Google Mapsର ଏହି ଖାସ୍‌ ଫିଚରକୁ ଏବେ ହିଁ କରନ୍ତୁ ଡାଉନଲୋଡ଼, ଆଉ କଟିବନି ଆପଣଙ୍କ ଗାଡ଼ିର ଚାଲାଣ

ଗୁଗଲ ମ୍ୟାପ୍‌ ଏବେ ଏକ ଗରୁତ୍ୱପୂର୍ଣ୍ଣ ଫିଚର ପାଲଟିଯାଇଛି। ଏଣୁ ୟୁଜର୍ସଙ୍କ ମଧ୍ୟରେ ଏହା ଖୁବ୍‌ ଲୋକପ୍ରିୟ। ଗୁଗଲ ମ୍ୟାପ୍‌ ସାହାଯ୍ୟରେ ଆମେ ବିଭିନ୍ନ ସମସ୍ୟାର ସମାଧାନ କରିପାରୁ। ସେହିପରି ଗୁଗୁଲ୍ ମ୍ୟାପ୍ ର ଏକ ଫିଚର ହେଉଛି ସ୍ପିଡୋମିଟର। ଏହି ଫିଚର ରାସ୍ତା ଯାଉଥିବା ବେଳେ ଆପଣଙ୍କ ଗାଡିର ଓଭରସ୍ପିଡ୍ ବିଷୟରେ ସୂଚିତ କରେ। ଅର୍ଥାତ୍ ଆପଣଙ୍କର କାର୍ ଏକ ନିର୍ଦ୍ଦିଷ୍ଟ ଗତି ସୀମା ଅତିକ୍ରମ କରିବା ମାତ୍ରେ ସ୍ପିଡୋମିଟର ଆପଣଙ୍କୁ ସତର୍କ କରିଦେଇଥାଏ। ଗୁଗୁଲ୍ ମ୍ୟାପ୍ ର ଏହି ଫିଚର କିପରି କାମ କରେ ଆସନ୍ତୁ ଜାଣିବା ।

ସ୍ପିଡୋମିଟର କିପରି ଅନ୍ କରିବେ

ସର୍ବପ୍ରଥମେ ଗୁଗୁଲ୍ ମ୍ୟାପ୍ ଖୋଲନ୍ତୁ।

ତା’ପରେ ଗୁଗୁଲ୍ ମ୍ୟାପ୍ ର ପ୍ରୋଫାଇଲ୍ ଉପରେ କ୍ଲିକ୍ କରନ୍ତୁ।

ସେଟିଂ ଓ ନାଭିଗେସନ୍ଉ ସେଟିଂ ପରେ କ୍ଲିକ୍ କରନ୍ତୁ ।

ଏହା ପରେ ନିଜେ ଡ୍ରାଇଭିଂ ଅପ୍ସନ୍ ରେ ଆପଣ ସ୍ପିଡୋମିଟର ଦେଖିପାରିବେ।

ପରେ ଏହାକୁ ଅନ୍ କରନ୍ତୁ ।

ଗାଡିର ସ୍ପିଡକୁ ଯାଞ୍ଚ କରନ୍ତୁ

ସ୍ପିଡୋମିଟର ସହିତ ଉପଭୋକ୍ତାମାନେ ମଧ୍ୟ ସେମାନଙ୍କ କାରର ଗତି ଯାଞ୍ଚ କରିପାରିବେ। ଏକ ନିର୍ଦ୍ଦିଷ୍ଟ ଗତି ସୀମା ଅତିକ୍ରମ କରିବା ସମୟରେ, ସ୍ପିଡୋ ମିଟରର ରଙ୍ଗ ଲାଲ ହୋଇଯାଏ। ଏହି ଫିଚରସାହାଯ୍ୟରେ, ଆପଣ ଗାଡି ଚଳାଇବା ସମୟରେ କାରର ଗତି ବିଷୟରେ ଏକ ଧାରଣା ପାଇପାରିବେ। ଆପଣଙ୍କ କାର କେଉଁ ବେଗରେ ଯାଉଛି ଏହା ଆପଣଙ୍କୁ ଜଣାଇବ । ଆପଣ ନିର୍ଦ୍ଦିଷ୍ଟ ଗତି ଅତିକ୍ରମ କରିବା ମାତ୍ରେ ଗୁଗୁଲ୍ ମ୍ୟାପ୍ସର ଏହି ବିଶେଷ ଫିଚର ରଙ୍ଗ ପରିବର୍ତ୍ତନ କରି ଆପଣଙ୍କୁ ସୂଚିତ କରିବ। ଏପରି ପରିସ୍ଥିତିରେ, ଆପଣଙ୍କ ଗାଡିର ଗତିକ ହ୍ରାସ କରି,ଆପଣ ଚାଲାଣ ଏବଂ ଦୁର୍ଘଟଣା ଜନିତ ବିପଦକୁ ଏଡାଇ ପାରିବେ। ଗୁଗୁଲ୍ ମ୍ୟାପ୍ସର ଏହି ବିଶେଷ ଫିଚରଡ୍ରାଇଭରମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.