ଆଉ Sim card ରୁ ହେବ ନାହିଁ ଡାଟା ଚୋରି, ଏହି ଟିପ୍ସ ଦ୍ୱାରା ନିଜ ତଥ୍ୟକୁ ରଖିପାରିବେ ଏକଦମ ସୁରକ୍ଷିତ

ନିଜର ସିମ୍‌ କାର୍ଡକୁ ଅନ୍ୟ ଲୋକଙ୍କୁ ଦିଅନ୍ତୁ ନାର୍ହି । ଆଜିକାଲି ମାର୍କେଟରେ ସିମ କାର୍ଡର ଡୁପ୍ଲିକେଟ ଖୁବ ଚାଲୁଛି । ଏମିତିରେ ସାମନାରେ ଥିବା ଲୋକ ସିମ୍‌ କାର୍ଡର କ୍ଲୋନ ତିଆରି କରିଦେଇଥାଏ । ପୁଣି ଏହାକୁ ଭୁଲ କାମରେ ବ୍ୟବହାର କରିଥାଏ ।

କେବେ ବି ଆପଣଙ୍କ ସିମ୍‌ କାର୍ଡକୁ କୌଣସି ବ୍ୟକ୍ତିଙ୍କୁ ବ୍ୟବହାର କରିବା ପାଇଁ ଦିଅନ୍ତୁ ନାହିଁ । ଯଦି ଆପଣ ଏପରି କରୁଛନ୍ତି ତ ଆପଣଙ୍କ ସିମ୍‌ କାର୍ଡ ଭୁଲ ଭାବେ ବ୍ୟବହାର କରାଯାଇପାରେ । ଯଦି ଆପଣଙ୍କ ସିମ୍‌ କାର୍ଡ ଭୁଲ ଭାବେ ବ୍ୟବହାର ହୁଏ,ତେବେ ଆପଣଙ୍କୁ ପୋଲିସ ଷ୍ଟେସନର ଚକ୍କର କାଟିବାକୁ ପଡିପାରେ ।

ୟୁଜର୍ସ ସାଧାରଣତଃ ନିଜର ଫୋନ୍‌କୁ ବିଭିନ୍ନ କୋଡ୍‌ ମାଧ୍ୟମରେ ଲକ୍‌ କରିଥାନ୍ତି । ହେଲେ ଏବେ ଏମିତି ମାମଲା ଆସୁଛି ଯେ ହ୍ୟାକରମାନେ ଫୋନ ଲକ୍‌ ଥାଇ ବି ଡାଟା ଚୋରି ହୋଇଯାଉଛି । ତେଣୁ ସିମ୍‌ର ସୁରକ୍ଷା ଏବେ ଅନିର୍ବାଯ୍ୟ ହୋଇ ପଡ଼ିଛି । ସିମ୍‌ ମାଧ୍ୟମରେ କଣ୍ଟାକ୍ଟ ଲିଷ୍ଟ ଥିବା ସହ ବ୍ୟାଙ୍କ୍‌ରୁ ଓଟିପି ମଧ୍ୟ ଆସିଥାଏ । ଏହି କାରଣରୁ ସିମ୍‌ର ସୁରକ୍ଷା ଅଧିକ ଗୁରୁତ୍ତ୍ୱପୂର୍ଣ୍ଣ ।

କେହି କେହି ସିମ କାର୍ଡକୁ ବଦଳାଇବା ପାଇଁ ସ୍କାମର୍ସଙ୍କ ଠାରେ ଫଶି ଯାଇଥାନ୍ତି । ଯଦି ଆପଣଙ୍କୁ ଦ୍ୱିତୀୟ ସିମ୍‌ ଚାହାଁନ୍ତି, ତେବେ ଟେଲିଫୋନ ଷ୍ଟୋରକୁ ଯାଇ କିଣନ୍ତୁ । କିଛି ବି ଅଜଣା ବ୍ୟକ୍ତିଙ୍କ ଠାରୁ ସିମ୍‌ କିଣିବା ଆପଣଙ୍କ ପାଇଁ ମହଙ୍ଗା ପଡିପାରେ ।

କେବେ ବି ନିଜର ସିମ୍‌ କାର୍ଡକୁ ଲଗାଇବା ପାଇଁ ଅନ୍ୟ ଲୋକଙ୍କୁ ଦିଅନ୍ତୁ ନାର୍ହି । ଆଜିକାଲି ମାର୍କେଟରେ ସିମ କାର୍ଡର ଡୁପ୍ଲିକେଟ ଖୁବ ଚାଲୁଛି । ଏମିତିରେ ସାମନାରେ ଥିବା ଲୋକ ସିମ୍‌ କାର୍ଡର କ୍ଲୋନ ତିଆରି କରିଦେଇଥାଏ । ପୁଣି ଏହାକୁ ଭୁଲ କାମରେ ବ୍ୟବହାର କରିଥାଏ ।

ଯଦି ଆପଣଙ୍କ ସିମ କାର୍ଡରେ କୌଣସି ସମସ୍ୟା ହୁଏ, ତେବେ ଆପଣଙ୍କୁ ସର୍ବଦା କମ୍ପାନୀର କଷ୍ଟମର କେୟାର ସହ ଯୋଗାଯୋଗ କରିବା କଥା । ବହୁତ ଲୋକ ଏପରି ନକରିବ ଯୋଗୁ ଫ୍ରଡର ଶିକାର ହୁଅନ୍ତି ।

ଯଦି ସିମ୍‌ କାର୍ଡ ରଖି କରି ଭୁଲିଯାଆନ୍ତି , ଏପରି ସ୍ଥିତିରେ ମଧ୍ୟ ଆପଣଙ୍କ ସିମକାର୍ଡର ଭୁଲ ବ୍ୟବହାର ହୋଇପାରେ । ଯଦି ଏମିତି ଆପଣଙ୍କ ସିମ୍‌ କାର୍ଡକୁ ଭୁଲ ଭାବେ ବ୍ୟବହାର କରାଯାଏ, ତେବେ ଆପଣଙ୍କୁ ଜେଲ ଯିବାକୁ ପଡିପାରେ ।

ଦିନକୁ ଦିନ ହ୍ୟାକ୍‌ରଙ୍କ ଉତ୍ପାତ ବଢ଼ୁଥିବାରୁ ଫୋନ୍‌ ଏବଂ ସିମ୍‌ର ସୁରକ୍ଷା ପ୍ରତି ଦୃଷ୍ଟି ଦେବା ଏବେ ଜରୁରୀ ହୋଇ ପଡ଼ିଲାଣି । ସିମ୍‌ ସ୍ୱେପିଙ୍ଗ୍‌ ଓ ଅନ୍‌ ଲାଇନ୍‌ ବ୍ୟାଙ୍କିଙ୍ଗ୍‌ ଫ୍ରଡ୍‌କୁ ରୋକିବା ପାଇଁ ସିମ୍‌ ଲକ୍‌ ରଖିବା ଏକାନ୍ତ ଆବଶ୍ୟକ ହୋଇ ପଡିଛି । ତେଣୁ ଜାଣନ୍ତୁ କିପରି କରିବେ ଆପଣଙ୍କ ସିମ୍‌କୁ ସହଜରେ ଲକ୍‌ । ଆପଣଙ୍କ ସିମ୍‌ କାର୍ଡକୁ ସାଇବର ଅପରାଧୀ ଯେପରି ହ୍ୟାକ୍‌ କରି ପାରିବେନି ସେ ଉପରେ ଆମେ ଆପଣଙ୍କୁ କଛି ଖାସ୍‌ ଟି୍ରକ୍‌ ଦେବୁ । ଯାହା ଫଳରେ ସାଇବର ଅପରାଧୀ ଏହାକୁ ହ୍ୟାକ୍‌ କରିପାରିବେ ନାହିଁ । ସିମ୍‌ ପିନ୍‌ ଏକ୍‌ଟିଭ୍‌ ହେବା ପରେ ଫୋନ୍‌ ରିଷ୍ଟାର୍ଟ କିମ୍ବା ନୂଆ ମୋବାଇଲରେ ସିମ ଏଣ୍ଟ୍ରି କଲେ ‘ସିମ୍‌ ପିନ୍‌’ ର ଆବଶ୍ୟକତା ପଡ଼ିଥାଏ ।

୧. ପ୍ରଥମେ ଫୋନ୍‌ର ସେଟିଂ କୁ ଯାଇ ସିକ୍ୟୁରିଟି ଉପରେ ଟ୍ୟାପ୍‌ କରନ୍ତୁ ।
୨. ଏବେ ଅଦର ସିକ୍ୟୁରିଟି ସେଟିଂ କିମ୍ବା ମୋର୍‌ ସିକ୍ୟୁରିଟି ସେଟିଂ କୁ ଯାଆନ୍ତୁ ।
୩. ଏବେ ସେଟ୍‌ ଅପ୍‌ ସିମ୍‌ କାର୍ଡ ଲକ୍‌ ଉପରେ ଟ୍ୟାପ୍‌ କରନ୍ତୁ ।
୪. ସିମ୍‌ର ଡିଫଲ୍‌ଟ୍‌ ପିନ୍‌ ନମ୍ବର ଅଲଗା ଅପରେଟରଙ୍କ ଅଲଗା ହୋଇଥାଏ । ଉଦାହରଣତଃ ଏୟାରଟେଲ୍‌ ସିମ୍‌ ପିନ୍‌ ୧୨୩୪ ହୋଇଥିବା ବେଳେ ଭୋଡାଫୋନ୍‌ର ସିମ୍‌ ପିନ୍‌ ୦୦୦୦ ହୋଇଥାଏ ।

୫. ଡିଫଲ୍‌ଟ ସିମ୍‌ ପିନ୍‌କୁ ବଦଳାଇବା ପାଇଁ ‘ଚେଞ୍ଜ ସିମ୍‌ କାର୍ଡ ପିନ୍‌’ ଉପରେ ଟ୍ୟାପ୍‌ କରନ୍ତୁ ।
୬. ଭେରିଫାଏ କରିବା ପାଇଁ ଡିଫଲ୍‌ଟ ପିନ(ଯଥା ୧୨୩୪,କିମ୍ବା୦୦୦) ଏଣ୍ଟର କରନ୍ତୁ ଓ ଏହା ପରେ ଆପଣଙ୍କ ପସନ୍ଦର ପିନ୍‌ ଏଣ୍ଟର କରି କନ୍‌ଫର୍ମ କରନ୍ତୁ । ଏହା ପରେ ସିମ୍‌କୁ ସେଭ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.