PhonePe ର ନୂଆ ସ୍କିମ: ୧୦୦୦ ଟଙ୍କାରୁ କମ୍ ଦେଲେ ମିଳୁଛି ସ୍ୱାସ୍ଥ୍ୟ ବୀମା ଯୋଜନା, ଜାଣନ୍ତୁ କିପରି

ଲୋକପ୍ରିୟ ପ୍ଲାଟଫର୍ମ ଫୋନ୍ ପେ ପ୍ରଥମ ଥର ଉପଭୋକ୍ତା ମାନଙ୍କ ପାଇଁ ନୂତନ ସ୍ୱାସ୍ଥ୍ୟ ବୀମା ଯୋଜନା ଆରମ୍ଭ କରିଛି । କୋଭିଡର ସମୟ ଆମକୁ ସ୍ୱାସ୍ଥ୍ୟ ବୀମାର ମହତ୍ତ୍ୱକୁ ବୁଝାଇଥିଲା । ଅଧିକାଂଶ ଲୋକ ବୁଝି ପାରନ୍ତି ନାହିଁ ସ୍ୱାସ୍ଥ୍ୟ ବୀମା ଯୋଜନା କେତେ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ ଫୋନ୍ ପେ ବର୍ତ୍ତମାନ ଏକ ନୂତନ ସ୍ୱାସ୍ଥ୍ୟ ବୀମା ଯୋଜନା ଆଣିଛି ଯାହା ପ୍ରଥମ ଥର ସ୍ୱାସ୍ଥ୍ୟ ବୀମା ଉପଭୋକ୍ତାଙ୍କୁ ଉପକୃତ କରିବ । ତେବେ ଫୋନ୍ ପେ ମାଧ୍ୟମରେ ଲୋକମାନେ ତିନୋଟି ସହଜ ଉପାୟରେ ସ୍ୱାସ୍ଥ୍ୟ ବୀମା କିଣିବାକୁ ସକ୍ଷମ ହେବେ ।

ଏହାର ପ୍ଲାଟଫର୍ମରେ ସ୍ୱାସ୍ଥ୍ୟ ବୀମା ପଲିସି ପ୍ରଦାନ କରିବା ପାଇଁ ଫୋନ୍ ପେ ହେଉଛି ପ୍ରଥମ ପେମେଣ୍ଟ୍ ଆପ୍। PhonePe ରୁ ଏକ ପଲିସି ପାଇବା ପାଇଁ ସବୁ ଠାରୁ ବିଶେଷ କଥା ହେଉଛି ଆପଣଙ୍କୁ କୌଣସି ସ୍ୱାସ୍ଥ୍ୟ ପରୀକ୍ଷା କିମ୍ବା ରିପୋର୍ଟ ଦେଖାଇବାକୁ କୁହାଯିବ ନାହିଁ । ଆପଣ କେବଳ ଆପଣଙ୍କର ନାମ, ଲିଙ୍ଗ, ବୟସ ଏବଂ ଇମେଲ୍ id ଦେଖାଇ ପଲିସି ପାଇପାରିବେ । Health@999 ପ୍ଲାନରେ ୧,୦୦,୦୦୦ ଟଙ୍କା ବୀମା ପ୍ରଦାନ କରିଥାଏ।

୯୯୯ ଟଙ୍କା ବୀମା ଯୋଜନାରେ ଡାକ୍ତରଖାନାରେ ଖର୍ଚ୍ଚ ପାଇଁ କଭରେଜ୍ ପ୍ରଦାନ କରାଯାଇଛି । ଯେଉଁଥିରେ ରୋଗୀର ଆଇସିୟୁ ହସ୍ପିଟାଲରେ ଭର୍ତ୍ତି, ଚିକିତ୍ସା ପ୍ରକ୍ରିୟା, ଆମ୍ବୁଲାନ୍ସ ଚାର୍ଜ ଏବଂ AYUSH ଚିକିତ୍ସା ଅନ୍ତର୍ଭୁକ୍ତ ରହିଛି ।Health@999 ଫୋନ୍ ପେ ମାଧ୍ୟମରେ ତୁରନ୍ତ ଉପଲବ୍ଧ ହୋଇପାରିବ ଏବଂ ଲାଇଫଟାଇମ ରିଂୟୁବିଲିଟି ଫିଚର ସହିତ ଆସିଥାଏ । Health@999 ଯୋଜନାରେ ସ୍ୱାସ୍ଥ୍ୟ ବୀମା ରାଶି ୧,୦୦,୦୦୦ ଟଙ୍କା ପ୍ରଦାନ କରିଥାଏ, କିନ୍ତୁ ଯଦି ଆପଣ ବୀମା ରାଶି ବଢାଇବାକୁ ଚାହାଁନ୍ତି, ତେବେ ଆପଣ ୨,୦୦,୦୦୦ ଯୋଜନାରେ ୧୯୯୯ ଟଙ୍କା ଏବଂ ୩,୦୦,୦୦୦ ଯୋଜନା ପାଇଁ ୨୬୪୮ ଟଙ୍କାର ପେମେଣ୍ଟ କରିପାରିବେ।

ଫୋନ୍ ପେ ରୁ ସ୍ୱାସ୍ଥ୍ୟ ବୀମା ଯୋଜନା କିପରି କିଣିବେ

PhonePe ଖୋଲନ୍ତୁ ଏବଂ ହୋମ ସ୍କ୍ରିନରେ ଥିବା ଇନସୁରାନ୍ସ ଟ୍ୟାବ୍ ଉପରେ ଟ୍ୟାପ୍ କରନ୍ତୁ ।

– Health@999 ଯୋଜନା ଉପରେ ଟ୍ୟାପ୍ କରନ୍ତୁ ।

– ତା’ପରେ ଆପଣଙ୍କ ବୟସ, ବର୍ଗ ଏବଂ ଆପଣା ଆବଶ୍ୟକ କରୁଥିବା ସ୍ୱାସ୍ଥ୍ୟ ବୀମା ଚୟନ କରନ୍ତୁ ।

– ଏହା ପରେ ଆପଣଙ୍କ ନାମ, ଲିଙ୍ଗ, ଜନ୍ମ ତାରିଖ ଏବଂ ଇମେଲ ଦିଅନ୍ତୁ ।

– ସମସ୍ତ ବିବରଣୀ ପ୍ରବେଶ କରିବା ପରେ, ‘କ୍ରୟ’ ଉପରେ ଟ୍ୟାପ୍ କର ଏବଂ ତୁରନ୍ତ ପଲିସି ପାଇବାକୁ ଦେୟ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.