Google Payର ଦୀପାବଳି ଉପହାର! ମିଳିବ ବମ୍ପର ପୁରସ୍କାର; ବାସ୍‌ କରନ୍ତୁ ଏହି ଛୋଟିଆ କାମ

Google Pay ଲୋକପ୍ରିୟ UPI-ବେସ୍‌ଡ ପେମେଣ୍ଟ ଆପ୍‌। ଏହାକୁ ଲକ୍ଷାଧିକ ଲୋକ ବ୍ୟବହାର କରନ୍ତି। କମ୍ପାନୀ ୟୁଜରମାନଙ୍କୁ ପେମେଣ୍ଟ କରିବା ପରେ କେତେକ ରିଓ୍ଵାର୍ଡସ୍‌ ମଧ୍ୟ ଦେଇଥାଏ। ଏବେ Google Pay ଦିଓ୍ଵାଲି ଅଫର୍‌ ଘୋଷଣା କରିଛି। କମ୍ପାନୀ ଏ ନେଇ ଟ୍ଵିଟ୍‌ କରି ସୂଚନା ଦେଇଛି। Google India ଗେମ୍‌ର ଓ୍ଵିନରଙ୍କୁ ୨୦୦ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଦେବ। ଏହି ଗେମ୍‌କୁ ଖେଳିବାର ତରିକା ମଧ୍ୟ କମ୍ପାନୀ କହିଛି। ଏହାକୁ ଖେଳିବା ବହୁତ ସହଜ। Google Indiaର ଏହି ଗେମ୍‌କୁ ପେ ଏବଂ ସର୍ଚ୍ଚ ଜରିଆରେ ଖେଳା ଯାଇପାରିବ।

କମ୍ପାନୀ ଟ୍ଵିଟରରେ କହିଛି କି, ଏହି ଗେମ୍‌କୁ ଖେଳିବା ଏବଂ ପୁରସ୍କାର ଜିତିବା ପାଇଁ Google Pay ୟୁଜର୍ସଙ୍କୁ ଆପ୍‌ରେ Indi-Home ଚାଟ୍‌ ହେଡ୍‌ ଓପନ୍‌ କରି କନ୍‌ଟେଷ୍ଟରେ ଏଣ୍ଟର କରିବାକୁ ହେବ। ଏହାପରେ ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସହିତ ପ୍ଲୋର୍‌ ବନାଇବାକୁ ପଡ଼ିବ। ଏହାର ପ୍ରତ୍ୟେକ ଷ୍ଟେପ୍‌ରେ ୟୁଜରଙ୍କୁ ରିଓ୍ଵାର୍ଡ ଦିଆଯିବ। ଫ୍ଲୋର ବନାଇବା ପାଇଁ ଆପଣଙ୍କୁ ନିଜ କନ୍‌ଟାକ୍ଟକୁ ପେମେଣ୍ଟ କରିବାକୁ ହେବ। ଏହା ବ୍ୟତୀତ ଆପଣଙ୍କୁ QR କୋଡ୍‌ ସ୍କାନ କରି ମଧ୍ୟ ପେ’ କରିବାକୁ ହେବ କିମ୍ବା ଗୁଗଲ ପେ’ରୁ ବିଲ୍‌ ପେ’ କରିବାକୁ ପଡ଼ିବ। ୨୭ ଅକ୍ଟୋବର ପର୍ଯ୍ୟନ୍ତ ଆପଣଙ୍କୁ ସବୁଠାରୁ ଲମ୍ବା ଦିଓ୍ଵାଲି ମେଳା ବନାଇବାକୁ ହେବ।

Google Pay ଆପ୍‌ରେ ହିଁ ଆପଣଙ୍କୁ Indi-Home ସ୍କି୍ରନ୍‌ ଦେଖାଯିବ। Indi-Home ଅଫର୍‌ ୨୭ ଅକ୍ଟୋବରରେ ହିଁ ଶେଷ ହୋଇଯିବ। ଗୁଗଲ ଇଣ୍ଡିଆ ଏହା ମଧ୍ୟ କହିଛି କି, ଟପ୍‌ ୫ ଲକ୍ଷ ଟିମ୍‌ ୨୦୦ ଟଙ୍କା ପର୍ଯ୍ୟନ୍ତ ପ୍ରାଇଜ୍‌ ମନି ଜିତି ପାରିବେ। ସର୍ବାଧିକ ପୁରସ୍କାର ରାଶି ୨୦୦ ଟଙ୍କା ରହିଛି ଏବଂ ବିନା ଟିମ୍‌ରେ ଆପଣ ପୁରସ୍କାର ଜିତି ପାରିବେ ନାହିଁ।

ଯେତେବେଳେ ଆପଣ ସାଙ୍ଗକୁ Google Payରୁ ପେ କରିବେ, ତ ଆପଣଙ୍କୁ ୩୦ ଟଙ୍କାର କ୍ୟାସ୍‌ବ୍ୟାକ ମିଳିବ। ଏଥି ସହିତ QR କୋଡ୍‌ ସ୍କାନ ଦ୍ୱାରା ପେମେଣ୍ଟ କରିବା ଉପରେ ମଧ୍ୟ ୩୦ ଟଙ୍କା ଜିତାଯାଇ ପାରିବ। ଏହା ବ୍ୟତୀତ ଦ୍ୱିତୀୟ ଆକ୍ଟିଭିଟି କରି ବି ଆପଣ କ୍ୟାସ୍‌ବ୍ୟାକ ଜିତି ପାରିବେ। ପ୍ରତିଯୋଗିତା ୪ ରାଉଣ୍ଡର ହେବ। ଯେମିତି ଯେମିତି ରାଉଣ୍ଡ ବଢ଼ିବ, ସମସ୍ୟା ବଢ଼ି ଚାଲିବ।

ପ୍ରଥମ ରାଉଣ୍ଡରେ ଆପଣଙ୍କ ଟିମ୍‌ ୫୦ ଟଙ୍କା ଜିତିପାରେ, ଯେତେବେଳେ କି, ଟପ୍‌ ରାଉଣ୍ଡରେ ପୁରସ୍କାର ରାଶି ୨୦୦ ଟଙ୍କା ରଖାଯାଇଛି। Google Pay କ୍ୟାସ୍‌ବ୍ୟାକ ଗ୍ୟାରେଣ୍ଟିକୁ ନେଇ କିଛି ବି କହିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.