ଫୋନ୍ ବ୍ୟାଟେରୀକୁ ସାରିବାରେ ମାହିର ଏହି ସୋସିଆଲ୍ ମିଡିଆ ଆପ୍, ଦରକାର୍ ନଥିଲେ ଜଲଦି ହଟାନ୍ତୁ

ଆଜିର ଦୁନିଆରେ ପ୍ରାୟ ସମସ୍ତେ ଫୋନ୍ ଦ୍ଵାରା ଅନେକ କାମ କରି ଦେଉଛନ୍ତି। ସେଥି ପାଇଁ ଫୋନ୍ କିଣିବା ସମୟରେ ମଧ୍ୟ ଏହାର ବ୍ୟାଟେରୀ ବିଷୟରେ ଧ୍ୟାନ ରଖୁଛନ୍ତି ଗ୍ରାହକ। ସମସ୍ତେ ଚାହାଁନ୍ତି ଲଙ୍ଗ ଲାଷ୍ଟିଂ ବ୍ୟାଟେରୀ। କିନ୍ତୁ କିଛି ସୋସିଆଲ୍ ମିଡିଆ ଏବଂ ଯୋଗାଯୋଗ ଆପ୍ସର ଅଧିକ ବ୍ୟବହାର ପାଇଁ ଏହା ଫୋନ୍ ରୁ ଚାର୍ଜ ସାରିଦିଏ।

ଏମିତି ୨୦ ଟି ଆପ୍ ରହିଛି ଯାହା ଅଧିକାଂଶ ବ୍ୟାଟେରୀ ସରାଏ। ଏହି ଆପ୍ ମଧ୍ୟରୁ ୬ ଟି ସୋସିଆଲ୍ ମିଡ଼ିଆ ଆପ୍ ଫେସବୁକ୍, ଇନଷ୍ଟାଗ୍ରାମ, ସ୍ନାପଚାଟ୍, ୟୁଟ୍ୟୁବ୍, ୱାଟସଆପ୍ ଏବଂ ଲିଙ୍କଡିନ୍ ମଧ୍ୟ ରହିଛି ଯାହା ବ୍ୟାକଗ୍ରାଉଣ୍ଡରେ ୧୧ ଟି ଆଡିସ୍ନାଲ ଫିଚରକୁ ଚଲେଇବା ପାଇଁ ଅନୁମତି ଦେଇଥାଏ। ଏହାକୁ ଚଲେଇବା ପାଇଁ ଅଧିକ ଚାର୍ଜ ଦରକାର ହୁଏ । ଯାହା ଖୁବ୍ ଶୀଘ୍ର ବ୍ୟାଟେରୀ ସାରେ।

apps
picture credit-Hindustan Times

ଏଥିସହ, ଏହି ୬ ଟି ସୋସିଆଲ୍ ମିଡିଆ ଆପ୍ ମଧ୍ୟରୁ କେବଳ ଇନଷ୍ଟାଗ୍ରାମ ଡାର୍କ ମୋଡ୍ କୁ ଅନୁମତି ଦେଇଥାଏ, ଯାହା ଫୋନରେ ୩୦ ପ୍ରତିଶତ ଅଧିକ ବ୍ୟାଟେରୀ ସଞ୍ଚୟ କରିପାରିବ। ଏହାକୁ ଛାଡ଼ି ଅନ୍ୟ ଏକ ସୋସିଆଲ୍ ମିଡିଆ ଆପ୍ ହେଉଛି ଟ୍ୱିଟର। ଏକ ରିସର୍ଚ୍ଚରୁ ଜଣା ପଡ଼ିଛି ଯେ ଅନଲାଇନ୍ ଡେଟିଙ୍ଗ ଆପ୍ ଚଲାଇବା ଦ୍ଵାରା ଅଧିକ ବ୍ୟାଟେରୀ ସାରିଥାଏ। ଟିଣ୍ଡର, ବମ୍ବଲ୍ ଏବଂ ଗ୍ରାଇଣ୍ଡର୍ ପରି ଅନ୍ଲାଇନ୍ ଡେଟିଂ ଆପ୍ ଟପ୍ କିଲର୍ ଆପ୍ସର ୧୫ ପ୍ରତିଶତ ଆପ୍ ତିଆରି କରିଥାଏ, ଯେଉଁଥିରେ ହାରାହାରି ୧୧ ଟି ଫିଚର୍ ବ୍ୟାକଗ୍ରାଉଣ୍ଡରେ ଚାଲିଥାଏ।

ଏହି ତିନୋଟି ଡେଟିଂ ଆପରେ ଡାର୍କ ମୋଡ୍ ଉପଲବ୍ଧ ନାହିଁ। ତେଣୁ ସେଗୁଡିକ ବ୍ୟବହାର କରିବା ସମୟରେ ଅଧିକ ବ୍ୟାଟେରୀ ଆବଶ୍ୟକ କରେ, ଯାହା ବ୍ୟାଟେରୀରୁ ଶୀଘ୍ର ଚାର୍ଜ ସାରେ। ଏହା ଛଡ଼ା ଆଉ ଅନ୍ୟ ଆପ୍ ହେଉଛି ବିଗୋ ଲାଇଭ, ଏହାର ବିଏନବି, ଉବର୍, ସ୍କାଇପେ,ଫେସ ବୁକ୍, ଅମାଜନ, ଟେଲେଗ୍ରାଫ, ଲାଇକି, ଜୁମ୍, ବୁକିଂ ଡ଼ଟ୍ କମ୍ ଇତ୍ୟାଦି। ଏହି ଆପ୍ ଅଧିକ ବ୍ୟବହାର କରିବା ଦ୍ୱାରା ଚାର୍ଜ ଜଲଦି ସରିଯାଏ। ତେଣୁ ଏହି ଆପ୍ ମଧ୍ୟରୁ ଯଦି କୌଣସି ଆପଣଙ୍କର ଦରକାର୍ ନୁହେଁ, ତେବେ ତାକୁ ଶୀଘ୍ର କାଟନ୍ତୁ ଓ ନିଜର ବ୍ୟାଟେରୀ ବଞ୍ଚାନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.