Oppo ଭାରତ ସମେତ ଗ୍ଲୋବାଲ ମାର୍କେଟରେ ଏ- ସିରିଜର ନୂଆ ସ୍ମାର୍ଟଫୋନ Oppo A16 ଲଞ୍ଚ ହେବାକୁ ଯାଉଛି । କିଛିଦିନ ପୂର୍ବେ ଏହା FCC ସ୍ମାର୍ଟଫୋନ ସାଇଟରେ ଦେଖାଯାଇଥିଲା । ଯାହାଦ୍ୱାରା ଫୋନର ଅନେକ ଜରୁରୀ ସୂଚନା ଜଣା ପଡିଥିଲା । ଅର୍ଥାତ ଏହା ଫିଚର୍ସ ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିଥିଲା ।
ଏହି ଫୋନରେ 5,000mAh ବ୍ୟାଟେରୀ, 10W ଚାର୍ଜିଂ ସପୋର୍ଟ ସହ ରେକ୍ଟାଙ୍ଗୁଲାର ସେପର କ୍ୟାମେରା ୟୁନିଟ ଏବଂ 11 ସପୋର୍ଟ ଭଳି ଫିଚର୍ସ ରହିଛି । ରିୟର କ୍ୟାମେରାରେ 48 ମେଗା ପିକ୍ସଲର ପ୍ରାଇମେରୀ ସେଂସର ରହିଛି । 5 ମେଗାପିକ୍ସଲର ଅଲଟ୍ରା ବାଇଣ୍ଡ ଲେନ୍ସ ଓ ୨ ମେଗା ପିକ୍ସଲର ଡେପ୍ଥ ସେଂସର ଦିଆଯାଇଛି । ସେଲଫି ଓ ଭିଡିଓ କଲିଙ୍ଗ ଫୋନରେ ୮ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।
ତେବେ ଏହି ସ୍ମାର୍ଟଫୋନର ଦାମ ସମ୍ପର୍କରେ କୌଣସି ସୂଚନା ସାମ୍ନାକୁ ଆସିନାହିଁ । ରିପୋର୍ଟ ମୁତାବକ ଏହି ଫୋନର ଦାମ 15,000 ମଧ୍ୟରେ ରହିବ।