PUBG MOBILE Open Club 2019 ପାଇଁ ପାର୍ଟନର ହେଲା ଭିଭୋ, ଇଭେଣ୍ଟର ବିଜେତାଙ୍କୁ ମିଳିବ ୧୭ କୋଟି ଟଙ୍କା

ନୂଆଦିଲ୍ଲୀ : ମୋବାଇଲ ଗେମିଂ ଦୁନିଆରେ ବର୍ତ୍ତମାନ PUBG ହେଉଛି ବାଦଶାହା। କିଛି ମାସ ହେବ ଗେମ୍ ନେଇ ଅନେକ ବିବାଦ ହେଉଥିବା ବେଳେ ଆଇଓଏସ ଏବଂ ଆନଡ୍ରୋଏଡ ସ୍ତରରେ ଏହା ଖୁବ ପ୍ରସିଦ୍ଧି ଲାଭ କରିଛି। ଅପର ପକ୍ଷରେ କିଛି ଲୋକ ପବଜି ଖେଳ ଦ୍ବାରା ତାଙ୍କ ପିଲାଙ୍କ ଭବିଷ୍ୟତ ଖରାପ ହେଉଥିବା ଅଭିଯୋଗ କରିଛନ୍ତି।
ଏବେ ମିଳିଥିବା ଖବର ମୁତାବକ, ପବଜି ଗେମ୍ ଭିଭୋ ସହ ମିଶି ଏକ ସ୍ପୋସ୍ଟର୍ ଇଭେଣ୍ଟ ଆୟୋଜିତ କରିବାକୁ ଯାଉଛି। ଏହି ଇଭେଣ୍ଟର ବିଜେତାକୁ ୨.୫ ମିଲିୟନ ଡଲାର ଅର୍ଥାତ୍ ୧୭ କୋଟି ଟଙ୍କା ପୁରସ୍କାର ମିଳିବ। ତେବେ ଏନେଇ ବର୍ତ୍ତମାନ ପର୍ୟ୍ୟନ୍ତ କୌଣସି ଆଧିକାରୀକ ସୂଚନା ମିଳିନାହିଁ।