କରୋନା କାଳରେ ସାହାଯ୍ୟ କରିବ ଗୁଗଲର ନୂଆ ଫିଚର, ବେଡ୍ ଓ ଅକ୍ସିଜେନ୍ ବିଷୟରେ ମିଳିବ ସମସ୍ତ ଅପଡେଟ୍

ବର୍ଦ୍ଧିତ କରୋନା ସଂକ୍ରମଣ ମଧ୍ୟରେ ଗୁଗୁଲ ଏକ ନୂଆ ଟେଷ୍ଟିଂ ଆରମ୍ଭ କରିଛି। ଏହି ନୂଆ ଫିଚର ସହାୟତାରେ ଗୁଗଲ ମ୍ୟାପରେ ବେଡ୍ ଓ ମେଡିକାଲ ଅକ୍ସିଜେନ୍ ଉପଲବ୍ଧ ଅଛି କି ନାହିଁ, ତାହା ସହଜରେ ଜାଣି ହେବ। ଏହି ଫିଚର ସାହାଯ୍ୟରେ ଲୋକେ ଏସବୁ ଜିନିଷ ମଗେଇ ମଧ୍ୟ ପାରିବେ ଓ ଅନ୍ୟମାନଙ୍କ ସହ ସେୟାର ବି କରିପାରିବେ। ଏହି ଫିଚର ଲୋକଙ୍କୁ ବେଶ୍ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ ଯେ ଗୁଗଲ ମ୍ୟାପରେ ହସ୍ପିଟାଲ ଓ ଅକ୍ସିଜେନ୍ ସେଣ୍ଟରର ଫୋନ ନମ୍ବର ମଧ୍ୟ ଦିଆଯାଇଛି। ଆପଣ ଯେଉଁ ହସ୍ପିଟାଲର ବେଡ୍ କିମ୍ବା ଅକ୍ସିଜେନ୍ ବିଷୟରେ ଜାଣିବାକୁ ଚାହୁଁଛନ୍ତି ପ୍ରଥମେ ସେଠାକୁ କଲ୍ କରି ବୁଝନ୍ତୁ। ଏବେ ଯାଏଁ ଗୁଗଲରେ ୨୩,୦୦୦ କୋଭିଡ ଟିକାକରଣ କେନ୍ଦ୍ରର ଲୋକେସନ ବି ରହିଛି। ଏହି ଫିଚର ଇଂରାଜୀ ସମେତ ଅନ୍ୟ ୮ଟି ଭାଷାରେ ଉପଲବ୍ଧ ରହିଛି।

ଗୁଗଲ ତରଫରୁ କୁହାଯାଇଛି ଯେ ତାଙ୍କ ଟିମ୍ ୩ଟି ଜିନିଷ ଉପରେ କାମ କରୁଛି। ସର୍ବପ୍ରଥମେ ଲୋକଙ୍କୁ ସଠିକ ଓ ସଦ୍ୟ ସୂଚନା ଦେବା। ଦ୍ଵିତୀୟ, ସୁରକ୍ଷା ଓ ଟିକାକରଣ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ଅଧିକ ଗୁରୁତ୍ୱ ଦେବା ଏବଂ ତୃତୀୟ ପ୍ରଭାବିତ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.