ଆଇଫୋନ ବ୍ୟବହାରକାରୀଙ୍କ ପାଇଁ ସହଜ ଉପାୟ, ଜାଣନ୍ତୁ ଗାଡ଼ିରେ କିପରି କନେକ୍ଟ ହୁଏ ଆପଲ କାର ପ୍ଲେ

ଯଦି ଆପଣ ଆଇଫୋନ ବ୍ୟବହାର କରୁଛନ୍ତି ତେବେ ଗାଡ଼ିରେ ଆପଣ ସହଜରେ ଆପଲ୍ କାର୍ ପ୍ଲେକୁ ଏକ୍ସସେସ କରିପାରିନବେ। ଆପଲ୍ କାର୍ ପ୍ଲେ ମାଧ୍ୟମରେ, ଆପଣ ସହଜରେ ନାଭିଗେସନ୍, ମ୍ୟୁଜିକ୍, ଭଏସ୍ କମାଣ୍ଡ ଇତ୍ୟାଦି ଉପଭୋଗ କରିପାରିବେ।

(କେନ୍ୟୁଜ): ବର୍ତ୍ତମାନ ଦେଶରେ ଆଇଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥିସହିତ ଯାନବାହାନ ମଧ୍ୟ ଯଥେଷ୍ଟ ଉନ୍ନତ ହେବାରେ ଲାଗିଛି। କାରରେ ଥିବା ମ୍ୟୁଜିକ୍ ସିଷ୍ଟମକୁ ଏକ୍ସସେସ କରିବାକୁ, ଆଇଫୋନ୍ ବ୍ୟବହାରକାରୀଙ୍କୁ ଆପଲ୍ କାର୍ ପ୍ଲେ କରିବାକୁ ପଡିବ। ଅନେକ ଲୋକ ନିଜ ଫୋନକୁ ମ୍ୟୁଜିକ୍ ସିଷ୍ଟମ ସହିତ କିପରି କନେକ୍ଟ କରିବେ ତାହା ଜାଣି ନଥାନ୍ତି । ତେବେ ଆସନ୍ତୁ ଜାଣିବା ଏହାକୁ କିପରି କନେକ୍ଟ କରିବା ।

ଆପଲ୍ କାର୍ ପ୍ଲେକୁ ସପୋର୍ଟ କରୁଥିବା ଗାଡ଼ିରେ ଆପଣ ସହଜରେ ଆପଲ୍ କୁ ଏକ୍ସସେସ କରିପାରିବେ। ଆପଲ୍ କାର୍ ପ୍ଲେ ମାଧ୍ୟମରେ, ଆପଣ ସହଜରେ ନାଭିଗେସନ୍, ମ୍ୟୁଜିକ୍, ଭଏସ୍ କମାଣ୍ଡ ଇତ୍ୟାଦି ଉପଭୋଗ କରିପାରିବେ। ଆପଲ୍ କାରପ୍ଲେ ହୋମ ସ୍କ୍ରିନ ଏକ ଆଇଫୋନ୍ କିମ୍ବା ଆଇପ୍ୟାଡ୍ ହୋମ ସ୍କ୍ରିନ ପରି ଦେଖାଯାଏ। ଏଥିରେ ଫୋଟୋ ଗୁଡ଼ିକ ସ୍କ୍ରିନରେ ବଡ଼ ଦେଖାଯାଏ। ଯାହାଦ୍ୱାରା ସ୍କ୍ରୋଲିଂ କରିବା ବହୁତ ସହଜ ହୋଇଥାଏ । ତେବେ ପ୍ରଶ୍ନ ଉଠୁଛି ଏହାକୁ କିପରି କନେକ୍ଟ କରିବେ।

-ପ୍ରଥମେ, ଆପଣ କାର ଷ୍ଟାର୍ଟ କରନ୍ତୁ, ତାପରେ Siriକୁ ଅନ ରଖନ୍ତୁ।
-ଏହାପରେ ଆଇଫୋନ୍ କୁ କାର ସହିତ କନେକ୍ଟ କରନ୍ତୁ।
-ଯଦି ଆପଣଙ୍କର କାର୍ ଏକ USB କେବୁଲ୍ ସହିତ କାରପ୍ଲେ କୁ ସପୋର୍ଟ କରେ, ତେବେ ଆଇଫୋନକୁ କାରର USB ପୋର୍ଟରେ ପ୍ଲଗ୍ କରନ୍ତୁ। USB ପୋର୍ଟକୁ କାରପ୍ଲେ ଆଇକନ୍ କିମ୍ବା ସ୍ମାର୍ଟଫୋନ୍ ଆଇକନ୍ ସହିତ ଲେବଲ୍ କରାଯାଇପାରେ। USB କେବୁଲରେ କେବଳ ଆପଲ୍ ଲାଇଟନିଙ୍ଗ ବ୍ୟବହାର କରନ୍ତୁ।
-ଯଦି ଆପଣଙ୍କର କାର୍ ୱାରଲେସ ପ୍ରକିୟା କିମ୍ବା USB କେବୁଲ୍ ସହିତ କାରପ୍ଲେ ସପୋର୍ଟ କରୁଛି ତେବେ କାରରେ ଥିବା ଏକ USB ପୋର୍ଟରେ ଆଇଫୋନକୁ ପ୍ଲଗ୍ କରନ୍ତୁ। ଏହାପରେ ଆଇଫୋନରେ ଏକ ଆଲର୍ଟ ଆପଣଙ୍କୁ ପରବର୍ତ୍ତୀ ଡ୍ରାଇଭରେ ୱାରଲେସ ପ୍ରକିୟାରେ କନେକ୍ଟ କରିବାକୁ ଅଫର୍ ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.