ଅତିକ୍‌ଙ୍କ ଭଉଣୀ ଶାହିନ୍‌ଙ୍କୁ ଦିଆଗଲା ମାଫିଆଙ୍କ ଦୁଇ ନାବାଳକ ପୁଅଙ୍କ ପାଳନପୋଷଣ ଦାୟିତ୍ୱ

ସୁପ୍ରିମ୍‌କୋର୍ଟ ମୃତ ମାଫିଆ ଅତିକ୍‌ ଅହମ୍ମଦଙ୍କ ଦୁଇ ନାବାଳକ ପୁଅଙ୍କ ହେପାଜତ ସହ ଜଡ଼ିତ ମାମଲାର ସମାଧାନ କରିଛନ୍ତି। ଅତିକ୍‌ଙ୍କ ଭଉଣୀ ଶାହିନ୍‌ ବାଳ ସ୍ୱଧାର ଗୃହରେ ରହୁଥିବା ଦୁଇ ପିଲାଙ୍କ ହେପାଜତ ଦାବି କରି ଏକ ପିଟିସନ ଦାଖଲ କରିଥିଲେ। ୟୁପି ସରକାର କୋର୍ଟଙ୍କୁ କହିଛନ୍ତି ଯେ ଉଭୟ ପିଲାଙ୍କୁ ଗତକାଲି ସ୍ୱଧାର ଗୃହରୁ ବାହାର କରାଯାଇ ଶାହିନଙ୍କୁ ହସ୍ତାନ୍ତର କରାଯାଇଛି।

ଅତିକ୍‌ ଅହମ୍ମଦଙ୍କ ଦୁଇ ନାବାଳକ ପୁଅଙ୍କୁ ସୋମବାର ରାଜରୁପପୁରସ୍ଥିତ ବାଳ ସ୍ୱଧାର ଗୃହରୁ ବାହାର କରାଯାଇ ତାଙ୍କ ପିଉସୀଙ୍କୁ ହସ୍ତାନ୍ତର କରାଯାଇଛି। ଜିଲ୍ଲା ପ୍ରୋବେସନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ ଅତିକ୍‌ଙ୍କ ଭଉଣୀ ହଟୱା ଗ୍ରାମରେ ରୁହନ୍ତି। ସେ ଅତିକ୍‌ଙ୍କ ପିଲାମାନଙ୍କ ପାଳନପୋଷଣର ଦାୟିତ୍ୱ ଗ୍ରହଣ କରି ଦୁଇ ପୁଅଙ୍କୁ ତାଙ୍କୁ ହସ୍ତାନ୍ତର କରିବା ପାଇଁ ଏକ ଆବେଦନ କରିଥିଲେ।

ଉମେଶ ପାଲ ହତ୍ୟାକାଣ୍ଡ ପରଠାରୁ ହିଁ ପୋଲିସ ଅତିକଙ୍କ ଦୁଇ ପୁଅଙ୍କୁ ବାଳ ସ୍ୱଧାର ଗୃହରେ ରଖିଥିଲା, ଯେଉଁଥିରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟ ଧୁମନଗଞ୍ଜ ପୋଲିସଠାରୁ ରିପୋର୍ଟ ମାଗିଥିଲେ। କୋର୍ଟ କହିଥିଲେ କି, ପୋଲିସର ରିପୋର୍ଟ ଅନୁସାରେ, ଉମେଶ ପାଲ ହତ୍ୟାକାଣ୍ଡ ପରେ ଅତିକ୍‌ଙ୍କ ପୂରା ପରିବାର ଫେରାର୍‌ ହୋଇଯାଇଥିଲେ ଏବଂ ଉଭୟ ପିଲା ଚକିଆରେ ଅସହାୟ ଅବସ୍ଥାରେ ମିଳିଥିଲେ। ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ସ୍ୱଧାର ଗୃହରେ ଭର୍ତ୍ତି କରାଯାଇଥିଲା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.