ସ୍ମାର୍ଟ ଚୁଡ଼ି, ବିପଦବେଳେ ପଠାଇବ ଲାଇଭ ଲୋକେସନ ଛୁଇଁଲେ ଲାଗିବ ଇଲେକ୍ଟ୍ରିକ କରେଣ୍ଟ
ମହିଳାମାନଙ୍କ ସୁରକ୍ଷା ପାଇଁ ସବୁବେଳେ ପ୍ରଶ୍ନ ଉଠିଥାଏ ଏବଂ ଏହି ସୁବିଧା ନିମନ୍ତେ ସବୁବେଳେ କିଛିନାକିଛି ଆବିଷ୍କାର ହୋଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାମାନଙ୍କ ପାଇଁ ବଜାରରେ ଏକ ଲକେଟ ଆସିଥିଲା ଯେଉଁଥିରେକି ଲାଇଭ ଲୋକେସନ ପଠାଇବା ଭଳି ଇମରଜେନ୍ସି ସୁବିଧା ଥିଲା । କିନ୍ତୁ ବର୍ତ୍ତମାନ ଏଭଳି ଏକ ଚୁଡ଼ି ମାର୍କେଟ୍କୁ ଆସିଯାଇଛି ଯାହାକି ମହିଳାମାନଙ୍କ ସୁରକ୍ଷା ପାଇଁ ବରଦାନ ସଦୃଶ ।
ହାଇଦ୍ରାବାଦର ହରିଶ ନାମକ ଏକ ଯୁବକ ନିଜ ବନ୍ଧୁ ସାଇ ତେଜାଙ୍କ ସହ ମିଶି ଏଭଳି ଏକ ଚୁଡ଼ି ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଲାଇଭ ଲୋକେସନ ସେୟାର କରିବାର ସୁବିଧା ରହିଛି । ଏହା ବ୍ୟତୀତ ଏଥିରେ ବିଜୁଳୀର କରେଣ୍ଟ ମଧ୍ୟ ରହିଛି । ତା ସହିତ ଯଦି କୌଣସି ଝିଅ ବା ମହିଳା ବିପଦରେ ପଡନ୍ତି ତାହେଲେ ଏହି ଚୁଡ଼ି ସାହାଯ୍ୟରେ ପୋଲିସ ଓ ବନ୍ଧୁବାନ୍ଧବ ମାନଙ୍କୁ ମେସେଜ ମଧ୍ୟ ପଠାଇପାରିବେ ।
ଏହି ସ୍ମାର୍ଟ ଚୁଡ଼ି ବା ସେଲ୍ଫ ସିକ୍ୟୁରିଟି ବ୍ୟାଙ୍ଗେଲକୁ ପିନ୍ଧି ଏକ ସ୍ୱତନ୍ତ୍ର କୋଣରେ ହାତ ହଲାଇବା ଦ୍ୱାରା ଏହାର ଫିଚର୍ସ ଗୁଡିକ ଆକ୍ଟିଭ ହୋଇଯାଇଥାଏ । ଏହାପରେ ଯଦି ଜଣେ ମହିଳାଙ୍କ ହାତ ଧରିବାକୁ ଚେଷ୍ଟା କରେ ତାହେଲେ ପ୍ରଥମେ ତାକୁ ଇଲେକ୍ଟ୍ରିକ କରେଣ୍ଟ ଲାଗିବ ଆଉ ତାପରେ ଏହି ସ୍ମାର୍ଟ ଚୁଡ଼ି ନିଜର ଲାଇଭ ଲୋକେସନ ଅନ୍ୟମାନଙ୍କୁ ପଠାଇଦେବ ।
ଏହାସହ ପଢନ୍ତୁ ସାମସଙ୍ଗ ବୁକ୍ ଏସ୍ ଲାପଟପ ଲଞ୍ଚ, ରହିଛି ଫିଙ୍ଗରପ୍ରିଣ୍ଟ ସେନ୍ସର
ଏହି ସ୍ମାର୍ଟ ଚୁଡ଼ିକୁ ବନାଇଥିବା ହରିଶ କହିଛନ୍ତି ଯେ ଏହାର ପ୍ରୋଟୋଟାଇପ ପ୍ରସ୍ତୁତ ହୋଇସାରିଛି ଏବଂ ବର୍ତ୍ତମାନ ଏହି ପ୍ରୋଜେକ୍ଟକୁ ସମ୍ପୂର୍ଣ କରିବା ପାଇଁ ସରକାରଙ୍କ ସାହାଯ୍ୟର ଆବଶ୍ୟକତା ରହିଛି । ବର୍ତ୍ତମାନ ହରିଶଙ୍କ ବୟସ ମାତ୍ର ୨୩ ବର୍ଷ ଅଟେ ।