଁ କହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.