ଗୁଆ ଘିଅ ଗୀତରେ ନାଚିଲେ ପିଲେ, ଶିକ୍ଷୟିତ୍ରୀ ନିଲମ୍ବିତ ହେଲେ

ଭଞ୍ଜନଗର(କେନ୍ୟୁଜ୍):  ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ବରମୁଣ୍ଡୁଳି ହାଇସ୍କୁଲ ସ୍ମାର୍ଟ କ୍ଲାସ୍ ରୁମରେ ଛାତ୍ର ମାନେ ପୁଷ୍ପା ଓ ଗୁଆଘିଅ ଗୀତରେ ନଚିବା ଭିଡିଓ ଭାଇରଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପାଢ଼ୀଙ୍କୁ ନିଲମ୍ବିତ କରାଯାଇଛି।

ଦାୟିତ୍ଵରେ ଅବହେଳା ପାଇଁ ନିଲମ୍ବିତ କରିଥିବା ନେଇ ଶେରଗଡ଼ ବ୍ଲକ ଶିକ୍ଷାଧିକାରୀ କହିଛନ୍ତି।ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ର,ଛାତ୍ରୀ ମାନଙ୍କୁ ଅତ୍ୟାଧୁନିକ ଶିକ୍ଷା ପ୍ରଦାନ ପାଇଁ ସ୍କୁଲରେ ସ୍ମାର୍ଟ କ୍ଲାସ୍ ରୁମ ବ୍ୟବସ୍ଥା କରାଯାଇଥିବା ବେଳେ ପିଲା ମାନେ ଏହାର ଅପବ୍ୟବହାର କରିବା ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.