ସାମସଙ୍ଗର ଏହି ଖାସ୍‌ ସର୍ଭିସରେ ଦାମୀ ପ୍ରଡକ୍ଟକୁ କିଣିପାରିବେ ବିନା କୌଣସି ଟେନସନ ରେ, ଶୀଘ୍ର ଜାଣି ଲାଭ ଉଠାନ୍ତୁ

ଯଦି ଆପଣ କମ ଦାମରେ ବଢ଼ିଆ ପ୍ରଡକ୍ଟ କିଣିବାକୁ ଚାହୁଁଛନ୍ତି ତେବେ ସାମସଙ୍ଗ ଦେଉଛି ସୁନ୍ଦର ମଉକା। ସାମସଙ୍ଗ ନିଜ ଗ୍ରାହକଙ୍କୁ ଏବେ କମ ଦାମରେ ଦାମୀ ପ୍ରଡକ୍ଟ କିଣିବା ପାଇଁ ଅଫର ଦେଉଛି। ଏମିତିରେ ଆପଣ କମ୍ପାନୀର ଯେ କୌଣସି ମହଙ୍ଗା ପ୍ରଡକ୍ଟକୁ କିଣିବାକୁ ଚାହୁଁଥିଲେ ଆଉ ବେଶି କିଛି ଭାବନ୍ତୁ ନାହିଁ। କାରଣ ସାମସଙ୍ଗ ଆଣିଛି ଏବେ ଖାସ୍‌ ସ୍କିମ। ଯାହାଦ୍ୱାରା ଆପଣ ମହଙ୍ଗା ପ୍ରଡକ୍ଟକୁ ଖୁବ ସହଜରେ କିଣିପାରିବେ।

ସାଧାରରଣତଃ ଗରିବ ତଥା ମଧ୍ୟମ ଶ୍ରେଣୀର ଲୋକ ଆଭ୍ରେଜ ଦାମରେ ଏକ ହ୍ୟାଣ୍ଡସେଟ ଧରିବାକୁ ଇଚ୍ଛା ରଖିଥାନ୍ତି। ଯାହା ଦ୍ୱାରା ତାଙ୍କ କାମ ବି ଖୁବ ସହଜରେ ହୋଇଯାଉଥିବ। ତେବେ ଯଦି ଫୋନର ଦାମ ଟିକେ ଅଧିକା ହୁଏ ତେବେ ତାଙ୍କ ବଜେଟ ର ବ୍ୟାଣ୍ଡ ବାଜି ଯାଏ। ତେଣୁ ଅନେକ ଲୋକ ଏଭଳି ସେଟ୍‌ କିଣିବା ପାଇଁ ବେଶି ଥର ଭାବିଥାନ୍ତି। ବେଳେବେଳେ ସେଟ କୁ ହାତ ଛଡ଼ା ମଧ୍ୟ କରିଦିଅନ୍ତି। ଏମିତିରେ ଏବେ ଗ୍ରାହକଙ୍କୁ ଆର୍ଥକ ଋଣ ପ୍ରଦାନ କରିବାକୁ ଯାଉଛି ସାମସଙ୍ଗ କମ୍ପାନୀ। ସାମସଙ୍ଗ ଫାଇନାନ୍ସ+ ମାଧ୍ୟମରେ ସାରା ଦେଶରେ ଉପଭୋକ୍ତାଙ୍କୁ ଖୁବ ସହଜରେ ଆର୍ଥିକ ଋଣ ସହାୟତା ମିଳିବ ।

ଏମିତିରେ ସାମସଙ୍ଗ ଟିଭି, ସାଉଣ୍ଡବାର , ରେଫ୍ରିଜରେଟର, ଓ୍ଵାସିଂ ମେସିନ, ମାଇକ୍ରୋେଓ୍ଵବ ଓ ଏୟାର କଣ୍ଡିସନର ଭଳି କଞ୍ଜ୍ୟୁମର ଇଲେକଟ୍ରୋନିକ୍ସ ପ୍ରଡକ୍ଟ କିଣିପାରିବେ।

ସାମସଙ୍ଗ ଫାଇନାନ୍ସ+ କୁ ଆପଣ ଯେକୌଣସି ସ୍ଥାନରୁ ଆକ୍ସେସ କରିପାରିବେ। ଏହା ଡିଜିଟାଲ ଲିଡିଂ ପ୍ଲାଟଫର୍ମ ଯାହା ଉପଭୋକ୍ତାଙ୍କୁ ଦେଶ ରେ ଯେକୌଣସି ରିଟେଲ ଷ୍ଟୋରରେ ୨୦ ମିନିଟ ଭିତରେ ଲୋନ ଦେବାର ସକ୍ଷମ ରଖୁଛି। ଏମିତିରେ ପ୍ରିମିୟମ ସାମସଙ୍ଗ କଞ୍ଜ୍ୟୁମର ଇଲେକଟ୍ରୋନିକ ଉତ୍ପାଦ କୁ କିଣିପାରିବେ।

ପ୍ରାରମ୍ଭିକ ସମୟରେ ସାମସଙ୍ଗ ଫାଇନାନ୍ସ+ ଦେଶର ୧୨୦୦ ସହରରେ ପାଖାପଖି ୩ହଜାର ଉପଭୋକ୍ତାଙ୍କୁ ଇଲେକଟ୍ରୋନିକ୍ସ ଷ୍ଟୋରରେ ଲଞ୍ଚ କରିଛି। ଏମିତିରେ ଚଳିତ ବର୍ଷ ଶେଷ ସୁଦ୍ଧା ଏହାର ୧୫୦୦ ସହର ରେ ୫୦୦୦ ରିଟେଲ ଷ୍ଟୋରରେ କାମ ଆରମ୍ଭ କରିବାର ଶୁଣିବାକୁ ମିଳିଛି। ଭାରତରେ ଏହାକୁ ଆର୍‌ ଆଣ୍ଡ ଡ଼ି ସସ୍ଥାନ ବାଙ୍ଗାଲୋର SRI-B ରେ ବିକସିତ କରାଯାଇଥିଲା। ଏହାର ଇଞ୍ଜିନିୟରିଂ, ଡିଜାଇନ ଓ ଡେଭଲପମେଣ୍ଟ ର ସବୁ କାମ SRI-B ଦ୍ୱାରା ପରିଚାଳିତ ହେବ।

ଏହା କିପରି କାମ କରିବ?
ଗ୍ରାହକମାନେ ସାମସଙ୍ଗ ଫାଇନାନ୍ସ+ ମାଧ୍ୟମରେ କିଛି ସହଜ ଷ୍ଟେପକୁ ପୂରଣ କରିବାକୁ ହେବ। ଏଥିପାଇଁ ତାଙ୍କୁ ପାଖର ସାମସଙ୍ଗ ରିଟେଲ ଷ୍ଟୋରକୁ ଯିବାକୁ ହେବ। ସେଠାରେ ସାମସଙ୍ଗ ଫାଇନାନ୍ସ+ ଡିସ୍କ କଥା ପଚାରନ୍ତୁ। ପରେ ନିଜର କେଓ୍ଵାଇସି ଭେରିଫିକେସନ କରନ୍ତୁ। ଏହାସହ ଇ-ଫର୍ମକୁ ଜମା କରନ୍ତୁ। କେଓ୍ଵାଇସି ଭେରିଫାଏ ପରେ କ୍ରେଡିଟ ସ୍କୋରିଂ କରାଯିବ। ଏହାପରେ ୨୦ ମିନିଟ ମଧ୍ୟରେ ସହଜରେ ଇଏମଆଇ ସହିତ ଲୋନ ଡିସବର୍ସ ହେବ। ଏହି ପ୍ରକ୍ରିୟା ଶେଷ ହେବା ପରେ ସହଜରେ ଆପଣ ନିଜ ମନ ପସନ୍ଦ ଜିନିଷ କୁ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.