ଅନଲାଇନ୍ ଟ୍ରାଞ୍ଜାକ୍ସନ୍ କରୁଛନ୍ତି ? ଏହି ସବୁ ଉପାୟରେ ସୁରକ୍ଷିତ ରହିବ ଆପଣଙ୍କ ଆକାଉଂଟ୍

ଡିଜିଟଲାଇଜେସନ୍ ଆଡକୁ ତୀବ୍ର ଗତିରେ ଗତି କରୁଛି ଦେଶ । ଘରେ ବସି ଲୋକ ସହଜରେ ଫାଇନାନ୍ସିଆଲ୍ ଟ୍ରାଞ୍ଜାକସନ୍ କରୁଛନ୍ତି । ଏମିତିରେ ଅନଲାଇନ୍ ଠକେଇର ବିପଦ ମଧ୍ୟ ଅଧିକ ରହିଛି । ତେଣୁ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ ସମୟରେ ଜରୁରୀ ସୁରକ୍ଷିତ ନେଣ ଦେଣ କରିବା । ଇଣ୍ଟରନେଟ୍ ଏବଂ କମ୍ପ୍ୟୁଟରର ସଠିକ୍ ବ୍ୟବହାର କରି ଏବଂ କିଛି ଜରୁରୀ କଥାକୁ ଧ୍ୟାନରେ ରଖି ଏପରି ଠକେଇରୁ ଆପଣ ରକ୍ଷା ପାଇପାରିବେ । ଏବେ କେମିତି କରିବେ ସୁରକ୍ଷିତ ଟ୍ରାଞ୍ଜାକ୍ସନ୍ ନଜର ପକାନ୍ତୁ ।

ପାସୱର୍ଡ :

ପାସୱଡର୍ ସବୁବେଳେ ଅକ୍ଷର, ନମ୍ବର ଏବଂ ଶବ୍ଦରେ ରଖନ୍ତୁ । ଏମିତିରେ ଆପଣଙ୍କ ନେଟ୍ ବ୍ୟାଙ୍କିଙ୍ଗ୍ ସୁରକ୍ଷିତ ରହିବ । ତେବେ ଚେଷ୍ଟା କରନ୍ତୁ ସ୍ପେଶାଲ୍ କ୍ୟାରେକ୍ଟର ବ୍ୟବହାର କରିବା । ଏମିତି ପାସୱର୍ଡ ରଖନ୍ତୁ ଯାହାକୁ ମନେ ରଖିବାରେ ଆପଣଙ୍କୁ କଷ୍ଟ ନହେବ । ଯେମିତି ପ୍ରଥମେ ଗୋଟିଏ ଅକ୍ଷର ଲେଖନ୍ତୁ , ଏହାପରେ ଗୋଟିଏ ଶବ୍ଦ ଏବଂ ତାପରେ ଗୋଟିଏ ନମ୍ବର ଲେଖନ୍ତୁ ।

ଏହା ସହ ପଢନ୍ତୁ ଆସୁଛି ପୋର୍ଟେବଲ୍ ପେଟ୍ରୋଲ୍ ପମ୍ପ : ଲଗାଇବା ପାଇଁ ଜାଣନ୍ତୁ କେମିତି କରିବେ ଆବେଦନ

କୌଣସି ଲିଙ୍କକୁ ଫଲୋ କରନ୍ତୁ ନାହିଁ :

ନେଟ୍ ବ୍ୟାଙ୍କିଙ୍ଗ୍ କରିବା ସମୟରେ କୌଣସି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ । ହୋଇପାରେ ଲିଙ୍କ୍ ଉପରେ କ୍ଲିକ୍ କରିବା ପରେ ଆପଣଙ୍କ ତଥ୍ୟ ହ୍ୟାକର୍ସଙ୍କ ପର୍ୟ୍ୟନ୍ତ ପହଂଚିଯାଇପାରେ । ଏହା ବ୍ୟତୀତ ନେଟ୍ ବ୍ୟାଙ୍କିଙ୍ଗ୍ ସମୟରେ କୌଣସି ପପ୍ ଅପ୍ ଉପରେ ମଧ୍ୟ କ୍ଲିକ୍ କରନ୍ତୁ ନାହିଁ ।

Cacheକୁ କ୍ଲିୟର୍ କରନ୍ତୁ :

ଚେଷ୍ଟା କରନ୍ତୁ ଯେତେବେଳେ ନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରୁଛନ୍ତି ସେତେବେଳେ Cacheରକୁ କ୍ଲିୟର୍ କରନ୍ତୁ । ଏହା ବ୍ୟତୀତ ଯେତେବେଳେ କୌଣସି ଆଇଡି ପାସୱର୍ଡ ସେଭ୍ କରିବା ବିକଳ୍ପ ଆସିବ ତେବେ ନେଭର୍ ଉପରେ କ୍ଲିକ୍ କରନ୍ତୁ ।

ସେଫ୍ ରୁହନ୍ତୁ :

ନିଜ କମ୍ପ୍ୟୁଟର୍ ଏବଂ ଲାପଟପ୍ ଅପଡେଟ୍ ରଖନ୍ତୁ । ସମସ୍ତ ଜରୁରୀ ସିକ୍ୟୁରିଟି ଫିଚର୍ ବ୍ୟବହାର କରନ୍ତୁ । ଏହା ବ୍ୟତୀତ ପବ୍ଲିକ୍ ୱାଇ ଫାଇ ବ୍ୟବହାର କରନ୍ତୁ ନାହିଁ । ସେହିପରି ନେଟ୍ ବ୍ୟାଙ୍କିଙ୍ଗ୍ ସମୟରେ ଅଫିସ୍ କମ୍ପ୍ୟୁଟର୍ ବ୍ୟବହାର କରନ୍ତୁ ନାହିଁ । ଚେଷ୍ଟା କରନ୍ତୁ ସବୁବେଳେ ନିଜ ବ୍ୟକ୍ତିଗତ କମ୍ପ୍ୟୁଟର ବ୍ୟବହାର କରିବାକୁ । ମଝିରେ ମଝିରେ ନିଜ ପାସୱର୍ଡ ବଦଳାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.