Below header

ଏବେ ସହଜରେ ଲୁଚାଇ ପାରିବେ WhatsApp ର ପ୍ରାଇଭେଟ ଚାଟ୍, ଜାଣନ୍ତୁ କିପରି

ଚଳିତ ବର୍ଷ ହ୍ବାଟ୍ସଆପ୍ କମ୍ପାନୀ ହ୍ବାଟ୍ସଆପ୍ ବ୍ୟବହାର କରୁଥିବା ଲୋକମାନଙ୍କ ଚାଟକୁ ସୁରକ୍ଷିତ ରଖିବା ପାଇଁ ନୂଆ ଫିଚର ଫେଶ ଆଇଡି ଏବଂ ପାସକୋଡ୍ ଉପସ୍ଥାପନ କରିଥିଲା। ଏହି ଫିଚର ଦ୍ବାରା ହ୍ବାଟ୍ସଆପ୍ ବ୍ୟବହାର କରୁଥିବା ଲୋକମାନେ ନିଜର ମେସେଜକୁ ସୁରକ୍ଷିତ ରଖିପାରିବେ। କିନ୍ତୁ ଏହି ଫିଚର କେବଳ ଆଓଏସ୍ କୁ ଦିଆଯାଇଥିବା ବେଳେ ଆଣ୍ଡ୍ରଏଡ୍ ସେଟ୍ ପାଇଁ ଏହାର ଟେଷ୍ଟିଙ୍ଗ ଜାରି ରହିଛି। ସେହିଭଳି ଆଣ୍ଡ୍ରଏଡ୍ ସେଟ୍ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଅନେକ ସୁବିଧା ରହିଛି। ଯାହା ଦ୍ବାରା ଆପଣ ନିଜର ମେସେଜକୁ ଅନ୍ୟ ଲୋକମାନଙ୍କ ଠାରୁ ସହଜରେ ଲୁଚାଇ ରଖିପାରିବେ। ତେବେ ଜାଣନ୍ତୁ କଣ ସେହି ସହଜ ଉପାୟ, ଯାହା ଆଇଫୋନ ଏବଂ ଆଣ୍ଡ୍ରଏଡ୍ ସେଟ୍ ରେ ବ୍ୟବହାର କରାଯାଇପାରିବ।

WhatsAppବାସ୍ତବରେ ଆମେ ଯେଉଁ ସହଜ ଉପାୟ ବିଷୟରେ କହୁଛୁ ତାହା ହେଉଛି ହ୍ବାଟ୍ସଆପ୍ ର ଫିଚର । ଏହି ଫିଚର ସାହାଯ୍ୟରେ ଆପଣ ନିଜର କୌଣସି ଭି ଚାଟ୍ କିମ୍ବା ଗ୍ରୁପ୍ କୁ ଲୁଚାଇ ରଖି ପାରିବେ ଏବଂ ଆବଶ୍ୟକ ପଡିଲେ ମଧ୍ୟ ଏକ୍ସେସ କରିପାରିବେ। ଧ୍ୟାନ ରଖନ୍ତୁ ‘Archive Chat’ କେବେବି ଆପଣଙ୍କ ମେସେଜ୍ ଡିଲିଟ୍ କରିନଥାଏ। ତେବେ ଜାଣନ୍ତୁ କଣ ରହିଛି ଏହାର ପୁରା ପ୍ରୋସେସ୍।

ଜାଣନ୍ତୁ ଆଣ୍ଡ୍ରଏଡ୍ ସେଟ୍ ରେ କିଭଳି ଲୁଚାଇବେ ମେସେଜ୍

-ସର୍ବ ପ୍ରଥମେ ହ୍ବାଟ୍ସଆପ୍ ଓପନ କରନ୍ତୁ ଏବଂ ଯେଉଁ ମେସେଝ୍ କୁ ଆପଣ ଲୁଚାଇବାକୁ ଚାହୁଁଛନ୍ତି ତା ଉପରେ କିଛି ସମୟ ପ୍ରେସ୍ କରନ୍ତୁ।

-ଏହାପରେ ‘Archive icon’ କୁ ସିଲେକ୍ଟ କରନ୍ତୁ।

-ଏହାଦ୍ବାରା ଆପଣଙ୍କ ମେସେଜ୍ ହାଇଡ୍ ହୋଇଯିବ ଏବଂ ଏହି ମେସେଜ୍ ଆପଣଙ୍କ ଚାଟ ସ୍କିନ୍ ରେ ଦେଖାଯିବ ନାହିଁ। କିନ୍ତୁ Archive ହୋଇଥିବା ମେସେଜ୍ ଆପଣଙ୍କ ଚାଟ ସ୍କିନ୍ ର ତଳେ ରହିବ।

ଏହା ସହ ପଢନ୍ତୁ: ମୋବାଇଲ ଗ୍ରାହକଙ୍କ ପାଇଁ ଖୁସି ଖବର, ନେଟଫ୍ଲିକ୍ସ ଆଣୁଛି ଶସ୍ତା ପ୍ଲାନ

ଜାଣନ୍ତୁ ଆଇଫୋନରେ ବ୍ୟବହାର କିଭଳି କରିବେ

-ସର୍ବପ୍ରଥମେ ହ୍ବାଟ୍ସଆପ୍ ଓପନ କରି ଆପଣ ସିଲେକ୍ଟ କରିଥିବା ଚାଟ୍ ଉପରେ ପ୍ରେସ୍ କରି ଡାହାଣରୁ ବାମ କୁ ସ୍ଲାଇଡ କରନ୍ତୁ। ଏଭଳି କରିବା ଦ୍ବାରା ଆପଣଙ୍କ ମେସେଜ୍ Archive ହୋଇଯିବ।

-ଯଦି ପଛରେ ଆପଣଙ୍କର ଏହି ଚାଟ୍ ଦେଖିବାକୁ ଇଛା କରନ୍ତି ତେବେ ସେହି ଚାଟ୍ ଉପରେ ପ୍ରେସ୍ କରି ମଧ୍ୟ    unarchive କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.