UPI ପେମେଣ୍ଟ ୟୁଜର୍ସଙ୍କୁ ଝଟକା ! ଏବେ ୨ ହଜାରରୁ ଅଧିକ ଟଙ୍କା ଟ୍ରାନଜାକସନରେ ଦେବାକୁ ହେବ ଏକ୍ସଟ୍ରା ଚାର୍ଜ
ୟୁପିଆଇ ଜରିଆରେ ହେଉଥିବା କାରବାର ଉପରେ ଶୁଳ୍କ ଲାଗୁ କରିବାକୁ ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ନିଷ୍ପତ୍ତି ନେଇଛି।

ଏବେ ୟୁପିଆଇ ମାର୍ଚାଣ୍ଟ ଟ୍ରାନଜାକସନରେ ଲାଗିବ ଶୁଳ୍କ । ଏପ୍ରିଲ ପହିଲାରୁ ଲାଗୁ ହୋଇଯିବ ଏହି ନିୟମ । ଆଜ୍ଞା ହଁ ୟୁପିଆଇ ଜରିଆରେ ହେଉଥିବା କାରବାର ଉପରେ ଶୁଳ୍କ ଲାଗୁ କରିବାକୁ ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ନିଷ୍ପତ୍ତି ନେଇଛି। ଏନିସିଆଇ ଜଣାଇଛି ଯେ ପ୍ରିପେଡ୍ ପେମେଣ୍ଟ୍ ଇନଷ୍ଟ୍ରୁମେଣ୍ଟ୍କୁ ବ୍ୟବହାର କରି କରାଯାଉଥିବା ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର ୟୁପିଆଇ ମର୍ଚାଣ୍ଟ୍ କାରବାର ଉପରେ ୧.୧ ପ୍ରତିଶତ ଶୁଳ୍କ ଲାଗୁ କରାଯିବ।
ଦୁଇ ଦିନ ପରେ ଅର୍ଥାତ୍ ୧ ଏପ୍ରିଲ ୨୦୨୩ ଠାରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଯାଉଛି । ଏହାସହିତ ହିଁ ୟୁପିଆଇ ଟ୍ରାନଜାକସନ୍ ମଧ୍ୟ ମହଙ୍ଗା ହେବାକୁ ଯାଉଛି । ଏନପିସିଆଇ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ୟୁପିଆଇକୁ ନେଇ ଏକ ସର୍କୁଲାର ଜାରି କରିଛି । ଯେଉଁଥିରେ ଏପ୍ରିଲର ପ୍ରଥମ ତାରିଖ ରୁ ୟୁପିଆଇ ସହ ହେବାକୁ ଥିବା ମାର୍ଚାଣ୍ଟ ପେମେଣ୍ଟ ଉପରେ ପିପିଆଇ ଚାର୍ଜ ଲଗାଯିବାର ନିଷ୍ପତ୍ତି ନିଆଯାଇଛି ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଇଣ୍ଟରଚେଞ୍ଜ୍ ଶୁଳ୍କ ସାଧାରଣତଃ କାର୍ଡ ପେମେଣ୍ଟ ସହ ଯୋଡି ରହିଥାଏ । ଏହାକୁ ଟଙ୍କା ଟ୍ରାନଜାକସନକୁ ସ୍ୱିକାର କରିବା, ପ୍ରୋସେସିଙ୍ଗ ଏବଂ ଅଧିକୃତ କରିବା ଉପରେ କଭର କରିବା ପାଇଁ ଲଗାଯାଇଥାଏ । ୟୁପିଆଇ ଗର୍ଭନିଙ୍ଗ୍ ବଡି ଏନପିସିଆଇର ସର୍କୁଲାର ମୁତାବକ ଅନଲାଇନ୍ ମାର୍ଚାଣ୍ଟସ, ବଡ ମାର୍ଚାଣ୍ଟସ ଏବଂ ଛୋଟ ଅଫଲାଇନ୍ ମାର୍ଚାଣ୍ଟରେ କରାଯାଉଥିବା ୨୦୦୦ ଟଙ୍କାରୁ ଅଧିକ ଟ୍ରାନଜାକସନ୍ ଉପରେ ୧.୧% ଇଣ୍ଟରଚେଞ୍ଜ ଫିସ୍ ଲାଗିବ । ସହଜ ଭାଷାରେ କହିବାକୁ ଚାହିଁବୁ ଯେ ଏହି ଚାର୍ଜ ମାର୍ଚାଣ୍ଟ ଟ୍ରାନଜାକସନକୁ ପେମେଣ୍ଟ କରିବା ପାଇଁ ୟୁଜର୍ସଙ୍କୁ ଦେବାକୁ ପଡିବ ।
ସର୍କୁଲାରରେ ଏହା ମଧ୍ୟ କୁହାଯାଇଛି ଯେ ପ୍ରିପେଡ ଇନଷ୍ଟମେଣ୍ଟ ଜାରି କରୁଥିବା ୟୁଜର୍ସଙ୍କୁ ୨୦୦୦ ଟଙ୍କାରୁ ଅଧିକ ଟ୍ରାନଜାକସନ ଭ୍ୟାଲୁକୁ ଲୋଡ କରିବା ପାଇଁ ରିମେଟର ବ୍ୟାଙ୍କକୁ ଫିସ୍ ଭାବରେ ୧୫ ବେସିସ ପଏଣ୍ଟସର ପେମେଣ୍ଟ କରିବାକୁ ହେବ । ଅର୍ଥାତ୍ ଧରାଯାଉ ପେଟିଏମ ଏକ ପ୍ରିପେଡ ଇନଷ୍ଟମେଣ୍ଟ ଇସ୍ୟୁର ଗ୍ରାହକ ୨୫୦୦ ଟଙ୍କା ଏସବିଆଇ ଖାତାରୁ ଏହି ଟଙ୍କା ଓ୍ଵାଲେଟରେ ଡିପୋଜିଟ୍ କଲେ, ତାହେଲେ ପେଟିଏମ ରିମେଟର ବ୍ୟାଙ୍କ ଏସବିଆଇକୁ ଟ୍ରାନଜାକସନ୍ ଲୋଡ କରିବା ପାଇଁ ୧୫ବିପିଏସର ପେମେଣ୍ଟ କରିବ ।
ସାଧାରଣ ଲୋକଙ୍କର କଣ ପଡିବ ପ୍ରଭାବ ଜାଣନ୍ତୁ
ଏବେ ପ୍ରଶ୍ନ ଉଠୁଛି ଯେ କଣ ଏହି ଫିସ ସାଧାରଣ ୟୁଜରଙ୍କୁ ଦେବାକୁ ପଡିବ । ତାହେଲେ ଉତ୍ତର ହେଉଛି ନା । ବ୍ୟାଙ୍କ ଆକାଉଣ୍ଟ ଏବଂ ପିପିଆଇ ଓ୍ଵାଲେଟ ମଧ୍ୟରେ ପିୟର ଟୁ ପିୟର (P2P), ପିୟର-ଟୁ-ମାର୍ଚାଣ୍ଟ (P2M) ଟ୍ରାନଜାକସନ୍ ଉପରେ ଲାଗୁ ହେବନାହିଁ । ଏହାର ଅର୍ଥ ହେଉଛି ମୁଁ ଯଦି କୌଣସି ବ୍ୟକ୍ତି, କୌଣସି ଦୋକାନୀଙ୍କୁ ପେମେଣ୍ଟ କରିଲି ତ ତାହେଲେ ମୋତେ ଆଉ କୌଣସି ଫିସ ଦେବାକୁ ହେବନାହିିଁ ।
୧.୧% ସବୁଠାରୁ ହାଇ ଫିସ ଅଟେ । ଅନେକ ମାର୍ଚାଣ୍ଟସ୍ ଏମିତି ବି ଅଛନ୍ତି ଯେଉଁମାନଙ୍କୁ ଏହାଠାରୁ କମ୍ ଇଣ୍ଟରଚେଞ୍ଜ୍ ଫିସ ଦେବାକୁ ହେବ । ଯେମିତିକି ପେଟ୍ରୋଲ ପମ୍ପ୍ ପ୍ରିପେଡ୍ ଇନଷ୍ଟମେଣ୍ଟର ବ୍ୟବହାର କରି ଯଦି ୟୁପିଆଇ ପେମେଣ୍ଟ କଲେ ତାହେଲେ ଇଣ୍ଟରଚେଞ୍ଜ୍ ଫିସ୍ ୦.୫% ଲାଗିବ । ଏହିଭଳି ଭାବେ ମ୍ୟୁଚୁଆଲ ଫଣ୍ଡସ, ଇନସୁରାନ୍ସ, ୟୁଟିଲିଟିଜ୍, ଏଜୁକେସନ ପେମେଣ୍ଟ ଉପରେ ଅଲଗା ଅଲଗା ଇଣ୍ଟରଚେଞ୍ଜ୍ ଫିସ ରହିଛି ।
ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଜାରି ହୋଇଥିବା ସାର୍କୁଲାର ମୁତାବକ ଏହି ଫିସ ୧ ଏପ୍ରିଲ ୨୦୨୩ରେ ଲାଗୁ ହୋଇଯିବ । ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା କିମ୍ବା ତା’ପୂର୍ବରୁ ଏନ୍ପିସିଆଇ ଏହି ଶୁଳ୍କର ସମୀକ୍ଷା କରିବ।