Spam Calls ଠାରୁ ମୁକ୍ତି ପାଆନ୍ତୁ iPhone ୟୁଜର୍ସ, ଏପରି ସେଟ୍‌ କରନ୍ତୁ Silence Unknown ଫିଚର

ବାରମ୍ବାର କମ୍ପାନୀର କଲ୍‌ ସ୍ପାମ୍‌ କଲ୍‌ ପାଇଁ ଚିନ୍ତିତ କି? ମାର୍କେଟିଙ୍ଗ ଏବଂ ଅଜଣା କଲ୍‌ ଟେନସନ୍‌ ଦଉଛି କି? ତାହେଲେ ଜମା ବି ବ୍ୟସ୍ତ ହୁଅନ୍ତୁନାହିଁ। ଆମେ ଆଣିଛୁ ଏହାର ସମାଧାନ। ଗୋଟେ ଦିନରେ ଆପଣଙ୍କ ପାଖକୁ ଅନେକ Spam Calls ଆସିଥାଏ। କ୍ରେଡିଟ କାର୍ଡ ଠାରୁ ନେଇ ବୀମା କରାଇବା ପର୍ଯ୍ୟନ୍ତ, ଆହୁରି ଅନେକ କିଛି ପାଇଁ କମ୍ପାନୀ ଅନେକ ଢ଼ଙ୍ଗରେ ଲୋକଙ୍କୁ ଫୋନ୍‌ କରିଥାନ୍ତି। ଆଉ ଏହି କଲସ୍‌ ବାରମ୍ବାର ଆପଣଙ୍କ ପାଖକୁ ଆସୁଥିବା କାରଣରୁ ଆପଣ ଏକଦମ୍‌ ବିରକ୍ତ ହୋଇଯାନ୍ତି। ଅନେକ ଥର ତ ଆପଣ କିିଛି ଜରୁରୀ କାମ କରୁଛନ୍ତି ଫୋନ୍‌ ରିଙ୍ଗ ହେବା କାରଣରୁ କାମକୁ ଅଧାରେ ଛାଡି କଲ୍‌ ରିସିଭ୍‌ କରନ୍ତି ଆଉ ପରେ ଆପଣଙ୍କୁ ଜଣାପଡେ ଯେ ସେଇଟା ଏକ ସ୍ପାମ କଲ୍‌। ଏହାଦ୍ୱାରା ଆପଣଙ୍କ ସମୟ ତ ବେକାର ଯାଏ ତାସହିତ ଆପଣଙ୍କୁ ଇରିଟେଟ୍‌ ବି ଲାଗିଥାଏ। କିନ୍ତୁ ଆଇଫୋନ୍‌ ୟୁଜର୍ସ ଏହି ସମସ୍ୟାରୁ ସହଜରେ ଟେନସନ୍‌ ଫ୍ରି ହୋଇପାରିବେ। ଆଇଫୋନ୍‌ ୟୁଜର ନିଜ ଫୋନର ସେଟିଙ୍ଗରେ କିଛିଟା ପରିବର୍ତ୍ତନ କରି ଡେଲି ଡେଲି ଏହି ଟେନସନରୁ ମୁକ୍ତି ପାଇପାରିବେ।

ପୂର୍ବରୁ ଅନନୋନ୍‌ କିମ୍ବା ମାର୍କେଟିଙ୍ଗ କଲସକୁ ସହଜରେ ପତ୍ତା ଲଗାଯାଇପାରୁଥିଲା କାହିଁକିନା ମାର୍କେଟିଙ୍ଗ କଲ୍‌ ଅଲଗା ପ୍ରକାର ନମ୍ବରରୁ ଆସୁଥିଲା। କିନ୍ତୁ ଆଜିକାଲି ଆଉ ଏମିତି ହେଉନାହିଁ। ୟୁଜର୍ସ ମାର୍କେଟିଙ୍ଗ କଲ୍‌ ଏବଂ ରିୟଲ କଲ୍‌ ଭିତରେ ଫରକ ଜାଣିପାରୁନାହାଁନ୍ତି। କିନ୍ତୁ Apple iPhone ୟୁଜର୍ସ ଏହି କଲ୍‌ ଠାରୁ ମୁକ୍ତି ପାଇପାରିବେ। ଆଇଫୋନରେ ରହିଛି Spam Callsକୁ ବ୍ଲକ କରିବାର ଅପ୍ସନ ମିଳିଥାଏ। ଯଦି ଆପଣ ମଧ୍ୟ ନିଜ ନମ୍ବରକୁ ଆସୁଥିବା ସ୍ପାମ୍‌ କଲକୁ ବନ୍ଦ କରିବାକୁ ଚାହୁଁଛନ୍ତି ତାହେଲେ କିଛି ଷ୍ଟେପ୍ସକୁ ଫଲୋ କରନ୍ତୁ।

Apple iPhone ୟୁଜର୍ସ ଏପରି କରନ୍ତୁ ବ୍ଲକ

  • ଏଥିପାଇଁ ୟୁଜରଙ୍କୁ ସର୍ବପ୍ରଥମେ ନିଜ ଆଇଫୋନରେ ଫୋନ୍‌ ଆପ୍‌ ଓପନ କରିବାକୁ ହେବ।
  • ଏହାପରେ Recents ଉପରେ କ୍ଲିକ କରନ୍ତୁ। ତାପରେ ଫୋନ ନମ୍ବର ପାଖରେ ଦିଆଯାଇଥିବା ବଟନ ଉପରେ କ୍ଲିକ କରନ୍ତୁ।
  • ସ୍କ୍ରୋଲ ଡାଉନ୍‌ କରି ତଳକୁ ଯାଆନ୍ତୁ ସେଠାରେ ଦେଖାଯାଉଥିବା Block this Caller ଅପ୍ସନକୁ ସିଲେକ୍ଟ କରିନିଅନ୍ତୁ।
  • ଏହାପରେ Block ଉପରେ କ୍ଲିକ କରିଦିଅନ୍ତୁ।

ଏବେ ଜାଣନ୍ତୁ କେମିତି କରିବେ ଅନବ୍ଲକ

  • ନମ୍ବରକୁ ଅନବ୍ଲକ କରିବା ପାଇଁ ସେଟିଙ୍ଗକୁ ଯାଇ ଫୋନକୁ ଯାଆନ୍ତୁ।
  • ଏହାପରେ Blocked Contact ଉପରେ କ୍ଲିକ କରନ୍ତୁ। ଏବେ ଏଠାରେ ଆପଣ ବ୍ଲକ କରିଥିବା ନମ୍ବରକୁ ଦେଖିପାରିବେ। ସେଥିରେ ଯେଉଁ ନମ୍ବରକୁ ଅନବ୍ଲକ କରିବାକୁ ଚାହୁଁଛନ୍ତି ତାହା ଉପରେ କ୍ଲିକ କରନ୍ତୁ।
  • ଏହାପରେ Unblock ଉପରେ କ୍ଲିକ କରି ତାକୁ ଅନବ୍ଲକ କରିଦିଅନ୍ତୁ।

silenceଆଇଫୋନରେ ମିଳୁଛି Silence Unknown ଫିଚର

  • ଏହି ଫିଚରକୁ ଏନାବଲ୍‌ କରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ସେଟିଙ୍ଗସକୁ ଓପନ କରିବାକୁ ହେବ। ଏହାପରେ ଫୋନ ଉପରେ କ୍ଲିକ କରନ୍ତୁ।
  • ସ୍କ୍ରୋଲ ଡାଉନ କରି ତଳକୁ ଆସନ୍ତୁ ଏବଂ ତାପରେ Silence Unknown Callers ପାଇଁ ଦିଆଯାଇଥିବା ଅପ୍ସନ ଉପରେ କ୍ଲିକ କରନ୍ତୁ।
  • ନେକ୍ସଟ ପେଜରେ ଆପଣଙ୍କୁ ଫିଚରର ଡେସକ୍ରିପସନ ଦେଖାଦେବ ଏବଂ ଏହାକୁ ଏନାବଲ କରିବା ପାଇଁ ଟାଙ୍ଗଲ ଉପରେ କ୍ଲିକ କରନ୍ତୁ।
  • ଏହି ଫିଚର ସାହାଯ୍ୟରେ ଆପଣଙ୍କ ଆଇଫୋନ୍‌ ସିରି ଇଣ୍ଟେଲିଜେନ୍ସର ବ୍ୟବହାର କରି ଏହା କ୍ଲାରିଫାଏ କରିବ ଯେ କଲ୍‌ କୌଣସି ଅନନୋନ୍‌ ନମ୍ବରରୁ ଆସିଛି ନା ନାହିଁ। ଯଦି ଆପଣଙ୍କ କଣ୍ଟାକ୍ଟ, ମେସେଜ୍‌, ମେଲ କିମ୍ବା ରିସେଣ୍ଟ କରାଯାଇଥିବା
  • ଆଉଟଗୋଇଙ୍ଗ କଲ୍‌ ସହ ସେହି ଫୋନ୍‌ ନମ୍ବର ମିଶୁଥାଏ, ତାହେଲେ ଏହା ରେଗୁଲାର କଲ୍‌ ଭଳି ହିଁ ଆସିବ। କିନ୍ତୁ ଯଦି ନମ୍ବର ମେଳ ଖାଉନଥାଏ ତାହେଲେ ତାହା ସିଧା ଭଏସ୍‌ ମେଲକୁ ଚାଲିଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.