Oppo ଶସ୍ତାରେ ଲଞ୍ଚ କଲା ନୂଆ Oppo A38 ମଡେଲ, ଶାନଦାର ଲୁକ ସହ ରହିଛି ୟୁନିକ ଫିଚର୍ସ, ଶୀଘ୍ର ବୁକ କରନ୍ତୁ

ସ୍ମାଟଫୋନ କିଣିବାକୁ ଚାହୁଁଛନ୍ତି ସେ ବି ଶସ୍ତା ଦାମରେ… ତେବେ ଆଉ ଡେରି କାହିଁକି OPPO ଆଣିଛି ଏକ ବଢ଼ିଆ ମୌକା। ମାତ୍ର ୧୫ ହଜାର ଟଙ୍କା ଭିତରେ ଓପୋ ସ୍ମାଟଫୋନ ୟ ୁଜର୍ସ ଙ୍କ ପାଇଁ ନେଇ ଆସିଛି ଏକ ଜବରଦସ୍ତ ମଡେଲ। ଭଲ ଡିଜାଇନ ସହିତ ଏଥିରେ ରହିଛି ଧାମାକାଦାର ଫିଚର୍ସ।

ସ୍ମାଟଫୋନ କିଣିବାକୁ ଚାହୁଁଛନ୍ତି ସେ ବି ଶସ୍ତା ଦାମରେ… ତେବେ ଆଉ ଡେରି କାହିଁକି OPPO ଆଣିଛି ଏକ ବଢ଼ିଆ ମୌକା। ମାତ୍ର ୧୫ ହଜାର ଟଙ୍କା ଭିତରେ ଓପୋ ସ୍ମାଟଫୋନ ୟ ୁଜର୍ସ ଙ୍କ ପାଇଁ ନେଇ ଆସିଛି ଏକ ଜବରଦସ୍ତ ମଡେଲ। ଭଲ ଡିଜାଇନ ସହିତ ଏଥିରେ ରହିଛି ଧାମାକାଦାର ଫିଚର୍ସ।

ଓପୋର ଏହି ମଡେଲ ନାଁ ରହିଛି Oppo A38 । ରିପୋର୍ଟ ଅନୁସାରେ ଏହି ମଡେଲର ଏବେ ରେଣ୍ଡର, ସ୍ପେଶିଫିକେସନ ଓ ଦାମର ଖୁଲାସା ହୋଇଛି। ଏବେ ଜାଣନ୍ତୁ ପୂରା ଡିଟେଲ୍ସରେ..

ୟୁଜର୍ସଙ୍କୁ ଆଫର୍ଡେବଲ ପ୍ରାଇସରେ ଭଲ ମଡେଲ ଦେବାକୁ ପ୍ଲାନ କରିଥିବା କମ୍ପାନୀ ଏକ ନୂଆ ମଡେଲ ଆଣିଛି। ଗ୍ଲୋବାଲ ମାର୍କେଟରେ ଏହାକୁ ଲଞ୍ଚ କରିବା ପାଇଁ କମ୍ପାନୀ ଏବେ ପ୍ଲାନ କରୁଛି। ଏହାକୁTDRA, SIRIM. NBTC , GCF ଦ୍ୱାରା ସାର୍ଟିଫାଏଡ କରିଯାଇଛି।

ଏହି ମଡେଲରେ ୬.୫୬ ଇଞ୍ଚରIPS LCD ଡିସପ୍ଲେ ରହିଛି। ଯାହାର ରିଜଲ୍ୟୁସନ ୧୬୧୨*୭୨୦ ପିକ୍ସଲ ରହିଛି। ଏହି ଡିସପ୍ଲେ 90Hz ର ରିଫ୍ରେଶ ରେଟ ଜେନେରେଟ କରୁଛି। ୧୬.୭ ମିଲିୟନ କଲର୍ସ ସହିତ ସପୋର୍ଟ ପାଇଁ HD+ ଭିଜୁଆଲ ପ୍ରଦାନ କରୁଛି। ଏହି ଫୋନକୁ ପାଓ୍ଵାର ଦେଉଥିବା Media tek Helio G80 ପ୍ରୋସେସର ଅଛି। ଏହା ସହିତ 4gb Ram , 128gb ଇଣ୍ଟରନାଲ ଷ୍ଟୋରେଜ ରହିଛି। ଏହି ଡିଭାଇସରେOppo ର colorOS 13 ସ୍କିନ ରହିଛି। ଏମିତିରେ ଆପଣ ସୁବିଧା ଜନକ ଓ ଲାଟେଷ୍ଟ ଫିଚର୍ସ ର ଲାଭ ଉଠାଇପାରିବେ।

ଏଥିରେ 50MP ପ୍ରାଇମେରୀ କ୍ୟାମେରା ଅଛି। ଏହାସହିତ2MP ର ସେକେଣ୍ଡାରୀ ରିୟର କ୍ୟାମେରା ଅଛି। ସେଲ୍ଫି ଓ ଭିଡ଼ିଓ କଲ ପାଇଁ ଏଥିରେ ଆପଣ5MP ର ଫ୍ରଣ୍ଟ ଫେସିଂ କ୍ୟାମେରା ପାଇବେ। ଏହି ଡିଭାଇସକୁ ପୁରା ଦିନ ଚଲାଇବା ପାଇଁ 5000mAh ର ପର୍ଯ୍ୟାପ୍ତ ବ୍ୟାଟେରୀ ପାଇବେ। ଏହା ଚାର୍ଜିଂ ଓ ଡାଟା ଟ୍ରାନ୍ସଫର ପାଇଁ USB-C ପୋର୍ଟ ସହିତ ଆସିିଛି।

A38 ପ୍ଲାଷ୍ଟିକ ବଡ଼ି ଡିଜାଇନ ରହିଛି। ଅନଲକିଂ ଓ ସାଇଡ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସ୍କାନର, ଦୁଆଲ ନାନୋ ସିମ କାର୍ଡ ସ୍ଲଟ, ମାଇକ୍ରୋଏସଡି କାର୍ଡ ସ୍ଲଟ ଅଛି।ଏହାର ବ୍ୟବହାର ଆପଣ ଏକ୍ସପେଣ୍ଡେବଲ ଷ୍ଟୋରେଜ ପାଇଁ କରାଯାଇପାରିବ। ୩.୫ମିମିର ହେଡଫୋନ ଜ୍ୟାକ ରହିଛି। କନେକ୍ଟିଭିଟି ପାଇଁ ବ୍ଲୁଟୁଥ ୫.୩ , ଏନଏଫସି ଓ ଓ୍ଵାଇଫାଇ ୫ସାମିଲ ଅଛି।

ଦାମ କଥା କହିଲେ ୟୁରୋପ ମାର୍କେଟରେ ଏହା ପାଖାପାଖି ୧୪ ହଜାର ଟଙ୍କା ରହିଛି। ଏହା ବ୍ଳାକ ଓ ଗୋଲ୍ଡ ଦୁଇଇଟି କଲର ଅପସନ ସହିତ ଆସିଛି। ଖୁବ ଶୀଘ୍ର ଏହା ଭାରତ ସମେତ ଅନ୍ୟାନ୍ୟ ଦେଶରେ ଲଞ୍ଚ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.