ସାଇବର ଠକେଇକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ, ୫୫ ଲକ୍ଷ SIM ବନ୍ଦ କଲେ କେନ୍ଦ୍ର ସରକାର

୫୫ ଲକ୍ଷ ସିମ୍‌କୁ ବନ୍ଦ କରି ଦେଇଛନ୍ତି ଭାରତ ସରକାର। ସାଇବର ଠକେଇକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନକଲି ଡକ୍ୟୁମେଣ୍ଟ ବଦଳରେ ଏହି ସିମ୍‌ଗୁଡ଼ିକ ନିଆଯାଇଥିଲା।

୫୫ ଲକ୍ଷ ସିମ୍‌କୁ ବନ୍ଦ କରି ଦେଇଛନ୍ତି ଭାରତ ସରକାର। ସାଇବର ଠକେଇକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନକଲି ଡକ୍ୟୁମେଣ୍ଟ ବଦଳରେ ଏହି ସିମ୍‌ଗୁଡ଼ିକ ନିଆଯାଇଥିଲା। ଭାରତରେ ସାଇବର ଠକେଇ ମାମଲା ଦିନକୁ ଦିନ ବଢ଼ି ଚାଲିଛି। ଏଥିରେ ଅନେକ ଲୋକ ନିଜର ଲକ୍ଷାଧିକ ଟଙ୍କା ହରାଇ ବସୁଛନ୍ତି। ଏପରି କି, କିଛି ମାମଲାରେ ପୀଡ଼ିତ ୧ କୋଟି ପର୍ଯ୍ୟନ୍ତ ଟଙ୍କା ମଧ୍ୟ ହରାଇ ଦେଇଛନ୍ତି।

ଯୋଗାଯୋଗ ମନ୍ତ୍ରୀ ଦେବୁସିଂହ ଚୌହାନ ସଂସଦରେ ସୂଚନା ଦେଇ କହିଛନ୍ତି ଯେ ଯାଞ୍ଚରୁ ଜଣାପଡ଼ିଛି, ନକଲି ଆଇଡି କାର୍ଡ ମାଧ୍ୟମରେ ୫୫ ଲକ୍ଷ ସିମ୍‌ ନିଆଯାଇଛି, ଯାହାକୁ କେନ୍ଦ୍ର ସରକାର ବନ୍ଦ କରି ଦେଇଛନ୍ତି। ଏହା ସହିତ ସାଇବର ଠକେଇରେ ସାମିଲ ୧.୩୨ ଲକ୍ଷ ମୋବାଇଲ୍‌ ଫୋନ୍‌କୁ ମଧ୍ୟ ବ୍ଲକ୍‌ କରାଯାଇଛି, ଯାହାକି ଏକ ବଡ଼ କାର୍ଯ୍ୟାନୁଷ୍ଠାନ।

ଏତିକି ନୁହେଁ, ଲୋକଙ୍କ ତରଫରୁ ମିଳିଥିବା ଅଭିଯୋଗ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୩.୪୨ ଲକ୍ଷ କନେକ୍ସନକୁ ବି ବ୍ଲକ୍‌ କରି ଦେଇଛନ୍ତି। କହି ରଖୁଛୁ, ନକଲି ଡକ୍ୟୁମେଣ୍ଟ ଆଧାରରେ ନିଆଯାଇଥିବା ସିମ୍‌ରୁ ସାଇବର ଠକେଇ ଏବଂ ଲୋକଙ୍କୁ ଠକିବାର କାମ କରାଯାଉଛି।

Sanchar Sathi ପୋର୍ଟାଲକୁ ଲୋକଙ୍କ ସୁବିଧା ପାଇଁ ତିଆରି କରାଯାଇଛି। ଏହା ସାହାଯ୍ୟରେ ଚୋରି କିମ୍ବା ହଜିଯାଇଥିବା ସ୍ମାର୍ଟଫୋନ୍‌କୁ ସହଜରେ ଖୋଜାଯାଇ ପାରିବ। ଫୋନ୍‌ ଚୋରି କିମ୍ବା ହଜିଗଲେ ଏହି ପୋର୍ଟାଲରେ ତୁରନ୍ତ ରିପୋର୍ଟ କରିପାରିବେ। ଏହାପରେ ଆପଣଙ୍କ ଫୋନ୍‌ ବ୍ଲକ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.