ସାମସଙ୍ଗ ଲଞ୍ଚ କଲା Wifiର ଡବଲ ଡୋର ରେଫ୍ରିଜରେଟର, ରୋଷେଇ ଘରକୁ କରିବ ଅଧିକ ଷ୍ଟାଇଲିସ୍‌

ସାମସଙ୍ଗ ଏକ ନୂଆ ରେଫ୍ରିଜରେଟର ଲଞ୍ଚ କରିଛି, ଯାହାର ନାମ Bespoke ଡବଲ୍ ଡୋର ରେଫ୍ରିଜରେଟର ରହିଛି । ଏହି ଫ୍ରିଜ୍ ମଡର୍ଣ୍ଣ ଗ୍ରାହକଙ୍କ ପାଇଁ ଡିଜାଇନ୍ ହୋଇଛି ଏବଂ ସୁନ୍ଦର କଲର ଭାରିଆଣ୍ଟରେ ଆପଣ ଏହାକୁ କିଣି ପାରିବେ ।

ସାମସଙ୍ଗ ଏକ ନୂଆ ରେଫ୍ରିଜରେଟର ଲଞ୍ଚ କରିଛି, ଯାହାର ନାମ Bespoke ଡବଲ୍ ଡୋର ରେଫ୍ରିଜରେଟର ରହିଛି । ଏହି ଫ୍ରିଜ୍ ମଡର୍ଣ୍ଣ ଗ୍ରାହକଙ୍କ ପାଇଁ ଡିଜାଇନ୍ ହୋଇଛି ଏବଂ ସୁନ୍ଦର କଲର ଭାରିଆଣ୍ଟରେ ଆପଣ ଏହାକୁ କିଣି ପାରିବେ । ଏହି ରେଫ୍ରିଜରେଟରରେ ଏକ ପ୍ରିମିୟମ୍ ଷ୍ଟିଲ୍ କୋଟେଡ ଗ୍ଲାସ୍ ଭାରିଆଣ୍ଟ ଅଛି ଏବଂ ଏହା ଏକ କନଭର୍ଟିବଲ ୫-ଇନ୍ –୧ ଇଞ୍ଜିନିୟରିଂ ରେଫ୍ରିଜରେଟର, ଯେଉଁଥିରେ ୫ଟି ଭିନ୍ନ ଭିନ୍ନ ମୋଡ୍ ରହିଛି । ଏହି ଫ୍ରିଜର ଗ୍ଲାସ୍‌ ମଡେଲରେ ସ୍ମାର୍ଟ ଥିଙ୍ଗସ୍ AI ଏନର୍ଜି ମୋଡ୍ ମଧ୍ୟ ରହିଛି, ଯାହା ଦ୍ୱାରା ଗ୍ରାହକମାନେ ରେଫ୍ରିଜରେଟରକୁ କଣ୍ଟ୍ରୋଲ କରି ପାରିବେ ।

ସାମସଙ୍ଗ Bespoke ଡବଲ୍ ଡୋର ରେଫ୍ରିଜରେଟର ପ୍ରାଇସ୍‌ :
ସାମସଙ୍ଗର ନୂଆ Bespoke ଡବଲ୍ ଡୋର ରେଫ୍ରିଜରେଟର ଏକ ଭଲ ଅପ୍ସନ । ଏହି ରେଫ୍ରିଜରେଟର ବିଭିନ୍ନ ଆକାର ଏବଂ କଲର ଅପ୍ସନରେ ମିଳୁଛି । ୨୩୬ ଲିଟର ମଡେଲର ମୂଲ୍ୟ ୩୦,୫୦୦ ଟଙ୍କା । ସେହିପରି ୩୨୨ ଲିଟର ମଡେଲର ମୂଲ୍ୟ ୪୨,୫୦୦ ଟଙ୍କା । ଗ୍ଲାସ୍ ଭାରିଆଣ୍ଟର ୪୧୫ ଲିଟର ମଡେଲର ମୂଲ୍ୟ ହେଉଛି ୫୪,୦୦୦ ଟଙ୍କା । ଅନ୍ୟପଟେ ୪୬୫ ଲିଟର ଭାରିଆଣ୍ଟର ମୂଲ୍ୟ ୫୭,୮୦୦ଟଙ୍କା ।

ସାମସଙ୍ଗର ନୂଆ Bespoke ଡବଲ୍ ଡୋର ରେଫ୍ରିଜରେଟର ପାଞ୍ଚଟି ଭିନ୍ନ ମୋଡ୍ ଦେଇଥାଏ । ଯେପରିକି ନର୍ମାଲ, ସିଜନାଲ, ଏକ୍ସଟ୍ରା ଫ୍ରିଜ୍‌, ଭ୍ୟାକେସନ ଏବଂ ହୋମ ଏଲନ୍‌ । ସିଜନାଲ୍‌ ମୋଡ୍ ରେ ଆପଣ ଫ୍ରିଜକୁ ଏକ ଫ୍ରିଜରରେ ବଦଳାଇ ପାରିବେ, ଯାହା ଦ୍ୱାରା ଆପଣ ଅଧିକ ଗ୍ରୋସରୀ ଆଇଟମ୍‌ ଷ୍ଟୋର କରି ପାରିବେ ।

ସାମସଙ୍ଗର ନୂଆ Bespoke ଡବଲ୍ ଡୋର ରେଫ୍ରିଜରେଟର ଟ୍ୱିନ୍ କୁଲିଂ ପ୍ଲସ୍ ଟେକ୍ନୋଲୋଜି ସହିତ ଆସିଥାଏ, ଯାହା ଫ୍ରିଜ୍ ଏବଂ ଫ୍ରିଜରେ ଭିନ୍ନ ଭିନ୍ନ ଏୟାର ଫ୍ଲୋକୁ ମ୍ୟାନେଜ୍‌ କରିଥାଏ । ଏହା ଖାଦ୍ୟକୁ ସତେଜ ରଖିବାରେ ସାହାଯ୍ୟ କରେ ଏବଂ ବରଫକୁ ଜମିବାରୁ ରୋକିଥାଏ । ଏହି ରେଫ୍ରିଜରେଟର ସବୁଠୁ ବଡ଼ ଲାଭ ହେଉଛି ଏହା ୱାଇ-ଫାଇ ଇନେବଳ୍ଡ । ଯାହା ଦ୍ୱାରା ଆପଣ ଏହାକୁ ଘରୁ ଠାରୁ ଦୂରରେ ମଧ୍ୟ କଣ୍ଟ୍ରୋଲ କରିପାରିବେ । ଏହି ଫିଚର ଓ୍ଵାର୍କିଙ୍ଗ କ୍ଲାସ ଲୋକଙ୍କ ପାଇଁ ବହୁତ ଲାଭଦାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.