ଏବେ ୧୦୦୦ କର୍ମଚାରୀ ହେବେ ବେରୋଜଗାର! ଏହି କାରଣରୁ ମେଟା କରିବ ଚାକିରିରୁ ବିଦା

୧୧ ହଜାର ଲୋକଙ୍କୁ ଛଟେଇ କରିବା ପରେ ମଧ୍ୟ ମେଟା କମ୍ପାନୀ ପୁଣିଥରେ ହଜାର ହଜାର ଲୋକଙ୍କୁ ବାହାର କରିବାକୁ ପ୍ରସ୍ତୁତ ହେଉଛି। କମ୍ପାନୀ ନିଜର ଆର୍ଥିକ ଲକ୍ଷ୍ୟ ପୂରଣ କରିବା ପାଇଁ କର୍ମଚାରୀମାନଙ୍କୁ ଚାକିରିରୁ ବିଦା କରିବାକୁ ଯାଉଛି।

ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ‘ମେଟା’ ପ୍ଲାଟଫର୍ମ ପୁଣି ଥରେ ଛଟେଇ କରିବାର ଘୋଷଣା କରିଛି। ଏଥର କମ୍ପାନୀ ପୁଣି ୧୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି। ଏ ବିଷୟରେ କିଛି ଜଣଙ୍କ କହିବା ହେଲା, କମ୍ପାନୀ ଏହି ସପ୍ତାହ ଆରମ୍ଭରେ ହିଁ ହଜାର ହଜାର ଲୋକଙ୍କୁ କମ୍ପାନୀରୁ ବିଦା କରି ଦେଇପାରେ।

କହି ରଖୁଛୁ, ଗତ ବର୍ଷ ନଭେମ୍ବରରେ ବିଶ୍ୱର ସର୍ବବୃହତ ସୋସିଆଲ୍ ନେଟୱାର୍କିଂ କମ୍ପାନୀ ବହୁ ପରିମାଣରେ ଅର୍ଥାତ ୧୩ ପ୍ରତିଶତ ଲୋକଙ୍କୁ କମ୍ପାନୀରୁ ବାହାର କରି ଦେଇଥିଲା। କିଛି ମାସ ପୂର୍ବରୁ ମେଟା ୧୧ ହଜାର ଲୋକଙ୍କୁ ଚାକିରିରୁ ବହିଷ୍କାର କରିଥିଲା।

୧୧ ହଜାର ଲୋକଙ୍କୁ ଛଟେଇ କରିବା ପରେ ମଧ୍ୟ ମେଟା କମ୍ପାନୀ ଏହି ସପ୍ତାହ ଆରମ୍ଭରେ ପୁଣି ଥରେ ହଜାର ହଜାର ଲୋକଙ୍କୁ ବାହାର କରିବାକୁ ପ୍ରସ୍ତୁତ ହେଉଛି। ଗଣମାଧ୍ୟମ ରିପୋର୍ଟ ମୁତାବକ, କମ୍ପାନୀ ନିଜର ଆର୍ଥିକ ଲକ୍ଷ୍ୟ ପୂରଣ କରିବା ପାଇଁ ପୁଣିଥରେ କର୍ମଚାରୀମାନଙ୍କୁ ଚାକିରିରୁ ବିଦା କରିବାକୁ ଯାଉଛି।

ମେଟାକୁ ବିଜ୍ଞାପନରୁ ହେଉଥିବା ଆୟରେ ହ୍ରାସ ଦେଖିବାକୁ ପଡୁଛି, ଯେଉଁ କାରଣରୁ କମ୍ପାନୀ ନିଜର ଫୋକସକୁ ଭର୍ଚୁଆଲ୍ ରିଅଲିଟି ପ୍ଲାଟଫର୍ମ ମେଟାଭର୍ସ ଆଡକୁ ନେଇଛି। କମ୍ପାନୀର ନିର୍ଦ୍ଦେଶକ ଏବଂ ଭାଇସ ପ୍ରେସିଡେଣ୍ଟ ସେହି କର୍ମଚାରୀମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ କହିଛନ୍ତି, ଯେଉଁମାନେ କି କମ୍ପାନୀରେ ଆଉ ଆବଶ୍ୟକ ନାହାନ୍ତି। କହି ରଖୁଛୁ, ମେଟାର ପ୍ରବକ୍ତା ବର୍ତ୍ତମାନ ଏହା ବିଷୟରେ କୌଣସି ଅଫିସିଆଲ୍ ବୟାନ ଦେଇନାହାନ୍ତି।