ଭାରତରେ ଲଞ୍ଚ ହେଲା Galaxy A7 (2018), ଟ୍ରିପଲ ରିୟର କ୍ଯାମେରା ସହ ରହିଛି ଅନେକ ଫିଚର

ନୂଆଦିଲ୍ଲୀ : ଗତସପ୍ତାହରେ ୱାଲ୍ହୱାଇଡ଼ ଲଞ୍ଚ ହୋଇଥିବା Galaxy A7 (2018) ସ୍ମାର୍ଟଫୋନ ଆଜି ଭାରତରେ ଲଞ୍ଚ ହୋଇଛି। ତେବେ କମ୍ପାନି ଏହାର ଏକ ଟିଜର ଫ୍ଳିପକାର୍ଟ ସପିଂ ସାଇଟରେ ଲଞ୍ଚ କରିଥିଲା। Galaxy A7 (2017) ର ସଫଳ ଅଭିଯାନ ପରେ କମ୍ପାନି ଏହାର ୨୦୧୮ ମଡ଼େଲ ଲଞ୍ଚ କରିବାର ନିର୍ଣ୍ଣୟ ନେଇଥିଲା। ଏହି ସ୍ମାର୍ଟଫୋନଟିରେ ଖାସ ରହିଛି ଏଚଡ଼ି+ ଏମୋଏଇଡ଼ି ଇନପିନିଟି ଡ଼ିସପ୍ଲେ ଏବଂ ତ୍ରିପଲ ରିୟର କ୍ଯାମେରା। ଏହାଛଡ଼ା ଏଥିରେ ସାଇଡ଼୍ ପିଙ୍ଗରପ୍ରିଂଣ୍ଟ ସେନସର ମଧ୍ୟ ଦିଆଯାଇଛି।

galaxy-a7

ଆଜି Galaxy A7 (2018) ଲଞ୍ଚ କରିଥିବା ବେଳେ ଏହାର ଏକ ଟିଜର ଲଞ୍ଚ କରିଥିଲା ଅନଲାଇନ୍ ସପିଂ ସାଇଟ ଫ୍ଲିପକାର୍ଟ। ଏଥିରେ ମୋବାଇଲରେ ରହିଥିବା ଅତ୍ଯଧୁନିକ ଫିଚର ବିଷୟରେ ଉଲ୍ଳେଖ କରାଯାଇଥିଲା। ଏଥିରେ ସ୍ମାର୍ଟଫୋନର ସ୍ଲିମ୍ ଡ଼ିସପ୍ଳେ ଦେଖାହେବା ସହ ଏହାର ହାଇକ୍ବାଲିଟି କ୍ଯାମେରା ବିଷୟରେ କୁହାଯାଇଛି। ଏହା ଭାରତର ପ୍ରଥମ ତ୍ରିପଲ ରିୟର କ୍ଯାମେରା ସ୍ମାର୍ଟଫୋନ ମାନଙ୍କ ମଧ୍ୟରେ ଗଣାଯିବ। ତେବେ ଏହି ସ୍ମାଟଫୋନଙ୍କୁ ଆଜି ନୂଆଦିଲ୍ଲୀରେ ଏକ ଇଭେଣ୍ଟରେ ୧୨ଟା ବେଳେ ଲଞ୍ଚ କରାଯାଇଛି।

samsung-galaxy-a7-

Galaxy A7 (2018) ମଡ଼େଲରକୁ ଉଦ୍ଭୟ ଅନଲାଇନ୍ ଏବଂ ଅଫଲାଇନରେ ଲଞ୍ଚ କରାଯାଇଛି। ଏହାର ମୂଲ୍ଯ ୩୦ହଜାର ଟଙ୍କା ରଖାଯାଇଛି। ମୋବାଇଲଟି ୬ଇଞ୍ଚ ଡ଼ିସପ୍ଲେ ବିଶିଷ୍ଟ ହେବା ସହ ଏଥିରେ ଆନଡ଼୍ରୋଏଡ଼ ୮.୦ ଓରିଓର ଫିଚର ଦିଆଯାଇଛି। ଏହାକୁ ଦୁଇଟି ଭେରିଏଣ୍ଟରେ ତଥା ୪/୬୪ ଜିବି ଏବଂ ୬/୧୨୮ ଜିବି ଷ୍ଟୋରେଜ୍ ଅପସନରେ ଲଞ୍ଚ କରାଯିବା ସହ ଏହାର ବ୍ଯାଟେରୀ ରହିଛି ୩୦୦୦ ଏମଏଏଚ୍ । ଏହାକୁ ତ୍ରିପଲ ରିୟର କ୍ଯାମେରା ବିଶିଷ୍ଟ କରାଯାଇଥିବା ବେଳେ ୨୪-୮-୫ ମେଗାପିକ୍ସଲ ରହିଥିବା ବେଳେ ଫ୍ରଣ୍ଟ ରହିଛି ୨୪ ମେଗାପିକ୍ସଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.