ଜଣେ ବ୍ୟକ୍ତି କେତେଟା ପାନ୍‌ କାର୍ଡ ବନାଇପାରିବେ? ଜାଣନ୍ତୁ କଣ ରହିଛି ନିୟମ

ପାନ୍ କାର୍ଡ ଲୋକଙ୍କ ପାଇଁ ଏକ ଅତ୍ୟନ୍ତ ଉପଯୋଗୀ ଦସ୍ତାବିଜ। ଆର୍ଥିକ କାରବାର ପାଇଁ ଭାରତରେ ପାନ୍ କାର୍ଡ ବ୍ୟବହୃତ ହୋଇଥାଏ। ବଡ଼ ବଡ କାରବାର ପାଇଁ ଲୋକେ ପାନ୍ କାର୍ଡ ବ୍ୟବହାର କରିଥାନ୍ତି। ପାନ୍ କାର୍ଡ ଏକ ୧୦ ଅଙ୍କ ବିଶିଷ୍ଟ ଅନନ୍ୟ ଆଲଫାନ୍ୟୁମେରିକ୍ ନମ୍ବର ଯାହା ଭାରତୀୟ ଆୟକର ବିଭାଗ ଦ୍ୱାରା ଜାରୀ କରାଯାଇଥାଏ। ଏହା ସହିତ ଲୋକେ ପାନ୍ କାର୍ଡ ସମ୍ବନ୍ଧୀୟ କିଛି ବିଶେଷ ଜିନିଷ ବିଷୟରେ ମଧ୍ୟ ସୂଚନା ରହିଥିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଇନକମ୍‌ ଟ୍ୟାକ୍ସ ରିଟର୍ଣ୍ଣ

ଯେଉଁମାନଙ୍କର ଅଧିକ ଆୟ ରହିଛି ସେମାନଙ୍କୁ ମଧ୍ୟ ପ୍ରତିବର୍ଷ ଆୟକର ଭରିବାକୁ ହୋଇଥାଏ। ଦେଶରେ ଯେଉଁ ବ୍ୟକ୍ତିଙ୍କ ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କାରୁ ଅଧିକ ହୋଇଥାଏ ସେମାନେ ଆୟକର ଭରିଥାନ୍ତି। ଆୟକର ଦାଖଲ କରିବା ପାଇଁ ପାନ୍ କାର୍ଡ ଆବଶ୍ୟକ ହୋଇଥାଏ। ପ୍ୟାନ କାର୍ଡ ବିନା ଆୟକର ଦାଖଲ କରାଯାଇ ପାରିବ ନାହିଁ।

ଅନ୍ୟାନ୍ୟ କାମ ପାଇଁ ଜରୁରୀ ହୋଇଥାଏ ପାନ୍ କାର୍ଡ

ଅନେକ ସ୍ଥାନରେ ପାନ କାର୍ଡ ରହିବା ମଧ୍ୟ ବହୁତ ଜରୁରୀ । ଯଦି ଜଣେ ବ୍ୟକ୍ତି ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ଚାହାଁନ୍ତି ତାହେଲେ ପାନ୍ କାର୍ଡ ଆବଶ୍ୟକ ହୋଇଥାଏ। ସେୟାର ବଜାରରେ ବିନିଯୋଗ କରିବା ପାଇଁ ଡିମାଟ୍ ଆକାଉଣ୍ଟ୍ ଖୋଲିବାକୁ ହୋଇଥାଏ। ଡିମାଟ୍ ଆକାଉଣ୍ଟ ଖୋଲିବା ପାଇଁ ପାନ୍ କାର୍ଡ ମଧ୍ୟ ଆବଶ୍ୟକ। ଏପରିକି ୫୦ ହଜାରରୁ ଅଧିକ କାରବାର ପାଇଁ ପାନ୍ କାର୍ଡ ମଧ୍ୟ ଆବଶ୍ୟକ ହୋଇଥାଏ। ଏହା ବ୍ୟତୀତ କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ତିଆରି ପାଇଁ ପାନ୍ କାର୍ଡ ମଧ୍ୟ ଆବଶ୍ୟକ ହୋଇଥାଏ।

କେବଳ ଗୋଟିଏ ପ୍ୟାନ କାର୍ଡ

ଏହା ମଧ୍ୟ ମନେ ରଖିବା ଆବଶ୍ୟକ ଯେ ଦେଶରେ କୌଣସି ବ୍ୟକ୍ତି ଗୋଟିଏରୁ ଅଧିକ ପାନ୍ କାର୍ଡ ତିଆରି କରିପାରିବେ ନାହିଁ। ଜଣେ ବ୍ୟକ୍ତିଙ୍କୁ ତାଙ୍କ ସମଗ୍ର ଜୀବନରେ କେବଳ ଗୋଟିଏ ପାନ୍ ନମ୍ବର ଦିଆଯାଇଥାଏ। ଯାହାକୁ ସେ ସାରା ଜୀବନ ବ୍ୟବହାର କରିଥାନ୍ତି। ଏଭଳି ପରିସ୍ଥିତିରେ ଲୋକେ କେବଳ ଗୋଟିଏ ପାନ୍ କାର୍ଡ ତିଆରି କରିପାରିବେ। ଯାହାକୁ କେବଳ ଆର୍ଥିକ କାରବାର ପାଇଁ ବ୍ୟବହାର କରିପାରିବେ।

You might also like