ଜିଓର ନୂଆ ୮୯୫ ଟଙ୍କା ପ୍ଳାନରେ ମିଳୁଛି ୧୧ ମାସ ଯାଏ ଅନଲିମିଟେଡ ଫାଇଦା

ଜିଓ ରିଚାର୍ଜ ପ୍ଲାନକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ। ଭାରତରେ ଶସ୍ତା ଇଣ୍ଟରନେଟ ପ୍ଳାନ ଦେବା ପାଇଁ ଜିଓ ନାମ ପ୍ରଥମରେ ଆସେ। ଜାଣିରଖନ୍ତୁ ଯେ ଜିଓ ର ଏବେ ଏକ ନୂଆ ପ୍ଳାନ ଆସିଛି। ଯାହା ୧୧ ମାସର ଦୀର୍ଘତମ ବୈଧତା ସହିତ ବଜାରକୁ ଆସୁଛି। ୮୯୫ଟଙ୍କା ପ୍ଳାନରେ ଉଠାନ୍ତୁ ୧୧ମାସ ଯାଏଁ ଫାଇଦା

ଜିଓ ରିଚାର୍ଜ ପ୍ଲାନକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ। ଭାରତରେ ଶସ୍ତା ଇଣ୍ଟରନେଟ ପ୍ଳାନ ଦେବା ପାଇଁ ଜିଓ ନାମ ପ୍ରଥମରେ ଆସେ। ଜାଣିରଖନ୍ତୁ ଯେ ଜିଓ ର ଏବେ ଏକ ନୂଆ ପ୍ଳାନ ଆସିଛି। ଯାହା ୧୧ ମାସର ଦୀର୍ଘତମ ବୈଧତା ସହିତ ବଜାରକୁ ଆସୁଛି। ଏହାର ଦାମ ମଧ୍ୟ କମ ରହିଛି। ଯଦି ଆପଣ ଏହାର ଫାଇଦା ଉଠାଇବାକୁ ଚାହୁଁଛନ୍ତ ତେବେ ଶୀଘ୍ର ଜାଣିନିଅନ୍ତୁ।

ଶସ୍ତା ଦାମରେ ପ୍ରାୟ ଅନେକ ଟେଲିକମ କମ୍ପାନୀ ନୂଆ ନୂଆ ପ୍ଳାନ ଆଣିଥାନ୍ତି । ଏଥିରେ ରିଲାଏନ୍ସ ଜିଓ ଟେଲିକମ କମ୍ପାନୀ ରେସ୍‌ ରେ ପ୍ରଥମରେ ରହିଛି। ଆଜି ବି ଗ୍ରାହକ ମାନେ ରିଲାଏନ୍ସ ଜିଓ କୁ ବେଶି ପସନ୍ଦ କରୁଛନ୍ତି। ଏବେ ଏହାର ନୂଆ ପ୍ଲାନରେ ୧୧ ମାସର ବୈଧତା ଆସୁଛି। ଯାହାକି ପାଖାପାଖି ବର୍ଷେକୁ ଧର। ଏହାର ଦାମ ରହିଛି ମାତ୍ର ୮୯୫ ଟଙ୍କା।

ରିଲାଏନ୍ସ ଜିଓର ୮୯୫ ଟଙ୍କା ପ୍ଳଶନରେ ଆପଣଙ୍କୁ ବେନିଫିଟ୍ସ ବଢ଼ିଆ ମିଳିବ। ଜିଓର ଏହି ପ୍ଳାନରେ କଷ୍ଟମର୍ସ କୁ ୨୮ ଦିନର ୧୨ ସାଇକିଲ ପ୍ଲାନ ଦିଆଯାଉଛି। ବିନା କିଛି ସମସ୍ୟାରେ ଏହି ପ୍ଳାନରେ ଆପଣଙ୍କୁ ୩୩୬ ଦିନ ପର୍ଯ୍ୟନ୍ତ ଲଗାତାର ଭାବେ ସୁବିଧାମିଳିବ। ୧୧ ମାସର ଏହି ପ୍ଳାନରେ ଆପଣଙ୍କୁ ୨ଜିବି ଡାଟା ୨୮ ଦିନ ପାଇଁ ମିଳିବ। ଯାହାର ସ୍ପିଡ଼ ଅଧିକ ରହିବ। ଏଭଳି ଆପଣଙ୍କୁ ପ୍ରତି ମାସରେ ୧୨ ସାଇକିଲରେ ପ୍ଲାନ ଦିଆଯିବ। ମନେ ରଖନ୍ତୂ ଯେ ଏହି ପ୍ଲାନରେ ଆପଣଙ୍କୁ ମୋଟ ୨୪ ଦିନ ପାଇଁ ଡାଟା ମିଳିବ।

ଜାଣନ୍ତୁ ଫାଇଦା:
ସୂଚନା ଅନୁସାରେ ଯେବେ ଏହି ପ୍ଲାନର ୨ ଜିବି ଡାଟା ଶେଷ ହୋଇଯିବ ସେତେବେଳେ ଆପଣଙ୍କ ଡାଟା ସ୍ପିଡ଼ କମିଯିବ। ୬୪କେବିପିଏସ ରେ ଏହା ଚାଲିବ। ଏହି ପ୍ଳାନରେ ଆପଣଙ୍କୁ ଫ୍ରି ଭଏସ୍‌ କଲିଂ ର ସୁବିଧା ମିଳିବ। ଏଥିରେ ଆପଣ ଯେକୌଣସି ନେଟଓ୍ଵାର୍କ କୁ ମାଗଣାରେ କଲ କରିପାରିବେ। ଏଥିରେ ଆପଣଙ୍କୁ ମେସେଜ ସୁବିଧା ମିଳିବ। ଆପଣ ୫୦ଟି ମେସେଜ ୨୮ ଦିନ ପାଇ ଁ ବ୍ୟବହାର କରିପାରିବେ। ମନେ ରଖନ୍ତୁ ଯେ ଜିଓ ପାଖରେ ଏହାଠାରୁ କମ ପ୍ଳାନ ନାହିଁ। ଏହା ୧୧ ମାସର ବୈଧତା ପ୍ରଦାନ କରୁଛି। ଆପଣ ଏହାକୁ କିଣିବା ପରେ କମ୍ପାନୀ ୩ ମାସର ଡିଜନି+ହଟଷ୍ଟାରର ସବସକ୍‌୍ରିସପନ ମୋବାଇଲ ୟୁଜର ଙ୍କ ପାଇଁ ଫ୍ରି ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.