ଆଇସିସି ସଦସ୍ୟତା ପଦରୁ ନିଲମ୍ବିତ ହେବା ପରେ ମଧ୍ୟ ଖେଳିପାରିବ ଶ୍ରୀଲଙ୍କା ଟିମ୍‌, ଶ୍ରୀଲଙ୍କାରେ ହେବନି ଅଣ୍ଡର-୧୯ ବିଶ୍ୱକପ

ଶ୍ରୀଲଙ୍କା ଦିନିକିଆ ସିରିଜ ଏବଂ ଆଇସିସି ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱୀ କରିପାରିବ । କିଛିଦିନ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଜ ଦାୟିତ୍ୱ ଉଲ୍ଲଙ୍ଘନ କରିବା ଯୋଗୁଁ ବହିଷ୍କୃତ କରାଯାଇଥିଲା । ଏହାସହିତ ଶ୍ରୀଲଙ୍କାରେ ହେବାକୁ ଥିବା ଅଣ୍ଡର-୧୯ ପୁରୁଷ କ୍ରିକେଟ ବିଶ୍ୱକପ ମଧ୍ୟ ସାଉଥ ଆଫ୍ରିକାରେ ହେବ ।

ଆଇସିସି ସଦସ୍ୟତା ପଦରୁ ଶ୍ରୀଲଙ୍କାକୁ ନିଲମ୍ବିତ କରିବା ପରେ ଶ୍ରୀଲଙ୍କା ଟିମ୍‌ ଅର୍ନ୍ତରାଷ୍ଟ୍ରୀୟ ଆୟୋଜନରେ ଭାଗ ନେଇପାରିବ । ଶ୍ରୀଲଙ୍କା ଦିନିକିଆ ସିରିଜ ଏବଂ ଆଇସିସ ପ୍ରତିଯୋଗିତାରେ ଭାଗ ନେଇପାରିବ । ଏହାସହିତ ଆଇସିସି ଅଣ୍ଡର-୧୯ ପୁରୁଷ କ୍ରିକେଟ ବିଶ୍ୱକପ ୨୦୨୪ର ଭେନ୍ୟୁ ବଦଳି ଦକ୍ଷିଣ ଆଫ୍ରିକା କରିଦିଆଯାଇଛି । ଏହି ନିଷ୍ପତ୍ତି ଆଇସିସି ବୋର୍ଡ ନେଇଛି ।

ମଙ୍ଗଳବାର ହୋଇଥିବା ଏକ ବୈଠକରେ ଆଇସିସି ଏକ ବୟାନରେ କହିଛି, ଏଲଏଲସିର ପ୍ରତିନିଧତ୍ୱଙ୍କୁ ଶୁଣିବା ପରେ ଆଇସିସି ବୋର୍ଡ ନିଷ୍ପତ୍ତି ନେଇଛି କି, ଶ୍ରୀଲଙ୍କା ଦିନିକିଆ ସିରିଜ ଏବଂ ଆଇସିସି ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦ୍ୱୀ କରିପାରିବ । କିଛିଦିନ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଜ ଦାୟିତ୍ୱ ଉଲ୍ଲଙ୍ଘନ କରିବା ଯୋଗୁଁ ବହିଷ୍କୃତ କରାଯାଇଥିଲା । ଏହାସହିତ ଶ୍ରୀଲଙ୍କାରେ ହେବାକୁ ଥିବା ଅଣ୍ଡର-୧୯ ପୁରୁଷ କ୍ରିକେଟ ବିଶ୍ୱକପ ମଧ୍ୟ ସାଉଥ ଆଫ୍ରିକାରେ ହେବ । ଶ୍ରୀଲଙ୍କା ବୋର୍ଡରେ ଅନିଶ୍ଚିତତାକୁ ନଜରରେ ରଖି ଆଇସିସି ଏଭଳି ଏକ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି ।

୨୦୨୪ ଜାନୁଆରୀ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ଅଣ୍ଡର-୧୯ ବିଶ୍ୱକପ ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ସେହିପରି ଦକ୍ଷିଣ ଆଫ୍ରିକା ଟି-୨ ଲିଗ୍ ର ଦ୍ୱିତୀୟ ସିଜନ୍ ଜାନୁୟାରୀ ୧୦ ତାରିଖରୁ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ସୂଚନାଯୋଗ୍ୟ, ବିଶ୍ୱକପରେ ଟିମର ଖରାପ ପ୍ରଦର୍ଶନ ଏବଂ କୋର୍ଡ ଅଫ କଣ୍ଡକ୍ଟ ଉଲ୍ଲଙ୍ଘନ ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବିତ କରାଯାଇଛି । ଏପରିକି ଆଫଗାନିସ୍ତାନଠାରୁ ବି ଦଳ ହାରିଯାଇଥିବାରୁ ଦେଶରେ ଅସନ୍ତୋଷ ବଢିବା ପରେ ଶ୍ରୀଲଙ୍କା ସରକାର ପୂରା ବୋର୍ଡକୁ ବହିଷ୍କାର କରିଥିଲେ । ଏହାପରେ ଶ୍ରୀଲଙ୍କା ରାଷ୍ଟ୍ରପତି ତାଙ୍କ ତରଫରୁ ତଦନ୍ତ ପାଇଁ ଏକ କମିଟି ମଧ୍ୟ ଗଠନ କରିଥିଲେ ।

ଶ୍ରୀଲଙ୍କା ଖେଳ ମନ୍ତ୍ରଣାଳୟ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ନିଲମ୍ବିତ କରିଥିଲା । ଶ୍ରୀଲଙ୍କାର କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂହେ କ୍ରିକେଟ୍ ବୋର୍ଡକୁ ସସପେଣ୍ଡ୍ କରି ଏକ ମଧ୍ୟବର୍ତ୍ତୀ କମିଟି ଗଠନ କରିଛନ୍ତି, ଯାହାର ଅଧ୍ୟକ୍ଷତା ୧୯୯୬ ମସିହାରେ ଶ୍ରୀଲଙ୍କାକୁ ବିଶ୍ୱ ଚାମ୍ପିଅନ୍ କରିଥିବା ଅର୍ଜୁନ ରଣତୁଙ୍ଗା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.