ଆସିଲା ନୂଆ ଟେକ୍ନୋଲୋଜି, ପୂର୍ବଠାରୁ ଏବେ ଆହୁରି ସୁରକ୍ଷିତ ହେବ ପାସପୋର୍ଟ

ଆଜିର ସମୟରେ ଯେକୌଣସି ମଣିଷର ପରିଚୟ ପାଇଁ ପାସପୋର୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏବଂ ବର୍ତ୍ତମାନ ସରକାର ଆଧୁନିକ ଯୁଗର ଏହି ପରିଚୟ ପତ୍ରକୁ ଆହୁରି ସୁରକ୍ଷିତ କରିବାକୁ ଯାଉଛନ୍ତି । ଭାରତୀୟ ସୁରକ୍ଷା ପ୍ରେସ ନାଶିକ ଏବଂ ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର ସହିତ ମିଶି ସରକାର ଚିପ ଏନାବଲ ଇ-ପାସପୋର୍ଟ ଆଣିବାକୁ ଯାଉଛନ୍ତି । ଏହି ସୂଚନା ପ୍ରଦାନ କରି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଇ-ପାସପୋର୍ଟ ଉତ୍ପାଦନ ପାଇଁ କ୍ରୟ ପ୍ରକ୍ରିୟା ଚାଲିଛି ।

ପାସପୋର୍ଟ ଠକେଇ ବ୍ୟତୀତ ଅପରାଧୀମାନେ ନକଲି ପାସପୋର୍ଟ ତିଆରି କରି ବିଦେଶ ପଳାଉଥିବା ଘଟଣା ମଧ୍ୟ ଦେଖିବାକୁ ମିଳୁଛି । ସେଥିପାଇଁ ସରକାର ବର୍ତ୍ତମାନ ଏହି ପାସପୋର୍ଟ ଆଣିବାକୁ ଚାହୁଁଛନ୍ତି କାରଣ ଏହି ପାସପୋର୍ଟ ଆସିବା ପରେ ଏଭଳି ଠକେଇ ଟିକେ କଷ୍ଟସାଧ୍ୟ ହେବ। ଇ-ପାସପୋର୍ଟ ଆସିବା ପରେ ଆମର ଟ୍ରାଭେଲ ଡକ୍ୟୁମେଣ୍ଟର ସୁରକ୍ଷା ଅଧିକ ଶକ୍ତିଶାଳୀ ମଧ୍ୟ ରହିବ ।

 

ଏହି ବିଷୟରେ ଅଧିକ ଆଲୋଚନା କରିବା ସହ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ସାରା ଦେଶରେ 488ଟି ପାସପୋର୍ଟ ସେବା କେନ୍ଦ୍ର ଖୋଲାଯାଇଛି । ସରକାର ପ୍ରତ୍ୟେକ ଲୋକସଭା ନିର୍ବାଚନମଣ୍ଡଳୀରେ ପାସପୋର୍ଟ ସେବା କେନ୍ଦ୍ର ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି ଏବଂ ଏଥିପାଇଁ କାର୍ଯ୍ୟ ମଧ୍ୟ କରାଯାଉଛି । କିନ୍ତୁ କରୋନା ମହାମାରୀ ସଙ୍କଟ ହେତୁ ସେହି ପ୍ରକ୍ରିୟା ବନ୍ଦ ହୋଇଯାଇଛି ।

 

ପାସପୋର୍ଟ ଆବେଦନ ପ୍ରକ୍ରିୟାକୁ ସରକାର ଆହୁରି ସହଜ କରିଛନ୍ତି । ବର୍ତ୍ତମାନ ଡିଜିଟାଲ୍ ପ୍ଲାଟଫର୍ମ ଯେପରିକି ‘ଏମ ପାସପୋର୍ଟ ମୋବାଇଲ୍ ଆପ୍’ ଏବଂ ନାଗରିକଙ୍କ ପାଇଁ ‘Apply from Anywhere’ ସ୍କିମ ଜରିଆରେ ପାସପୋର୍ଟ ଆପ୍ଲାଇ କରିବା ବହୁତ ସହଜ ହୋଇଯାଇଛି । ଏହି କାରଣରୁ ଗତ ବର୍ଷ 2019 ରେ ଭାରତ ସରକାରଙ୍କ ଦ୍ୱାରା 1.22 କୋଟିରୁ ଅଧିକ ପାସପୋର୍ଟ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.