ୟୁଜର୍ସଙ୍କୁ ଝଟକା ! ବଢିବାକୁ ଯାଉଛି ଏହି ସବୁ ପ୍ରିପେଡ୍ ଓ ପୋଷ୍ଟପେଡ୍ ପ୍ଲାନ୍ସର ଦାମ୍

ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ହେଉଛି ଭାରତର ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନୀ । ଏହି ତିନୋଟି କମ୍ପାନୀ ସେମାନଙ୍କ ଉପଭୋକ୍ତାଙ୍କୁ ଏହିପରି ଅନେକ ଆକର୍ଷଣୀୟ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଯୋଜନା ପ୍ରଦାନ କରନ୍ତି, ଯେଉଁଥିରେ ଉପଭୋକ୍ତା କମ୍ ମୂଲ୍ୟରେ ଅଧିକ ଲାଭ ପାଇପାରିବେ | କିନ୍ତୁ ଖୁବ୍ ଶୀଘ୍ର ଏହି ୩ କମ୍ପାନୀ ନିଜର କିଛି ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ପ୍ଲାନ୍ସର ଦାମ୍ ବଢାଇବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା ଏସମ୍ପର୍କରେ ।

ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆର ପ୍ଲାନ୍ସର ବଢିବ ଦାମ୍

ଆପଣଙ୍କୁ କହିରଖୁଛୁ ଖୁବ୍ ଶୀଘ୍ର ଟେଲିକମ୍ କମ୍ପାନୀମାନେ ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ନିଜ ପ୍ରିପେଡ୍ ଓ ପୋଷ୍ଟପେଡ୍ ପ୍ଲାନ୍ସର ଦାମ୍ ବଢାଇବେ । ଏହି ୩ କମ୍ପାନୀ ନିଜ ସେହି ପ୍ଲାନ୍ସର ଦାମ୍ ବଢାଇବେ ଯେଉଁଥିରେ ୟୁଜର୍ସଙ୍କୁ ଓଟିଟି ବେନିଫିଟ୍ସରେ ଆମାଜନ ପ୍ରାଇମ୍ ଭିଡିଓର ସବସ୍କ୍ରିପ୍ସନ ଦିଆଯାଉଛି ।

ଆପଣଙ୍କୁ କହିରଖୁଛୁ ଜିଓ, ଭୋଡାଫୋନ୍ ଆଇଡିଆ ଓ ଏୟାରଟେଲ୍ ନିଜ ଅନେକ ପ୍ଲାନ୍ସରେ ଓଟିଟି ପ୍ଲାଟଫର୍ମର ସବସ୍କ୍ରିପ୍ସନ ଦେଉଛନ୍ତି ଯାହାର ଅର୍ଥ ଅଧିକାଂଶ ପ୍ଲାନ୍ସର ଦାମ୍ ବଢିଯିବ । କହିରଖୁଛୁ ଆମାଜନ ନିଜ ସୂଚନାରେ ଏହା ସ୍ପଷ୍ଟ କରିଥିଲା ଯେ ଟେଲିକମ୍ କମ୍ପାନୀମାନେ ସେହି ପ୍ଲାନ୍ସର ଦାମ୍ ବଢାଇବେ ଯେଉଁଥିରେ ଆମାଜନ ପ୍ରାଇମ୍ ଭିଡିଓର ସବସ୍କ୍ରିପ୍ସନ ସୁବିଧା ଅଛି ।

ନିକଟରେ ଆମାଜନ ପ୍ରାଇମ ଭିଡିଓର କମ୍ପାନୀ ଏହାର ସମସ୍ତ ସବସ୍କ୍ରିପସନ୍ ପ୍ଲାନ୍ସର ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି ବୋଲି ସୂଚନା ଦେଇଛି।ଆମାଜନ ପ୍ରାଇମ ଭିଡିଓ ଏହାର ଉପଭୋକ୍ତାମାନଙ୍କୁ ତିନୋଟି ଯୋଜନାର ବିକଳ୍ପ ଦେଇଥାଏ, ଯାହାର ମୂଲ୍ୟ ବର୍ତ୍ତମାନ ୧୨୯ ରୁ ଆରମ୍ଭ ହେଉଛି । ଆମାଜନ ଏହି ବିଷୟରେ ସ୍ପଷ୍ଟ କରି ଦେଇଛି ଯେ ଆମାଜନ ପ୍ରାଇମ ଭିଡିଓକୁ ସବସ୍କ୍ରିପସନ୍ ପ୍ରଦାନ କରୁଥିବା ଟେଲିକମ୍ କମ୍ପାନୀଗୁଡିକର ସେହି ପ୍ଲାନ୍ସର ଗୁଡ଼ିକର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ।

ଆମାଜନ ପ୍ରାଇମ୍ ଭିଡିଓର ଗୋଟିଏ ମାସର ପ୍ଲାନର ଦାମକୁ ୧୨୯ ଟଙ୍କାରୁ ବୃଦ୍ଧି କରି ୧୭୯ ଟଙ୍କା କରିଦିଆଯିବ । କ୍ୱାର୍ଟଲି ପ୍ଲାନସର ଦାମକୁ ବଢାଇ ୪୫୯ ଟଙ୍କା କରିଦିଆଯିବ । ଯଦିଓ ବର୍ତ୍ତମାନ ଏହି ପ୍ଲାନସ ୩୨୯ ଟଙ୍କାରେ ଉପଲବ୍ଧ । ଆମାଜନ ପ୍ରାଇମ୍ ଭିଡିଓର ବର୍ଷିକିଆ ପ୍ଲାନସକୁ ଆପଣ ୯୯୯ ଟଙ୍କା ବଦଳରେ ୧୪୯୯ ଟଙ୍କାରେ କ୍ରୟ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.